PM to launch expansion of health coverage to all senior citizens aged 70 years and above under Ayushman Bharat PM-JAY
In a major boost to healthcare infrastructure, PM to inaugurate and lay foundation stone of multiple healthcare institutions
PM to inaugurate Phase-II of India’s First All India Institute of Ayurveda
Enhancing the innovative usage of technology in healthcare sector, PM to launch drone services at 11 Tertiary Healthcare Institutions
In a boost to digital initiatives to further improve healthcare facilities, PM to launch U-WIN portal that digitalises vaccination process benefiting pregnant women and infants
In line with the vision of Make in India, PM to inaugurate five projects under the PLI scheme for medical devices and bulk drugs
PM to also launch multiple initiatives to strengthen the R&D and testing infrastructure in healthcare sector

ଧନ୍ୱନ୍ତରୀ ଜୟନ୍ତୀ ଓ ନବମ ଆୟୁର୍ବେଦ ଦିବସ ଅବସରରେ ଅକ୍ଟୋବର ୨୯ ତାରିଖ ମଧ୍ୟାହ୍ନ ୧୨ଟା ୩୦ରେ ନୂଆଦିଲ୍ଲୀର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ଆୟୁର୍ବେଦ (ଏଆଇଆଇଏ)ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୨,୮୫୦ କୋଟି ଟଙ୍କାର ବହୁମୁଖୀ ପ୍ରକଳ୍ପର ଶୁଭାରମ୍ଭ, ଉଦଘାଟନ ଏବଂ ଶିଳାନ୍ୟାସ କରିବେ ।

ଫ୍ଲାଗସିପ୍ ଯୋଜନା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା (ପିଏମ୍‌-ଜୟ)ରେ ଅତିରିକ୍ତ ଭାବେ ୭୦ ବର୍ଷ ଏବଂ ଏହାଠାରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଯୋଜନାର ସମ୍ପ୍ରସାରଣକୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ । ଆୟ ନିର୍ବିଶେଷରେ ସମସ୍ତ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ସହାୟକ ହେବ ।

ଦେଶରେ ସମସ୍ତଙ୍କୁ ଗୁଣମାନର ସ୍ୱାସ୍ଥ୍ୟଚିକିତ୍ସା ସେବା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ଜାରି ରହିଛି । ସ୍ୱାସ୍ଥ୍ୟଚିକିତ୍ସା ମୌଳିକ ଢାଞ୍ଚାକୁ ସୁଦୃଢ଼ କରିବାକୁ ପ୍ରଧାନମନ୍ତ୍ରୀ ବହୁମଖୀ ସ୍ୱାସ୍ଥ୍ୟସେବା ସଂସ୍ଥାନର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ଭାରତର ପ୍ରଥମ ସର୍ବଭାରତୀୟ ଆୟୁର୍ବେଦ ସଂସ୍ଥାନ (ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ଆୟୁର୍ବେଦ)ର ଦ୍ୱିତୀୟ ପର୍ଯ୍ୟାୟକୁ ଉଦଘାଟନ କରିବେ । ଏହା ମଧ୍ୟରେ ରହିଛି, ପଞ୍ଚକର୍ମ ହସପିଟାଲ, ଔଷଧ ପ୍ରସ୍ତୁତି ପାଇଁ ଆୟୁର୍ବେଦିକ ଫାର୍ମାସୀ, ଏକ ସ୍ପୋର୍ଟ୍ସ ମେଡିସିନ ୟୁନିଟ, ଏକ କେନ୍ଦ୍ରୀୟ ଲାଇବ୍ରେରୀ, ଏକ ଆଇଟି ଏବଂ ଷ୍ଟାର୍ଟଅପ୍ ଇନକ୍ୟୁବେସନ ସେଣ୍ଟର ଏବଂ ୫୦୦ ଆସନ ବିଶିଷ୍ଟ ଅଡ଼ିଟୋରିୟମ ଇତ୍ୟାଦି । ସେ ମଧ୍ୟ ମଧ୍ୟପ୍ରଦେଶର ମଣ୍ଡସାଉର, ନିମୁଚ ଏବଂ ସିଓନିରେ ତିନୋଟି ମେଡିକାଲ କଲେଜର ଉଦଘାଟନ କରିବେ । ଏଥିସହ ସେ ବିଭିନ୍ନ ଏମ୍ସରେ ଅନେକ ଗୁଡ଼ିଏ ସୁବିଧାର ଶୁଭାରମ୍ଭ ଏବଂ ସେବାର ସଂପ୍ରସାରଣ କରିବେ । ଏହା ମଧ୍ୟରେ ରହିଛି ହିମାଚଳ ପ୍ରଦେଶର ବିଳାସପୁର ଏମ୍ସ, ପଶ୍ଚିମବଙ୍ଗର କଲ୍ୟାଣୀ, ବିହାରର ପାଟନା, ଉତ୍ତରପ୍ରଦେଶର ଗୋରଖପୁର, ମଧ୍ୟପ୍ରଦେଶର ଭୋପାଳ, ଆସାମର ଗୁଆହାଟୀ ଏମ୍ସ । ନୂଆଦିଲ୍ଲୀ ଏମ୍ସରେ ଏକ ଜନୌଷଧି କେନ୍ଦ୍ରର ମଧ୍ୟ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ମଧ୍ୟ ଛତିଶଗଡ଼ ବିଳାସପୁରସ୍ଥିତ ସରକାରୀ ମେଡିକାଲ କଲେଜରେ ସୁପର ସ୍ପେସିଆଲିଟି ବ୍ଲକ ଏବଂ ଓଡ଼ିଶାର ବରଗଡ଼ରେ କ୍ରିଟିକାଲ କେୟାର ୟୁନିଟର ଉଦଘାଟନ କରିବେ ।

ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ଶିବପୁରୀ, ରତଲାମ, ଖଣ୍ଡୱା, ରାଜଗଡ଼ ଏବଂ ମଣ୍ଡସାଉରରେ ୫ଟି ନର୍ସିଂ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଆୟୁଷ୍ମାନ ଭାରତ ହେଲଥ୍ ଇନ୍‌ଫ୍ରାଷ୍ଟ୍ରକଚର ମିସନ (ପିଏମ-ଏବିଏଚଆଇଏମ୍‌) ଅଧୀନରେ ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଣିପୁର, ମଣିପୁର, ତାମିଲନାଡ଼ୁ ଏବଂ ରାଜସ୍ଥାନରେ ୨୧ଟି କ୍ରିଟିକାଲ କେୟାର ବ୍ଲକର ଶିଳାନ୍ୟାସ କରିବେ । ନୂଆଦିଲ୍ଳୀ ଏବଂ ହିମାଚଳ ପ୍ରଦେଶର ବିଳାସପୁରସ୍ଥିତ ଏମ୍ସରେ ଅନେକ ସୁବିଧା ଓ ସେବା ସମ୍ପ୍ରସାରଣ ବ୍ୟବସ୍ଥାର ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଇଏସଆଇସି ହସପିଟାଲକୁ ଉଦଘାଟନ କରିବା ସହ ହରିଆନାର ଫରିଦାବାଦ, କର୍ଣ୍ଣାଟକର ନାରସପୁର ଏବଂ ବୋମାସାନ୍ଦ୍ରା, ମଧ୍ୟପ୍ରଦେଶର ଇନ୍ଦୋର, ଉତ୍ତରପ୍ରଦେଶର ମିରଟ ଏବଂ ଆନ୍ଧ୍ର ପ୍ରଦେଶର ଅଚୁତପୁରମ ଠାରେ ଇଏସଆଇସି ହସପିଟାଲର ଶିଳାନ୍ୟାସ କରିବେ ।

