ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୋମବାର, 21 ସେପ୍ଟେମ୍ବର 2020ରେ ଭିଡିଓ କନଫରେନ୍ସ ଜରିଆରେ ବିହାରରେ ନଅଟି ରାଜପଥ ପ୍ରକଳ୍ପ ପାଇଁ ଆଧାରଶିଳା ରଖିବେ।

ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅପ୍ଟିକାଲ ଫାଇବର ଇଣ୍ଟରନେଟ ସେବାର ଉଦଘାଟନ କରିବେ ଯାହା ମାଧ୍ୟମରେ ବିହାରର 45,945ଟି ଗ୍ରାମ ଅପ୍ଟିକାଲ ଫାଇବର ଇଣ୍ଟରନେଟ ସେବା ସହିତ ଯୋଡ଼ି ହେବ।

ରାଜପଥ ପ୍ରକଳ୍ପ

ନଅଟି ରାଜପଥ ପ୍ରକଳ୍ପ ମାଧ୍ୟମରେ ମୋଟ 14,258 କୋଟି ଟଙ୍କା ବ୍ୟାୟରେ 350 କିମି ସଡ଼କ ନିର୍ମାଣ କରାଯିବ।

ଏସବୁ ରାଜପଥ ରାଜ୍ୟ ଓ ରାଜ୍ୟ ଚାରିପାଖରେ ଉନ୍ନତ, ସୁବିଧାଜନକ ଯାତାୟାତ ସୁବିଧା ଯୋଗାଇ ଦେବା ସହିତ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇପାରିବ, ଯାହାଫଳରେ ବିହାର ରାଜ୍ୟର ସାମଗ୍ରିକ ବିକାଶ ଲାଗି ମାର୍ଗ ପ୍ରଶସ୍ତ ହେବ। ପଡ଼ୋଶୀ ଉତ୍ତର ପ୍ରଦେଶ ଏବଂ ଝାଡ଼ଖଣ୍ଡ ସହିତ ଜନସାଧାରଣ ଓ ମାଲ ପରିବହନରେ ବ୍ୟାପକ ସୁଧାର ଆସିବ।

2015ରେ ବିହାରରେ ଭିତ୍ତିଭୂମି ବିକାଶ ଲାଗି ପ୍ରଧାନମନ୍ତ୍ରୀ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିଲେ। ଏଥିମଧ୍ୟରେ ରହିଥିଲା 54,700 କୋଟି ଟଙ୍କାର 75ଟି ପ୍ରକଳ୍ପ । ଏସବୁ ପ୍ରକଳ୍ପ ମଧ୍ୟରୁ 13ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ 38ଟିର କାମ ଜାରି ରହିଛି ଏବଂ ଅନ୍ୟଗୁଡ଼ିକ ଡିପିଆର/ନିଲାମୀ/ମଞ୍ଜୁରି ପର୍ଯ୍ୟାୟରେ ରହିଛି।

ଏସବୁ ପ୍ରକଳ୍ପ ଶେଷ ହେବା ପରେ, ବିହାରର ସମସ୍ତ ନଦୀ ଏକବିଂଶ ଶତାବ୍ଦୀର ବୈଶିଷ୍ଟ୍ୟ ସହିତ ଉନ୍ନତ ମାନର ସେତୁ ନିର୍ମାଣ ସମ୍ପୂର୍ଣ୍ଣ ହେବ। ସମସ୍ତ ରାଜପଥ ସମ୍ପ୍ରସାରିତ ତଥା ସୁଦୃଢ଼ ହେବ।

ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ ଅଧୀନରେ, ଗଙ୍ଗା ନଦୀରେ ମୋଟ 17ଟି ସେତୁ ନିର୍ମାଣ ହେବ ଯାହାର ଲେନ କ୍ଷମତା 62କୁ ବୃଦ୍ଧି ପାଇବ। ଏହି ମାର୍ଗରେ, ପ୍ରତି 25 କିମି ମଧ୍ୟରେ ରାଜ୍ୟରେ ଗୋଟିଏ ନଦୀ ସେତୁ ରହିବ।

