PM to lay foundation stone of upgradation of Dr. Babasaheb Ambedkar International Airport, Nagpur
PM to lay foundation stone of New Integrated Terminal Building at Shirdi Airport
PM to inaugurate Indian Institute of Skills Mumbai and Vidya Samiksha Kendra Maharashtra

ଅକ୍ଟୋବର ୯ ତାରିଖ ଦିନ ଦ୍ୱିପ୍ରହର ପ୍ରାୟ ୧ଟା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଯୋଗେ ମହାରାଷ୍ଟ୍ରରେ ୭୬୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ନାଗପୁରସ୍ଥିତ ଡ. ବାବାସାହେବ ଆମ୍ବେଦକର ଆନ୍ତର୍ଜାତିକ ବିମାନବନ୍ଦରର ଉନ୍ନତିକରଣ ପାଇଁ ଶିଳାନ୍ୟାସ କରିବେ । ୭୦୦୦ କୋଟି ଟଙ୍କାରେ ଏହି ବିକାଶ କରାଯାଉଛି । ନାଗପୁର ସହର ଏବଂ ବିଦର୍ଭ ଅଞ୍ଚଳରେ ନିର୍ମାଣ କ୍ଷେତ୍ର, ବିମାନ ଚଳାଚଳ, ପର୍ଯ୍ୟଟନ, ଲଜିଷ୍ଟିକ୍ସ, ସ୍ୱାସ୍ଥ୍ୟସେବା ଆଦି ବହୁମୁଖୀ ବିକାଶ ଦିଗରେ ଏହି ପ୍ରକଳ୍ପ ସହାୟକ ହୋଇପାରିବ ।

ଶିରିଡ଼ି ବିମାନବନ୍ଦରରେ ୬୪୫ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ନୂତନ ସମନ୍ୱିତ ଟର୍ମିନଲ ବିଲ୍ଡିଂର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଶିରିଡ଼ି ଆସୁଥିବା ଧାର୍ମିକ ପର୍ଯ୍ୟଟକମାନଙ୍କୁ ଏହା ବିଶ୍ୱସ୍ତରୀୟ ସୁବିଧା ପ୍ରଦାନ କରିବ । ସାଇବାବାଙ୍କ ଆଧ୍ୟାତ୍ମିକ ନିମ୍ବ ଗଛ ଥିମ୍ ଆଧାରରେ ଏହି ବିଲ୍‌ଡିଂ ନିର୍ମାଣ କରାଯିବ ।

ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ତାଙ୍କ ପ୍ରତିବଦ୍ଧତା ସ୍ୱରୂପ ମହାରାଷ୍ଟ୍ରରେ ୧୦ଟି ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରାଇବେ ପ୍ରଧାନମନ୍ତ୍ରୀ । ମୁମ୍ବାଇ, ନାସିକ, ଜଲନା, ଅମରାବତୀ, ଗଡ଼ଚିରୋଲି, ବୁଲଧାନା, ୱାସିମ, ଭଣ୍ଡାରା, ହିଙ୍ଗୋଲି ଏବଂ ଅମ୍ବରନାଥ (ଥାନେ)ରେ ଏସବୁ ମେଡିକାଲ କଲେଜ ନିର୍ମାଣ କରାଯାଇଛି । ଏସବୁ କଲେଜରେ ସ୍ନାତକ ଓ ସ୍ନାତକୋତ୍ତର ସିଟ୍ ରହିବା ସହ ଜନସାଧାରଣଙ୍କୁ ବିଶେଷ ତୃତୀୟକ ସ୍ୱାସ୍ଥ୍ୟସେବା ମଧ୍ୟ ପ୍ରଦାନ କରିବ ।

