ଷ୍ଟାର୍ଟଅପସମାନେ ପ୍ରଧାନମନ୍ତ୍ରୀଙ୍କୁ ଛଅଟି ବିଷୟବସ୍ତୁ ଉପରେ ପରୀକ୍ଷାମୂଳକ ପ୍ରଦର୍ଶନ ଦେବେ
ଦେଶରେ ଷ୍ଟାର୍ଟଅପ ବାତାବରଣ ଅଧିକ ଲୋକାଭିମୁଖୀ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ମତବିନିମୟ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୧୫, ୨୦୨୨ ଦିନ ୧୦ଟା ୩୦ମିନିଟ୍‌ରେ  ଷ୍ଟାର୍ଟଅପ୍‌ସ୍‌ମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ମତ ବିନିମୟ କରିବେ ।

ବିଭିନ୍ନ କ୍ଷେତ୍ର ଯଥା କୃଷି, ସ୍ୱାସ୍ଥ୍ୟ, ଉଦ୍ୟୋଗ ପଦ୍ଧତି, ମହାକାଶ, ଶିଳ୍ପ ୪.୦, ନିରାପତ୍ତା, ଫିନ୍‌ଟେକ, ପରିବେଶ ଇତ୍ୟାଦିରେ କାର୍ଯ୍ୟରତ ଷ୍ଟାର୍ଟଅପ୍ ସଂସ୍ଥାମାନେ ଏହି ମତବିନିମୟ କାର୍ଯ୍ୟର ଅଂଶ ବିଶେଷ ହେବେ । ୧୫୦ରୁ ଅଧିକ ଷ୍ଟାର୍ଟଅପ୍ ଛଅଟି କାର୍ଯ୍ୟକାରୀ ଗୋଷ୍ଠୀରେ ବିଭକ୍ତ ହୋଇଥିବାବେଳେ ଏଗୁଡିକର ବିଷୟବସ୍ତୁ ଯଥାକ୍ରମେ ତୃଣମୂଳରୁ ଅଭିବୃଦ୍ଧି, ଡିଏନ୍‌ଏ ଠାବ, ସ୍ଥାନୀୟରୁ ବୈଶ୍ୱିକ, ପ୍ରଯୁକ୍ତିରୁ ଭବିଷ୍ୟତ, ନିର୍ମାଣରେ ଶୀର୍ଷରେ ଅବସ୍ଥାନ ଏବଂ ନିରନ୍ତର ବିକାଶ ରହିଛି । ମତବିନିମୟ କାଳରେ ପ୍ରତ୍ୟେକ ଗୋଷ୍ଠୀ ସେମାନଙ୍କ ବିଷୟବସ୍ତୁ  ଉପରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବେ । କାର୍ଯ୍ୟରେ ନବୀନତ୍ୱ ଆଣି କିପରି ଦେଶର ଆବଶ୍ୟକତା ପୂରଣ ଦିଗରେ ସହାୟକ ତାହା ହେବ ଷ୍ଟାର୍ଟଅପ୍ ମାନେ ମତବିନିମୟ କାଳରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବେ ।

ଫେବୃୟାରୀ ୧୦ରୁ ୧୬, ୨୦୨୨ ପର୍ଯ୍ୟନ୍ତ ଆଜାଦୀ କା ଅମ୍ରିତ ମହୋତ୍ସବର ଅଂଶ ବିଶେଷଭାବେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ଡିପିଆଇଆଇଟି ପକ୍ଷରୁ ‘‘ନବୀନ ବାତାବରଣ ଉତ୍ସବ’  ଆୟୋଜନ କରାଯାଉଛି । ଭାରତରେ ଷ୍ଟାର୍ଟଅପ ପ୍ରବର୍ତ୍ତନର ଷଷ୍ଠ ବାର୍ଷିକୀ ଅବସରରେ ଏହା ଆୟୋଜିତ ହେଉଛି ।

ଦେଶର  ଅଭିବୃଦ୍ଧିରେ ଷ୍ଟାର୍ଟଅପଗୁଡିକ ଯେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ ଏ ଦିଗରେ ପ୍ରଧାନମନ୍ତ୍ରୀଙ୍କର ଦୃଢବିଶ୍ୱାସ ରହିଛି । ଷ୍ଟାର୍ଟଅପ୍ ଇଣ୍ଡିଆ ଫ୍ଲାଗସିପ ପଦକ୍ଷେପ ୨୦୧୬ରେ ନିଆଯିବାବେଳେ ଏହା ପ୍ରତିଫଳିତ ହୋଇଥିଲା । ସରକାର ଷ୍ଟାର୍ଟଅପଗୁଡିକର ଅଭିବୃଦ୍ଧି ଓ ବିକାଶ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିଆସୁଛନ୍ତି । ଏହା ଦେଶର ଷ୍ଟାର୍ଟଅପ ବାତାବରଣ ପ୍ରତି ବିଶେଷ ପ୍ରଭାବ ପକାଇବା ସହ ଦେଶର ୟୁନିକର୍ଣ୍ଣ ଅଭିବୃଦ୍ଧି ମଧ୍ୟ ଅଧିକ ହୋଇଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Homebuyers move up price ladder: Rs 1.5-3 cr housing sales jump 58% in H1

Media Coverage

Homebuyers move up price ladder: Rs 1.5-3 cr housing sales jump 58% in H1
NM on the go

Nm on the go

Always be the first to hear from the PM. Get the App Now!
...
PM shares a Sanskrit Subhashitam, highlights the cosmic connection between the individual soul and the universal consciousness
July 23, 2026

Prime Minister Shri Narendra Modi shared a Sanskrit Subhashitam today, highlighting the profound cosmic connection between the individual soul and the universal consciousness.

The Prime Minister wrote on X;

"यश्चायमस्मिन्नाकाशे तेजोमयोऽमृतमयः पुरुषः सर्वानुभूः।

यश्चायमस्मिन्नात्मनि तेजोमयोऽमृतमयः पुरुषः सर्वानुभूः॥"

The powerful, eternal reality that exists in the vast sky or space is also present within our own soul. Therefore, it is said: whatever exists within the individual being, in every particle, also exists in the universe.