1149.55 କୋଟି ଟଙ୍କା ବ୍ୟୟରେ ଏନଏଚ 31ର ବଖତିୟାରପୁର–ରାଜୌଲି ସେକ୍ସନରେ 47.23 କିମି ଜାତୀୟ ରାଜପଥକୁ 4 ଲେନ ବିଶିଷ୍ଟ କରିବା, 2650.76 କୋଟି ଟଙ୍କା ବ୍ୟୟରେ ଏନଏଚ-31 ର 50.89 କିଲୋମିଟର ବଖତିଆରପୁର– ରାଜୌଲି ସେକ୍ସନକୁ ଚାରି ଲେନ ବିଶିଷ୍ଟ କରିବା, 885.41 କୋଟି ଟଙ୍କା ବ୍ୟୟରେ ଇପିସି ମୋଡରେ 30 ନମ୍ବର ଜାତୀୟ ରାଜପଥର ଆରା–ମୋହନିଆ ସେକ୍ସନର 54.53 କିମି ସଡ଼କକୁ ଚାରି ଲେନ ବିଶିଷ୍ଟ କରିବା, 855.93 କୋଟି ଟଙ୍କା ବ୍ୟୟରେ ଇପିସି ମୋଡରେ 30 ନମ୍ବର ଜାତୀୟ ରାଜପଥର ଆରା–ମୋହନିଆ ସେକ୍ସନର 60.80 କିମି ସଡ଼କକୁ ଚାରି ଲେନ ବିଶିଷ୍ଟ କରିବା, 2288 କୋଟି ଟଙ୍କା ବ୍ୟୟରେ ଏଚଏଏମ ମୋଡରେ ଏନଏଚ-131 ଏ ନରେଣପୁର–ପୁର୍ଣ୍ଣିଆ  ସେକ୍ସନର 49 କିମି ରାସ୍ତାକୁ ଚାରି ଲେନ ବିଶିଷ୍ଟ କରିବା, 913.15 କୋଟି ଟଙ୍କା ବ୍ୟୟରେ ଇପିସି ମୋଡରେ ଏନଏଚ 131 ଜିର ପାଟନା–ରିଙ୍ଗ ରୋଡ (କାହ୍ନୌଲି–ରାମନଗର) 39 କିମି ରାସ୍ତାକୁ 6 ଲେନ ବିଶିଷ୍ଟ କରିବା, 2926.42 କୋଟି ଟଙ୍କା ବ୍ୟୟରେ ଏନଏଚ-19 ଅନ୍ତର୍ଗତ ଗଙ୍ଗା ନଦୀ ଉପରେ ନୂଆ 14.5 କିମି ଲମ୍ବ ଚାରି ଲେନ ବିଶିଷ୍ଟ ସେତୁ ନିର୍ମାଣ (ବର୍ତ୍ତମାନର ମହାତ୍ମାଗାନ୍ଧୀ ସେତୁ ସମାନ୍ତରାଳ ଭାବେ), 1478.40 କୋଟି ଟଙ୍କା ବ୍ୟୟରେ ଇପିସି ମୋଡରେ ଦୁଇ ଲେନ ବିଶିଷ୍ଟ ପେଭଡ ସୋଲଜର ସହିତ ଏନଏଚ-106ରେ କୋଶୀ ନଦୀ ଉପରେ ଚାରି ଲେନ ବିଶିଷ୍ଟ ନୂଆ 28.93 କିମି ସେତୁ ନିର୍ମାଣ ଏବଂ 1110.23 କୋଟି ଟଙ୍କା ଖର୍ଚ୍ଚରେ ଏନଏଚ-131ବିରେ ଗଙ୍ଗା ନଦୀ ଉପରେ ଚାରି ଲେନ ବିଶିଷ୍ଟର 4.445 କିମି ନୂଆ ସେତୁ (ବର୍ତ୍ତମାନର ବିକ୍ରମଶୀଳ ସେତୁ ସହ ସମାନ୍ତରାଳ ଭାବେ) ନିର୍ମାଣ ଆଦି ପ୍ରଧାନମନ୍ତ୍ରୀଙ୍କ ଯୋଜନାରେ ସାମିଲ ରହିଛି।