ବିଭିନ୍ନ କ୍ଷେତ୍ରରେ ସେବା ପ୍ରଦାନରେ ପ୍ରଯୁକ୍ତି ବିଦ୍ୟା ବ୍ୟବହାରର ସମ୍ପ୍ରସାରଣକୁ ପ୍ରଧାନମନ୍ତ୍ରୀ ଦୃଢ଼ ଭାବେ ସମର୍ଥନ କରନ୍ତି । ସ୍ୱାସ୍ଥ୍ୟସେବା ଉପଲବ୍ଧତାକୁ ଅଧିକ ସହଜ କରିବାକୁ ଡ୍ରୋନ୍ ଟେକ୍ନୋଲୋଜିର ଇନୋଭେଟିଭ୍ ବ୍ୟବହାର ବୃଦ୍ଧି କରିବା ସକାଶେ ପ୍ରଧାନମନ୍ତ୍ରୀ ୧୧ଟି ଟର୍ଟିଆରି ହେଲଥକେୟାର ଇନଷ୍ଟିଚ୍ୟୁସନରେ ଡ୍ରୋନ୍ ସେବାର ଶୁଭାରମ୍ଭ କରିବେ । ଏଗୁଡ଼ିକ ହେଲା ଉତ୍ତରାଖଣ୍ଡର ରିଷିକେଶ ଏମ୍ସ, ତେଲଙ୍ଗାନାର ବିବିନଗର ଏମ୍ସ, ଆସାମର ଗୁଆହାଟୀ ଏମ୍ସ, ମଧ୍ୟପ୍ରଦେଶର ଭୋପାଳ ଏମ୍ସ, ରାଜସ୍ଥାନର ଯୋଧପୁର ଏମ୍ସ, ବିହାରର ପାଟନା ଏମ୍ସ, ହିମାଚଳପ୍ରଦେଶର ବିଳାସପୁର ଏମ୍ସ, ଉତ୍ତରପ୍ରଦେଶର ରାୟବରେଲି ଏମ୍ସ, ଛତିଶଗଡ଼ର ରାୟପୁର ଏମ୍ସ, ଆନ୍ଧ୍ରପ୍ରଦେଶର ମଙ୍ଗଳଗିରି ଏମ୍ସ ଏବଂ ମଣିପୁରର ଇମ୍ଫାଲସ୍ଥିତ ରିମ୍ସ (ଆରଆଇଏମଏସ) । ସେ ମଧ୍ୟ ରିଷିକେଶ ଏମ୍ସରେ ହେଲିକପ୍ଟର ଜରୁରୀକାଳୀନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ କରିବେ, ଯାହାକି ସ୍ୱାସ୍ଥ୍ୟସେବା ପ୍ରଦାନର ଗତିକୁ ତ୍ୱରାନ୍ୱିତ କରିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ୟୁ-ୱିନ (U-WIN) ପୋର୍ଟାଲର ଶୁଭାରମ୍ଭ କରିବେ । ଏହା ଟିକାଦାନ ପ୍ରକ୍ରିୟାର ସମ୍ପୂର୍ଣ୍ଣ ଡିଜିଟାଲୀକରଣ କରିବା ଦିଗରେ ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ଫାଇଦା ଦେବ । ଟିକା ଦ୍ୱାରା ରୋକିହେଉଥିବା ୧୨ଟି ରୋଗ ପାଇଁ ଗର୍ଭବତୀ ମହିଳା ଓ ଶିଶୁ (ଜନ୍ମରୁ ୧୬ ବର୍ଷ)ଙ୍କୁ ଜୀବନରକ୍ଷାକାରୀ ଟିକା ପ୍ରଦାନକୁ ଏହା ନିଶ୍ଚିତ କରିବ । ପ୍ରଧାନମନ୍ତ୍ରୀ ମଧ୍ୟ ସ୍ୱାସ୍ଥ୍ୟସେବା ପେସାଦାର ଓ ପ୍ରତିଷ୍ଠାନ ସମ୍ବନ୍ଧିତଙ୍କ ପାଇଁ ଏକ ପୋର୍ଟାଲର ଉନ୍ମୋଚନ କରିବେ । ଏହା ବର୍ତ୍ତମାନର ସ୍ୱାସ୍ଥ୍ୟସେବା ପେସାଦାର ଓ ପ୍ରତିଷ୍ଠାନ ଗୁଡ଼ିକର କେନ୍ଦ୍ରୀକୃତ ଡାଟାବେସ୍ ଭାବେ କାର୍ଯ୍ୟ କରିବ ।

ଦେଶରେ ସ୍ୱାସ୍ଥ୍ୟଚିକିତ୍ସା ଇକୋସିଷ୍ଟମର ବିକାଶ ପାଇଁ ଗବେଷଣା ଓ ବିକାଶ (ଆର ଆଣ୍ଡ ଡି) ଏବଂ ଟେଷ୍ଟିଂର ମୌଳିକ ଢାଞ୍ଚାକୁ ସୁଦୃଢ଼ କରିବାକୁ ପ୍ରଧାନମନ୍ତ୍ରୀ ଅନେକଗୁଡ଼ିଏ ପଦକ୍ଷେପର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ଓଡ଼ିଶାର ଭୁବନେଶ୍ୱରସ୍ଥିତ ଗୋଠପାଟଣାରେ ଏକ ସେଣ୍ଟ୍ରାଲ ଡ୍ରଗ୍ସ ଟେଷ୍ଟିଂ ଲାବୋରେଟାରୀର ଉଦଘାଟନ କରିବେ । 