ଭାରତକୁ ‘ସ୍କିଲ କ୍ୟାପିଟାଲ ଅଫ ଦ ୱାର୍ଲ୍ଡ’ ଭାବେ ପରିଚୟ ଦେବାକୁ ଥିବା ଦୃଷ୍ଟିକୋଣକୁ ସଫଳ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ମୁମ୍ବାଇରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସ୍କିଲ୍ସ (ଆଇଆଇଏସ୍‌)କୁ ଉଦଘାଟନ କରିବେ । ଏହା ଉଦ୍ୟୋଗ କ୍ଷେତ୍ର ପାଇଁ ଅଗ୍ରଣୀ ପ୍ରଯୁକ୍ତି ବିଦ୍ୟାରେ ପାରଙ୍ଗମ ଥିବା ଶ୍ରମ ଶକ୍ତି ପ୍ରସ୍ତୁତ କରିବ । ପବ୍ଲିକ-ପ୍ରାଇଭେଟ ପାର୍ଟନରସିପ୍ ମଡେଲରେ ଏହା ଟାଟା ଏଜୁକେସନ ଆଣ୍ଡ ଡେଭଲପମେଣ୍ଟ ଟ୍ରଷ୍ଟ ଏବଂ ଭାରତ ସରକାରଙ୍କ ସହଭାଗିତାରେ ପ୍ରତିଷ୍ଠା କରାଯାଇଛି । ମେକାଟ୍ରୋନିକ୍ସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡାଟା ଆନାଲିଟିକ୍ସ, ଇଣ୍ଡଷ୍ଟ୍ରିଆଲ ଅଟୋମେସନ ଏବଂ ରୋବୋଟିକ୍ସ ଆଦି କ୍ଷେତ୍ରରେ ଏହି ଇନଷ୍ଟିଚ୍ୟୁଟ ପ୍ରଶିକ୍ଷଣ ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ମହାରାଷ୍ଟ୍ରରେ ବିଦ୍ୟା ସମୀକ୍ଷା କେନ୍ଦ୍ର (ଭିଏସକେ) କୁ ଉଦଘାଟନ କରିବେ । ସ୍ମାର୍ଟ ଉପସ୍ଥିତି, ସ୍ୱାଧ୍ୟାୟ ଭଳି ଟାଟ୍‌ବଟ ମାଧ୍ୟମରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ପ୍ରଶାସକ ମାନଙ୍କୁ ଭିଏସକେ ଗୁରୁତ୍ୱପୂର୍ଣ୍ଣ ଏକାଡେମିକ ଓ ପ୍ରଶାସନିକ ତଥ୍ୟ ଉପଲବ୍ଧ କରାଇବ । ସ୍କୁଲ ଗୁଡ଼ିକୁ ପ୍ରଭାବୀ ଢଙ୍ଗରେ ପରିଚାଳନା କରିବା, ଅଭିଭାବକ ଓ ରାଜ୍ୟ ମଧ୍ୟରେ ସମ୍ପର୍କକୁ ମଜବୁତ୍ କରିବା ଏବଂ ଉତ୍ତରଦାୟୀ ସହାୟତା ପ୍ରଦାନ କରିବା ପାଇଁ ଉଚ୍ଚ ଗୁଣବତ୍ତାସୂଚକ ତଥ୍ୟ ଏହା ପ୍ରଦାନ କରିବ । ଶିକ୍ଷା ପ୍ରଦାନ ଶୈଳୀ ଏବଂ ଶିକ୍ଷା ବ୍ୟବସ୍ଥାର ମାନ ବୃଦ୍ଧି ପାଇଁ ଏହା ନିର୍ଦ୍ଦେଶାତ୍ମକ ସମ୍ବଳ ମଧ୍ୟ ଦେବ ।    

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jo khelega woh khilega, always cheer for Bharat: PM Modi meets India's CWG medallists

Media Coverage

Jo khelega woh khilega, always cheer for Bharat: PM Modi meets India's CWG medallists
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 10, 2026
August 10, 2026

History, Heritage & High Growth: Why India’s Youth Feel Unstoppable Under PM Modi’s Leadership