ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 29 ଫେବୃଆରୀ, 2020ରେ ଚିତ୍ରକୁଟଠାରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ଏହି ଏକ୍ସପ୍ରେସ-ୱେ ଫେବୃଆରୀ, 2018ରେ ସରକାରଙ୍କ ଦ୍ୱାରା ଘୋଷିତ ଉତ୍ତରପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡରର ସହମତି ବିନ୍ଦୁକୁ ଆଗକୁ ନେବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ।

ଉତ୍ତର ପ୍ରଦେଶ ସରକାର ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର ନିର୍ମାଣ କରୁଛନ୍ତି । ଏହି ଏକ୍ସପ୍ରେସୱେ, ଚିତ୍ରକୁଟ, ବାନ୍ଦା, ହମିରପୁର ଏବଂ ଜାଲୌନ ଜିଲ୍ଲା ଦେଇ ଯିବ । ଏହା ବୁନ୍ଦେଲଖଣ୍ଡ କ୍ଷେତ୍ରକୁ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେ ଏବଂ ଯମୁନା ଏକ୍ସପ୍ରେସୱେକୁ ସଂଯୋଗ କରିବ । ଏହାସହିତ ବୁନ୍ଦେଲଖଣ୍ଡ କ୍ଷେତ୍ରର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

296 କିଲୋମିଟର ଦୀର୍ଘ ଏକ୍ସପ୍ରେସୱେ ଚିତ୍ରକୁଟ, ବାନ୍ଦା, ମହୋବା, ହମିରପୁର, ଜାଲୌନ, ଔରୈୟା ଏବଂ ଇଟାୱା ଜିଲ୍ଲାଗୁଡିକ ପାଇଁ ଲାଭଦାୟକ ହେବ ।

ଭାରତରେ ଜାହାଜ ଏବଂ ବୁଡାଜହାଜ ଠାରୁ ଆରମ୍ଭ କରି ଯୁଦ୍ଧ ବିମାନ, ହେଲିକପ୍ଟର, ଅସ୍ତ୍ରଶସ୍ତ୍ର ଏବଂ ସେନ୍ସର ଭଳି ପ୍ରତିରକ୍ଷା ଉପକରଣଗୁଡିକର ଆବଶ୍ୟକତା ରହିଛି । ଏହି ଆବଶ୍ୟକତାର ପରିମାଣ 2025 ବେଳକୁ 250 ବିଲିୟନ ଆମେରିକୀୟ ଡଲାରର ହେବ ।
ଏହି ଆବଶ୍ୟକତା ପୂରଣ କରିବା ପାଇଁ ସରକାର ଲକ୍ଷ୍ନୌଠାରେ ପୁଞ୍ଜି ନିବେଶକମାନଙ୍କର ଶିଖର ସମ୍ମିଳନୀ 21 ଫେବୃଆରୀ, 2018ରେ ଉତ୍ତର ପ୍ରଦେଶରେ ପ୍ରତିରକ୍ଷା ଶିଳ୍ପ କରିଡର ପ୍ରତିଷ୍ଠା କରିବା ପାଇଁ ଘୋଷଣା କରିଥିଲେ ।

କେନ୍ଦ୍ର ସରକାର ପ୍ରାରମ୍ଭରେ 6ଟି କ୍ଲଷ୍ଟର ଚୟନ କରି କରିଡର ପ୍ରତିଷ୍ଠା କରିଛନ୍ତି । ଏଗୁଡିକ ମଧ୍ୟରେ ଲକ୍ଷ୍ନୌ, ଝାନସୀ, ଚିତ୍ରକୁଟ, ଆଲିଗଡ, କାନପୁର, ଆଗ୍ରା ରହିଛି । ଏଥିମଧ୍ୟରୁ ବୁନ୍ଦେଲଖଣ୍ଡ କ୍ଷେତ୍ର-ଝାନସୀ ଏବଂ ଚିତ୍ରକୁଟରେ ଦୁଇଟି କ୍ଲଷ୍ଟର ପ୍ରସ୍ତୁତ କରାଯାଉଛି । ସବୁଠାରୁ ବଡ କ୍ଲଷ୍ଟର ଝାନସୀଠାରେ ପ୍ରସ୍ତୁତ କରାଯିବ ।

ଝାନସୀ ଏବଂ ଚିତ୍ରକୁଟ ଏ ଦୁଇଟି ସ୍ଥାନରେ ଚାଷ ଅନୁପଯୋଗୀ ଜମି କ୍ରୟ କରାଯାଇଛି । ସେହି ଅଞ୍ଚଳର ଗରିବ କୃଷକମାନେ ଏହାଦ୍ୱାରା ଲାଭାନ୍ୱିତ ହେବେ ।

କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ର ଶୁଭାରମ୍ଭ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେହି ଦିନ ଚିତ୍ରକୁଟଠାରେ ଦେଶରେ 10 ହଜାର କୃଷକ ଉତ୍ପାଦକ ସଂଗଠଗୁଡିକର ଶୁଭାରମ୍ଭ କରିବେ ।
ପାୟତଃ 86 ପ୍ରତିଶତ କ୍ଷୁଦ୍ର ଏବଂ ମଧ୍ୟମ ଧରଣର କୃଷକ ଅଛନ୍ତି, ଯେଉଁମାନଙ୍କ ପାଖରେ ପ୍ରାୟତଃ 1.1 ହେକ୍ଟରରୁ ମଧ୍ୟ କମ ଜମି ରହିଛି । ଲଘୁ, ମଧ୍ୟମ ଏବଂ ଭୂମିହୀନ କୃଷକମାନଙ୍କୁ କୃଷି ଉତ୍ପାଦନ ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଉନ୍ନତ ବିହନ, ସାର ଏବଂ ଆବଶ୍ୟକ ଅର୍ଥ ସହିତ କୀଟନାଶକ ସଂପର୍କୀତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଆର୍ଥିକ ଅନଗ୍ରସରତା ଯୋଗୁ ସେମାନଙ୍କୁ ନିଜ ଉତ୍ପାଦର ବିକ୍ରିବଟା କ୍ଷେତ୍ରରେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।