ଓଡ଼ିଶାର ଖୋର୍ଦ୍ଧା ଏବଂ ଛତିଶଗଡ଼ର ରାୟପୁରଠାରେ ଯୋଗ ଓ ନାଚୁରୋପାଥି ଉପରେ ଦୁଇଟି କେନ୍ଦ୍ରୀୟ ଗବେଷଣା ସଂସ୍ଥାନ ପାଇଁ ସେ ଶିଳାନ୍ୟାସ କରିବେ । ଚାରୋଟି ଉତ୍କର୍ଷ କେନ୍ଦ୍ରର ମଧ୍ୟ ସେ ଶିଳାନ୍ୟାସ କରିବେ । ମେଡିକାଲ ଡିଭାଇସ ପାଇଁ ଗୁଜରାଟର ଅହମ୍ମଦାବାଦ ନାଇପର (NIPER)ରେ, ବଲ୍କ ଡ୍ରଗ୍ସ ପାଇଁ ତେଲଙ୍ଗାନାର ହାଇଦ୍ରାବାଦ ନାଇପରରେ, ଫାଇଟୋଫାର୍ମାସ୍ୟୁଟିକାଲ୍ସ ପାଇଁ ଆସାମର ଗୁଆହାଟୀ ନାଇପରରେ, ଆଣ୍ଟି-ବ୍ୟାକ୍ଟେରିଆଲ ଏବଂ ଆଣ୍ଟି-ଭାଇରାଲ ଔଷଧ ଉଦ୍ଭାବନ ଓ ବିକାଶ ପାଇଁ ପଞ୍ଜାବର ମୋହାଲି ନାଇପରରେ ଉତ୍କର୍ଷ କେନ୍ଦ୍ରର ଶିଳାନ୍ୟାସ ହେବ ।

ପ୍ରଧାନମନ୍ତ୍ରୀ ମଧ୍ୟ ଚାରୋଟି ଆୟୁଷ ସେଣ୍ଟରସ ଅଫ ଏକ୍ସିଲେନ୍ସର ଲୋକାର୍ପଣ କରିବେ । ଏଗୁଡ଼ିକ ହେଲା, ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସରେ ସେଣ୍ଟର ଅଫ ଏକ୍ସିଲେନ୍ସ ଫର ଡାଏବେଟିସ ଆଣ୍ଡ ମେଟାବୋଲିକ ଡିଜଅର୍ଡର, ଆଇଆଇଟି ଦିଲ୍ଲୀରେ ସେଣ୍ଟର ଅଫ ଏକ୍ସିଲେନ୍ସ ଇନ ସଷ୍ଟେନେବଲ ଆୟୁଷ ଫର ଆଡଭାନ୍ସଡ ଟେକ୍ନୋଲୋଜିକାଲ ସଲ୍ୟୁସନ୍ସ ଏବଂ ଷ୍ଟାର୍ଟଅପ୍ ସପୋର୍ଟ, ଲକ୍ଷେ୍ମøର ସେଣ୍ଟ୍ରାଲ ଡ୍ରଗ ରିସର୍ଚ୍ଚ ୟୁନିଟଠାରେ ସେଣ୍ଟର ଅଫ ଏକ୍ସିଲେନ୍ସ ଫର ଫଣ୍ଡାମେଣ୍ଟାଲ ଆଣ୍ଡ ଟ୍ରାନ୍ସଲେସନାଲ ରିସର୍ଚ୍ଚ ଇନ ଆୟୁର୍ବେଦ ଏବଂ ନୂଆଦିଲ୍ଲୀର ଜେଏନୟୁଠାରେ ସେଣ୍ଟର ଅଫ ଏକ୍ସିଲେନ୍ସ ଅନ୍ ଆୟୁର୍ବେଦ ଆଣ୍ଡ ସିଷ୍ଟମସ ମେଡିସିନ୍ ।

