ଯେପରି ଦେଶର କୌଣସି ଭାଗ ବିକାଶ ପ୍ରକ୍ରିୟାରୁ ବାଦ ନ ପଡେ ତାହାକୁ ସୁନିଶ୍ଚିତ କରିବା ହେଉଛି ବାର୍ତ୍ତାଳାପର ଲକ୍ଷ୍ୟ
ଏହି ମତବିନିମୟ ଜିଲ୍ଲାସ୍ତରରେ ବିଭିନ୍ନ ଯୋଜନାରେ ପୂର୍ଣ୍ଣତା ଆଣିବା ପାଇଁ ମିଶନ ମୋଡରେ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ୨୨.୦୧.୨୦୨୨ଦିନ ପୂର୍ବାହ୍ନ ୧୧ଟାବେଳେ ବିଭିନ୍ନ ଜିଲ୍ଳାର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମତ ବିନିମୟ କରିବେ ।

ପ୍ରଧାନମନ୍ତ୍ରୀ ଜିଲ୍ଲାର କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ସେମାନଙ୍କଠାରୁ ସିଧାସଳଖ ତଥ୍ୟ ସଂଗ୍ରହ କରିବେ । ଏହି ମତବିନିମୟ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବାରେ ଆସୁଥିବା ସୁବିଧା ଅସୁବିଧା ସମ୍ପର୍କରେ ମଧ୍ୟ ଅବଗତ ହେବେ ।

ଜିଲ୍ଲାରେ ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାର ପରିପୂର୍ଣ୍ଣତା ହାସଲ କରିବା ତଥା ଏହାର ଅଂଶୀଦାରମାନଙ୍କ ସହ ଆଲୋଚନା କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଦେଶବ୍ୟାପୀ ଅଭିବୃଦ୍ଧି କ୍ଷେତ୍ରରେ ବୈଷମ୍ୟ ଦୂର କରିବା ନେଇ ନିରବଚ୍ଛିନ୍ନ ପ୍ରୟାସ କରିଆସୁଛନ୍ତି । ସାମଗ୍ରୀକ ଅଭିବୃଦ୍ଧି ଓ ସମସ୍ତ ନାଗରିକଙ୍କ ଜୀବନମାନରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତାର ଅଂଶସ୍ୱରୂପ ଏପରି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s continuing tradition of celebrating its teachers

Media Coverage

India’s continuing tradition of celebrating its teachers
NM on the go

Nm on the go

Always be the first to hear from the PM. Get the App Now!
...
ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମନ କି ବାତ' ପାଇଁ ଆପଣଙ୍କ ବିଚାର ଏବଂ ଅନ୍ତର୍ଦୃଷ୍ଟି ପଠାନ୍ତୁ !
September 05, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର 27ରେ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ' ମାଧ୍ୟମରେ ଦେଶବାସୀକୁ ସମ୍ବୋଧିତ କରିବେ । ଆପଣଙ୍କ ପାଖରେ ସୁଯୋଗ ଅଛି ,ଏହି ଅଧ୍ୟାୟ ପାଇଁ ଆପଣ ନିଜର ବିଚାର ଏବଂ ଅନ୍ତର୍ଦୃଷ୍ଟି ପଠାଇପାରିବେ । ପ୍ରଧାନମନ୍ତ୍ରୀ ସେଥିରୁ କିଛି ଉତ୍ତମ ବିଚାର ଏବଂ ଅନ୍ତର୍ଦୃଷ୍ଟିକୁ ନିଜ ସମ୍ବୋଧନରେ ସାମିଲ କରିପାରନ୍ତି ।

ଆପଣ ଆପଣଙ୍କ ବିଚାର ଏବଂ ପରାମର୍ଶକୁ ତଳେ ଦିଆଯାଇଥିବା ଟିପ୍ପଣୀ ବକ୍ସରେ ସେୟାର କରିପାରିବେ ।