ଅପ୍ଟିକାଲ ଫାଇବର ଇଣ୍ଟରନେଟ ସେବା

ଏହା ଏକ ସମ୍ମାନଜନକ ପ୍ରକଳ୍ପ ଯାହାକି ବିହାରର 45,945ଟି ଗ୍ରାମରେ ଡିଜିଟାଲ ବିପ୍ଳବ ଆଣିବା ସହିତ ରାଜ୍ୟର ଦୂରବର୍ତ୍ତୀ କୋଣରେ ଇଣ୍ଟରନେଟ ସେବା ପହଞ୍ଚାଇବ।

ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନ ଟେଲିକମ ବିଭାଗ ଏବଂ ଜନ ସେବା କେନ୍ଦ୍ର (ସିଏସସି)ର ମିଳିତ ଉଦ୍ୟମକ୍ରମେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ।

ବିହାରର କୋଣଅନୁକୋଣରେ 34,821ଟି ସିଏସସି କେନ୍ଦ୍ର ରହିଛି। ସେମାନେ ଏହି ଶ୍ରମଶକ୍ତିକୁ କେବଳ ପ୍ରକଳ୍ପର କାର୍ଯ୍ୟକାରିତାରେ ବିନିଯୋଗ କରିବେ ନାହିଁ ବରଂ ବିବହାର ପ୍ରତ୍ୟେକ ଗ୍ରାମରେ ଜନସାଧାରଣଙ୍କ ନିକଟରେ ଅପ୍ଟିକାଲ ଫାବର ଇଣ୍ଟରନେଟ ସେବା ପହଞ୍ଚାଇବା ନିମନ୍ତେ ଏହାକୁ ପେସଦାର ଢଙ୍ଗରେ କାର୍ଯ୍ୟକାରୀ କରିବେ। ଏହି ପ୍ରକଳ୍ପରେ 1 ୱାଇ–ଫାଇ ଏବଂ 5ଟି ମାଗଣା ସଂଯୋଗ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନବାଡ଼ି, ଆଶାକର୍ମୀ, ଜୀବିକା ଦିଦି ଆଦି ସରକାରୀ ସଂସ୍ଥାକୁ ଯୋଗାଇ ଦିଆଯିବ।

ଏହି ପ୍ରକଳ୍ପ ଗୋଟିଏ ବଟନ କ୍ଲିକରେ ଇ–ଶିକ୍ଷାଦାନ, ଇ–କୃଷି, ଟେଲି ମେଡ଼ିସିନ, ଟେଲି–ଆଇନ ସେବା ଏବଂ ଅନ୍ୟ ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକୁ ବିହାରର ସମସ୍ତ ନାଗରିକମାନଙ୍କ ନିକଟରେ ପହଞ୍ଚାଇପାରିବ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cabinet approves Rs 4,415 crore upgrade of 233 km NH-347B in Madhya Pradesh

Media Coverage

Cabinet approves Rs 4,415 crore upgrade of 233 km NH-347B in Madhya Pradesh
NM on the go

Nm on the go

Always be the first to hear from the PM. Get the App Now!
...
UK Foreign Secretary meets Prime Minister
June 04, 2026

UK Foreign Secretary Yvette Cooper today met Prime Minister Shri Narendra Modi.

The Prime Minister expressed his pleasure upon the meeting and appreciated the deepening of the India-UK partnership in recent times which has unlocked unprecedented growth opportunities for both countries.

The Prime Minister affirmed that the India-UK Vision 2035 will continue to guide the partnership and strengthen joint efforts for the global good.

The Prime Minister posted on X:

"Pleased to meet UK Foreign Secretary Yvette Cooper. Appreciated the deepening of the India-UK partnership in recent times that has unlocked unprecedented growth opportunities for both our countries.

India-UK Vision 2035 will continue to guide our partnership and strengthen our joint efforts for global good.@YvetteCooperMP"