ସ୍ୱାସ୍ଥ୍ୟଚିକିତ୍ସା କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆ ପ୍ରୋତ୍ସାହନ ଦେବାକୁ ପ୍ରଧାନମନ୍ତ୍ରୀ ଉତ୍ପାଦନ ସମ୍ବନ୍ଧିତ ପ୍ରୋତ୍ସାହନ (ପ୍ରଡକ୍ସନ ଲିଙ୍କଡ ଇନସେଣ୍ଟିଭ-ପିଏଲଆଇ) ଯୋଜନାରେ ମେଡିକାଲ ଡିଭାଇସ ଏବଂ ବଲ୍କ ଡ୍ରଗ୍ସ ପାଇଁ ପାଞ୍ଚଟି ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ଗୁଜରାଟର ଭାପି, ତେଲଙ୍ଗାନାର ହାଇଦ୍ରାବାଦ, କର୍ଣ୍ଣାଟକର ବେଙ୍ଗାଲୁରୁ, ଆନ୍ଧ୍ରପ୍ରଦେଶର କାକିନାଡ଼ା ଏବଂ ହିମାଚଳ ପ୍ରଦେଶର ନାଲାଗଡ଼ରେ ଏହି ପ୍ରକଳ୍ପ ଗୁଡ଼ିକ ଅବସ୍ଥିତ । ଏହି ୟୁନିଟ ଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ବଲ୍କ ଡ୍ରଗ ସମେତ ଶରୀର ପ୍ରତ୍ୟାରୋପଣ ଏବଂ କ୍ରିଟିକାଲ କେୟାର ଓ ଉଚ୍ଚସ୍ତରୀୟ ଚିକିତ୍ସା ଉପକରଣ ପ୍ରସ୍ତୁତ ହେବ ।

ପ୍ରଧାନମନ୍ତ୍ରୀ ମଧ୍ୟ ଦେଶବ୍ୟାପୀ ‘ଦେଶ୍ କା ପ୍ରକୃତି ପରୀକ୍ଷଣ ଅଭିଯାନ’ ନାମରେ ଅଭିଯାନର ଶୁଭାରମ୍ଭ କରିବେ । ନାଗରିକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସେଚେତନତା ସୃଷ୍ଟି ପାଇଁ ଏହା ଉଦ୍ଦିଷ୍ଟ । ସେ ମଧ୍ୟ ଜଳବାୟୁ ପରିବର୍ତ୍ତନ ଅନୁକୂଳ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ଅନୁକୂଳନ ରଣନୀତି ପ୍ରସ୍ତୁତ କରିବା ପାଇଁ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସକାଶେ ଜଳବାୟୁ ପରିବର୍ତ୍ତନ ଏବଂ ମାନବ ସ୍ୱାସ୍ଥ୍ୟ ଉପରେ ରାଜ୍ୟ-ବିଶିଷ୍ଟ କାର୍ଯ୍ୟ ଯୋଜନାର ଶୁଭାରମ୍ଭ କରିବେ ।     

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s AI moment: Sarvam turns unicorn at $1.5 billion valuation

Media Coverage

India’s AI moment: Sarvam turns unicorn at $1.5 billion valuation
NM on the go

Nm on the go

Always be the first to hear from the PM. Get the App Now!
...
Today, the world does not suffer from a shortage of resources; it suffers from a shortage of trust: PM Modi at G7 Summit in Evian, France
June 16, 2026

राष्ट्रपति मैक्रों,
Your Excellencies,

नमस्कार!

G-7 समिट में हमारे गर्मजोशी भरे स्वागत के लिए मैं राष्ट्रपति मैक्रों का हार्दिक आभार व्यक्त करता हूँ।

Friends,

आज का विश्व पहले से कहीं अधिक inter-connected और inter-dependent है। किसी भी देश की ऊर्जा सुरक्षा, खाद्य सुरक्षा, स्वास्थ्य सुरक्षा, साइबर सुरक्षा और आर्थिक समृद्धि केवल उसकी सीमाओं के भीतर तय नहीं होती। Mobility, data, capital, technology, ये सभी हमें आपस में जोड़ते हैं।

ऐसे समय में Partnerships का महत्व स्वाभाविक रूप से बढ़ जाता है। लेकिन साझेदारियाँ तभी सफल होती हैं जब उनके केंद्र में विश्वास हो। आज सबसे महत्वपूर्ण Strategic Asset कोई mineral, technology या market नहीं, बल्कि आपसी विश्वास है।

विश्वास कि टेक्नॉलजी और supply chains को हथियार के रूप में नहीं, global good के लिए इस्तेमाल किया जाएगा। विश्वास कि विकास के अवसर कुछ देशों तक सीमित नहीं रहेंगे। विश्वास कि वैश्विक संस्थान सभी देशों की आकांक्षाओं को पूरा करने में सक्षम होंगे।

Friends,

पिछली सदी में मानवता को दो विश्व युद्धों से गुज़रना पड़ा। अनेक बलिदानों के बाद विश्व समुदाय ने शांति, स्थिरता और समृद्धि की ओर बढ़ने के लिए व्यवस्थाएं विकसित की। इन व्यवस्थाओं का आधार भी trust ही था।

किन्तु अनेक दशकों से, अनेक पीढ़ियों के योगदान से बनाए गए विश्वास को आज चोट पहुँच रही है। कोविड ने हमें आईना दिखाया कि trust और solidarity के दावे कितने खोखले थे।

Today the world does not suffer from a shortage of resources; it suffers from a shortage of trust. And the future of our partnerships depends on building this trust.

