ଦେଶର ୩୨୯ ଟି ଜିଲ୍ଲାର ସମସ୍ତ ୫୦୦ ଆକାଂକ୍ଷୀ ବ୍ଲକରେ 'ସଂକଳ୍ପ ସପ୍ତାହ' ପାଳନ କରାଯିବ
'ସଂକଳ୍ପ ସପ୍ତାହ'ରେ ପ୍ରତ୍ୟେକ ଦିନ ଏକ ନିର୍ଦ୍ଦିଷ୍ଟ ବିକାଶ ବିଷୟବସ୍ତୁକୁ ସମର୍ପିତ କରାଯାଇଛି ଯାହା ଉପରେ ସମସ୍ତ ଆକାଂକ୍ଷୀ ବ୍ଲକ କାର୍ଯ୍ୟ କରିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୩୦, ୨୦୨୩ ସକାଳ ପ୍ରାୟ ୧୦ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ 'ସଂକଳ୍ପ ସପ୍ତାହ' ନାମକ ଦେଶର ଆକାଂକ୍ଷୀ ବ୍ଲକଗୁଡ଼ିକ ପାଇଁ ଏକ ଅନନ୍ୟ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ।

ଆକାଂକ୍ଷୀ ବ୍ଲକ ପ୍ରୋଗ୍ରାମ (ଏବିପି)ର ପ୍ରଭାବଶାଳୀ କାର୍ଯ୍ୟକାରିତା ସହ 'ସଂକଳ୍ପ ସପ୍ତାହ' ଜଡ଼ିତ। ଜାନୁଆରୀ ୭, ୨୦୨୩ରେ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ | ନାଗରିକମାନଙ୍କ ଜୀବନଧାରଣର ମାନ ବୃଦ୍ଧି ପାଇଁ ବ୍ଲକସ୍ତରରେ ପ୍ରଶାସନରେ ଉନ୍ନତି ଆଣିବା ଏହାର ଲକ୍ଷ୍ୟ | ଦେଶର ୩୨୯ଟି ଜିଲ୍ଲାର ୫୦୦ଟି ଆକାଂକ୍ଷୀ ବ୍ଲକରେ ଏହା କାର୍ଯ୍ୟକାରୀ ହେଉଛି। ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଏବଂ ପ୍ରଭାବଶାଳୀ ବ୍ଲକ ବିକାଶ ରଣନୀତି ପ୍ରସ୍ତୁତ କରିବା ପାଇଁ ସମଗ୍ର ଦେଶରେ ଗ୍ରାମ ଓ ବ୍ଲକ୍ ସ୍ତରରେ ଚିନ୍ତନ ଶିବିର ଆୟୋଜନ କରାଯାଇଥିଲା। 'ସଂକଳ୍ପ ସପ୍ତାହ' ହେଉଛି ଏହି ଚିନ୍ତନ ଶିବିରର ଏକ ସମାପ୍ତି ।

ସମସ୍ତ ୫୦୦ ଆକାଂକ୍ଷୀ ବ୍ଲକରେ 'ସଂକଳ୍ପ ସପ୍ତାହ' ପାଳନ କରାଯିବ। ଅକ୍ଟୋବର ୩ରୁ ଅକ୍ଟୋବର ୯, ୨୦୨୩ ପର୍ଯ୍ୟନ୍ତ ପ୍ରତିଦିନ 'ସଂକଳ୍ପ ସପ୍ତାହ'ରେ ଏକ ନିର୍ଦ୍ଦିଷ୍ଟ ବିକାଶ ବିଷୟବସ୍ତୁକୁ ସମର୍ପିତ କରାଯାଇଛି, ଯାହା ଉପରେ ସମସ୍ତ ଆକାଂକ୍ଷୀ ବ୍ଲକକାର୍ଯ୍ୟ କରିବେ। ପ୍ରଥମ ଛଅ ଦିନର ବିଷୟବସ୍ତୁ ଗୁଡ଼ିକ ହେଲା 'ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ', 'ସୁପୋଷିତ ପରିବାର', 'ସ୍ୱଚ୍ଛତା', 'କୃଷି', 'ଶିକ୍ଷା' ଏବଂ 'ସମୃଦ୍ଧି ଦିବସ' । ସପ୍ତାହର ଶେଷ ଦିନ ଅର୍ଥାତ୍ ଅକ୍ଟୋବର ୯, ୨୦୨୩ 'ସଂକଳ୍ପ ସପ୍ତାହ - ସମାବେଶ ସମାରୋହ' ଭାବରେ ସମଗ୍ର ସପ୍ତାହରେ ହୋଇଥିବା କାର୍ଯ୍ୟର ଉତ୍ସବ ହେବ ।

ଉଦଘାଟନୀ କାର୍ଯ୍ୟକ୍ରମରେ ଭାରତ ମଣ୍ଡପରେ ଦେଶର ପ୍ରାୟ ୩ ହଜାର ପଞ୍ଚାୟତ ଓ ବ୍ଲକସ୍ତରୀୟ ଜନପ୍ରତିନିଧି ଓ କର୍ମକର୍ତ୍ତା ଯୋଗଦେବେ। ଏଥିସହ ବ୍ଲକ ଓ ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା, କୃଷକ ଓ ଅନ୍ୟାନ୍ୟ ବର୍ଗର ବ୍ୟକ୍ତିଙ୍କୁ ମିଶାଇ ପ୍ରାୟ ୨ ଲକ୍ଷ ଲୋକ ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian economy set for robust growth, stronger markets after May 1: WTC

Media Coverage

Indian economy set for robust growth, stronger markets after May 1: WTC
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 22, 2026
April 22, 2026

One Nation, One Vision: PM Modi Delivers Healthcare Revolution, Security Revenge & Economic Self-Reliance