ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କମନୱେଲଥ ଗେମ୍ସ (ସିଡବ୍ଲ୍ୟୁଜି) ୨୦୨୨ ପାଇଁ ଜୁଲାଇ ୨୦, ୨୦୨୨ ପୂର୍ବାହ୍ନ ୧୦ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତୀୟ ଦଳ ସହିତ ଆଲୋଚନା କରିବେ । ଉଭୟ ଆଥଲେଟ୍ ତଥା ସେମାନଙ୍କ ପ୍ରଶିକ୍ଷକମାନଙ୍କ ସହ ମଧ୍ୟ ଆଲୋଚନା ହେବ ।

ପ୍ରଧାନମନ୍ତ୍ରୀଙ୍କ ଏହି ଆଲୋଚନା ହେଉଛି ପ୍ରମୁଖ କ୍ରୀଡା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପୂର୍ବରୁ ଆଥଲେଟମାନଙ୍କୁ ଉତ୍ସାହିତ କରିବା ପାଇଁ ତାଙ୍କର ନିରନ୍ତର ପ୍ରୟାସର ଏକ ଅଂଶ । ଗତ ବର୍ଷ ଟୋକିଓ ୨୦୨୦ ଅଲିମ୍ପିକ୍ସ ପାଇଁ ସ୍ଥିର ହୋଇଥିବା ଭାରତୀୟ ଆଥଲେଟମାନଙ୍କ ସହିତ ତଥା ଟୋକିଓ ୨୦୨୦ ପାରାଲିମ୍ପିକ୍ ଗେମ୍ସ ପାଇଁ ଭାରତୀୟ ପାରା-ଆଥଲେଟମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ ।

କ୍ରୀଡା କାର୍ଯ୍ୟକ୍ରମ ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଥଲେଟମାନଙ୍କ ଅଗ୍ରଗତି ପ୍ରତି ଆଗ୍ରହ ପ୍ରକାଶ କରିଥାନ୍ତି । ଅନେକ ସମୟରେ, ସେ ବ୍ୟକ୍ତିଗତ ଭାବରେ ଆଥଲେଟମାନଙ୍କୁ ସେମାନଙ୍କ ସଫଳତା ଏବଂ ଆନ୍ତରିକ ଉଦ୍ୟମ ପାଇଁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କୁ ଉନ୍ନତ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଥାନ୍ତି । ଆହୁରି ମଧ୍ୟ, ସେମାନେ ଦେଶକୁ ଫେରିବା ପରେ ପ୍ରଧାନମନ୍ତ୍ରୀ ମଧ୍ୟ ସେମାନଙ୍କ ସହ ସାକ୍ଷାତ କରି ଆଲୋଚନା କରିଥାନ୍ତି ।

ସିଡବ୍ଲ୍ୟୁଜି ୨୦୨୨ ଜୁଲାଇ ୨୮ ରୁ ୦୮ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ବର୍ମିଂହାମରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ମୋଟ ୨୧୫ ଆଥଲେଟ୍‌, ୧୯ ଟି କ୍ରୀଡା ବିଭାଗରେ ୧୪୧ ଟି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସିଡବ୍ଲ୍ୟୁଜି ୨୦୨୨ ରେ ଭାରତର ପ୍ରତିନିଧିତ୍ୱ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'We'll provide AI skill training to 1 crore youth': PM Modi's big announcement on Independence Day 2026

Media Coverage

'We'll provide AI skill training to 1 crore youth': PM Modi's big announcement on Independence Day 2026
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 15, 2026
August 15, 2026

Azadi Ka Amrit Mahotsav Continues: PM Modi’s Independence Day Vision Unites Growth, Youth Power & National Pride