अमेरिका के राष्ट्रपति रोनल्ड रेगन ने कहा था: Trust but Verify. यह आज के समय में भी प्रासंगिक है। भावी पीढ़ियों के प्रति हमारा दायित्व है कि हम नए युग के अनुरूप trusted rules based order का निर्माण करें।

Friends,

भारत ने सदैव विश्व को एक परिवार के रूप में देखा है। हमारे सभी प्रयास “सर्वजन हिताय, सर्वजन सुखाय” यानि, welfare and happiness for all के मूल सिद्धांत पर आधारित रहे हैं।

भारत का अनुभव दिखाता है कि विकास सबसे अधिक प्रभावी तब होता है जब वह लोगों की आकांक्षाओं से जुड़ा हो। यही सिद्धांत हमारी अंतरराष्ट्रीय साझेदारियों का भी आधार है। इसी सोच के साथ भारत ने International Solar Alliance, Coalition for Disaster Resilient Infrastructure, ग्लोबल बायोफ्यूल्स एलायंस, Mission LiFE, और “एक पेड़ माँ के नाम” जैसी वैश्विक पहलों को आगे बढ़ाया है।

संकट के समय भारत ने First Responder के रूप में सभी देशों की सहायता करना अपना दायित्व समझा है। कोविड महामारी के दौरान भारत ने डेढ़ सौ से अधिक देशों को दवाइयाँ और vaccines उपलब्ध कराईं।

श्रीलंका में cyclone हो, अफगानिस्तान में भूकंप हो, मोज़ाम्बिक में floods हों, या क्यूबा और जमैका में hurricane, भारत ने सदैव "Humanity First" के सिद्धांत पर कार्य किया है। हमारी विकास साझेदारियाँ भी इसी भावना को प्रतिबिंबित करती हैं। हमारे प्रयास पार्टनर देशों में capacity building और कौशल विकास पर केन्द्रित रहे हैं।

भारत का मानना है: The true test of partnership is not what we build for others, but what we enable others to build for themselves.

Friends,

आज ग्लोबल साउथ की विश्व समुदाय से बहुत उम्मीदें हैं। किन्तु उनकी अपेक्षा सहारे की नहीं, साथ की है। वे वैश्विक विकास के लाभार्थी नहीं, उसके भागीदार बनना चाहते हैं।

हमें donor–recipient की सोच से आगे बढ़कर, equal पार्टनर्स के रूप में काम करना होगा। उनके पास-पास नहीं, साथ-साथ चलना होगा। साझेदारी को dependency के बजाय, dignity से जोड़ना होगा। इन प्रयासों से हम भावी पीढ़ियों के सतत विकास की मजबूत नींव रख सकेंगे।

Friends,

अंतरराष्ट्रीय साझेदारियाँ और वैश्विक एकजुटता तभी सार्थक बन सकती हैं, जब हम साझा चुनौतियों का मिलकर समाधान करें। भारत का दृढ विश्वास है कि विश्व के विभिन्न हिस्सों में चल रहे तनावों और युद्धों का स्थायी समाधान dialogue, diplomacy और अंतरराष्ट्रीय सहयोग के मार्ग से ही संभव है।

हम west asia में शांति प्रयासों में हुई प्रगति का स्वागत करते हैं। इस संघर्ष से west asia में हमारे मित्र देशों को जान-माल का नुकसान झेलना पड़ा है। होर्मुज़ स्ट्रेट में maritime ट्रेड में आई बाधा के कारण पूरे विश्व की अर्थव्यवस्था को नुकसान पहुंचा। भारत के कई civilians को जान गंवानी पड़ी। Global maritime ट्रेड के माध्यम से सभी देशों को आपस में जोड़ने वाले नाविकों की सुरक्षा हमारा दायित्व है। हमें यह सुनिश्चित करना होगा कि समुद्री मार्ग सुरक्षित रहें, और Seafarers बिना भय के अपना कार्य कर सकें।

Friends,

भारत इन विषयों पर सभी पार्टनर्स के साथ मिलकर काम करने के लिए पूरी तरह से तैयार है।

बहुत-बहुत धन्यवाद।