ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨, ୨୦୨୧ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବ୍ୟକ୍ତି ଓ ଉଦ୍ଦେଶ୍ୟ ନିର୍ଦ୍ଦିଷ୍ଟ ଡିଜିଟାଲ ପେମେଣ୍ଟ ସଲ୍ୟୁସନ ଇ-ରୁପି ଲଂଚ କରିବେ ।  

ପ୍ରଧାନମନ୍ତ୍ରୀ ସବୁବେଳେ ଡିଜିଟାଲ ଉପକ୍ରମଗୁଡିକୁ ସମର୍ଥନ କରିଥାନ୍ତି । ସରକାରୀ ସୁବିଧା ହିତାଧିକାରୀମାନଙ୍କ ନିକଟରେ ଲକ୍ଷିତ ଭାବେ ଓ ବାଟମାରଣା ନହୋଇ ପହଞ୍ଚୁଛି ବୋଲି ନିଶ୍ଚିତ କରିବା ପାଇଁ ବିଗତ କିଛି ବର୍ଷରେ କିଛି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ନିଆରା ସୁବିଧା ଅନୁଯାୟୀ ସରକାର ଓ ହିତାଧିକାରୀଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ କିଛି ଟଟ ପଏଣ୍ଟ ରହିଛି । ଇଲେକ୍ଟ୍ରୋନିକ ଭାଉଚର ଅବଧାରଣା ସୁଶାସନ ଦୃଷ୍ଟିକୋଣକୁ ଆଗେଇ ନେବ ।

ଇ-ରୁପି ସମ୍ପର୍କରେ

ଇ-ରୁପି ଡିଜିଟାଲ ପେମେଣ୍ଟର ଏକ ନଗଦବିହୀନ ଓ ସମ୍ପର୍କମୁକ୍ତ ମାଧ୍ୟମ । ଏହା ଏକ କ୍ୟୁଆର କୋଡ କିମ୍ବା ଏମଏମଏସ ଷ୍ଟ୍ରିଙ୍ଗ ଆଧାରିତ ଇ-ଭାଉଚର, ଯାହା ହିତାଧିକାରୀଙ୍କ ମୋବାଇଲରେ ପହଞ୍ଚିଥାଏ । ଏହି ଅବାଧ ଏକକାଳୀନ ଦେୟପଇଠ ବ୍ୟବସ୍ଥାର ବ୍ୟବହାରକାରୀ ଭାଉଚରକୁ କାର୍ଡ ବ୍ୟବହାର ନକରି ଡିଜିଟାଲ ପେମେଣ୍ଟ ଆପ୍ କିମ୍ବା ଇଣ୍ଟରନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ସେବା ପ୍ରଦାନକାରୀଙ୍କ ନିକଟରେ ରିଡିମ କରିପାରିବେ । ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ ନିଜ ୟୁପିଆଇ ପ୍ଲାଟଫର୍ମରେ ବିତ୍ତୀୟ ସେବା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଓ ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହଯୋଗରେ ଏହା ବିକଶିତ ହୋଇଛି ।

କୌଣସି ଫିଜିକାଲ ଇଣ୍ଟରଫେସ ବିନା ଡିଜିଟାଲ ଶୈଳୀରେ ହିତାଧିକାରୀ ଓ ସେବାପ୍ରଦାନକାରୀଙ୍କ ସହ ସେବାର ପ୍ରାୟୋଜକଙ୍କ ସହ ଯୋଡିଥାଏ । ନେଣଦେଣ ସରିବା ପରେ ଏହା ସେବା ପ୍ରଦାନକାରୀଙ୍କୁ ଦେୟ ପଇଠ ସୁନିଶ୍ଚିତ କରିବ । ପ୍ରି-ପେଡ ହୋଇଥିବାରୁ ମଧ୍ୟସ୍ଥିଙ୍କ ହସ୍ତକ୍ଷେପ ବିନା ସେବାପ୍ରଦାନକାରୀଙ୍କୁ ଠିକ୍ ସମୟରେ ଦେୟ ପଇଠ ସମ୍ଭବ ହୋଇପାରିବ ।

ବାଟମାରଣା ମୁକ୍ତ କଲ୍ୟାଣକାରୀ ସେବା ପ୍ରଦାନ ସୁନିଶ୍ଚିତ କରିବା ଦିଗରେ ଏହା ଏକ ବୈପ୍ଳବିକ ଉପକ୍ରମ ହେବ ବୋଲି ଆଶା ରହିଛି । ଏହାର ବ୍ୟବହାର ମା ଓ ଶିଶୁ କଲ୍ୟାଣ ଯୋଜନା ଅନ୍ତର୍ଗତ ଔଷଧ ଓ ପୋଷଣ ସହାୟତା ପ୍ରଦାନ, ଟିବି ନିର୍ମୂଳ କାର୍ଯ୍ୟକ୍ରମ, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଭଳି ଯୋଜନା ଅନ୍ତର୍ଗତ ଔଷଧ ଓ ନିଦାନ, ସାର ସବସିଡି ପ୍ରଦାନ ଯୋଜନା ଭଳି ସେବା ଉପଲବ୍ଧ କରାଯାଇପାରିବ । ଏପିରିକି ବେସରକାରୀ କ୍ଷେତ୍ରଗୁଡିକ ମଧ୍ୟ ନିଜ କର୍ମଚାରୀ କଲ୍ୟାଣ ଓ କର୍ପୋରେଟ ସାମାଜିକ ଦାୟିତ୍ୱ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଡିଜିଟାଲ ଭାଉଚର ଉପଯୋଗ କରିପାରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Project Cheetah: How A Species Declared Extinct During Nehru Era Returned To India Under Modi Govt

Media Coverage

Project Cheetah: How A Species Declared Extinct During Nehru Era Returned To India Under Modi Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister inaugurates Namo Hospital at Daman
June 05, 2026

Prime Minister Shri Narendra Modi today inaugurated the Namo Hospital at Daman. He stated that this is in line with the ongoing efforts towards providing quality health treatment to the people, noting that the hospital features modern facilities and will go a long way in addressing the healthcare needs of the Union Territory and surrounding areas.

The Prime Minister posted on X:

"In line with our efforts towards providing quality health treatment to the people, the Namo Hospital at Daman was inaugurated. It has modern facilities and will go a long way in addressing the healthcare needs of the Union Territory and surrounding areas."