ଏଫପିଓ ଏହିଭଳି ସମସ୍ୟାଗୁଡିକର ସମାଧାନ କରିବା ସହିତ କୃଷକମାନଙ୍କୁ ସାମଗ୍ରିକ ଭାବେ ସାହାଯ୍ୟ କରିଥାଏ । ଏଫପିଓର ସଦସ୍ୟମାନେ ଏହିସବୁ ସମସ୍ୟାଗୁଡିକୁ କୃଷକମାନଙ୍କ ସହ ମିଶି ସମାଧାନ କରିଥାନ୍ତି ଯାହାଦ୍ୱାରା ଲଘୁ, ନାମମାତ୍ର ଏବଂ ଭୂମିହୀନ କୃଷକମାନଙ୍କର ଆମଦାନୀ ଦ୍ରୁତ ଗତିରେ ବୃଦ୍ଧି ପାଇପାରିବ ।

କୃଷକମାନଙ୍କର ଆୟ ଦୁଇଗୁଣ କରିବା ପାଇଁ (ଡିଏଫଆଇ) ରିପୋର୍ଟରେ ଦର୍ଶାଯିବା ସହିତ ଆଗାମୀ 2022 ମଧ୍ୟରେ 7 ହଜାର ଏଫପିଓ ଗଠନ କରିବାକୁ ସୁପାରିସ କରାଯାଇଛି । କେନ୍ଦ୍ର ସରକାର ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ କୃଷକମାନଙ୍କ ପାଇଁ ବହୁଳ ମାତ୍ରାରେ ଉତ୍ପାଦନ ଲକ୍ଷ୍ୟ ରଖି ଏବଂ ଲଘୁ, ମଧ୍ୟମ ଏବଂ ଭୂମିହୀନ କୃଷକମାନଙ୍କର ଆର୍ଥିକ ବିକାଶ ପାଇଁ 10 ହଜାର ନୂତନ ଏଫପିଓ ଗଠନ କରିବାର ଘୋଷଣା କରିଛନ୍ତି ।

କେନ୍ଦ୍ରୀୟ ବଜେଟ 2020-21ରେ ସରକାର ମୂଲ୍ୟବୃଦ୍ଧି, ବିପଣନ ଏବଂ ରତ୍ପାନିକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ‘ଏକ ଜିଲ୍ଲା ଏକ ଉତ୍ପାଦନ’ ରଣନୀତି ଜରିଆରେ କୃଷି ଉତ୍ପାଦନ ପାଇଁ କ୍ଲଷ୍ଟର ଦୃଷ୍ଟିକୋଣ ବ୍ୟବସ୍ଥା କରିବାର ପ୍ରସ୍ତାବ ରଖିଛନ୍ତି ।

ନରେନ୍ଦ୍ର ମୋଦୀ ସରକାର ‘କୃଷକ ଉତ୍ପାଦ ସଂଗଠନଗୁଡିକର ଗଠନ ଏବଂ ପ୍ରୋତ୍ସାହନ (ଏଫପିଓ)’ ଶୀର୍ଷକ ନୂତନ କେନ୍ଦ୍ରୀୟ କ୍ଷେତ୍ରର ଯୋଜନା ଆରମ୍ଭ କରିଛନ୍ତି, ଯେଉଁଥିରେ 10 ହଜାର ନୂତନ ଏଫପିଓ ଗଠନ କରିବା ଏବଂ ସେଗୁଡିକୁ ପ୍ରୋତ୍ସାହିତ କରିବା ଲାଗି ସ୍ପଷ୍ଟ ରଣନୀତି ଏବଂ ପ୍ରତିବଦ୍ଧତାର ସହିତ ସମ୍ବଳର ବ୍ୟବସ୍ଥା କରାଯାଇଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament on verge of history, says PM Modi, as it readies to take up women's bills

Media Coverage

Parliament on verge of history, says PM Modi, as it readies to take up women's bills
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam, expresses gratitude to farmers during festive occasions
April 15, 2026

The Prime Minister, Shri Narendra Modi, said that several festivals are being celebrated across different parts of the country. He noted that on such occasions filled with joy and enthusiasm, the nation remains grateful to its hardworking farmer brothers and sisters who nourish the entire country.

The Prime Minister shared a Sanskrit Subhashitam-

“इत्थं फलति शुद्धेन सिक्तं सङ्कल्पवारिणा।
पुण्यबीजमपि स्वल्पं पुंसां कृषिकृतामिव॥”

The Subhashitam conveys that Just as a small seed sown by a farmer, when watered at the right time, gradually grows and yields a bountiful harvest, in the same way, even a small effort made with pure intentions leads a person to great success.

The Prime Minister wrote on X;

“देश के अलग-अलग हिस्सों में अभी कई पर्व-त्योहार मनाए गए हैं। उमंग और उल्लास से भरे इन अवसरों के लिए हम अपने परिश्रमी किसान भाई-बहनों के कृतज्ञ हैं, जो पूरे देश का पोषण करते हैं।

इत्थं फलति शुद्धेन सिक्तं सङ्कल्पवारिणा।

पुण्यबीजमपि स्वल्पं पुंसां कृषिकृतामिव॥”