ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (୨୦-୧୦-୨୦୨୧) ସନ୍ଧ୍ୟା ୬ଟାବେଳେ ବୈଶ୍ୱିକ ତୈଳ ଓ ବାଷ୍ପ କ୍ଷେତ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଓ ବିଶେଷଜ୍ଞଙ୍କ ସହ ଭିଡିଓ କନ୍‌ଫରେନ୍ସି ଜରିଆରେ ମତ ବିନିମୟ କରିବେ । ତୈଳ ଓ ବାଷ୍ପ କ୍ଷେତ୍ରରେ ଥିବା ବିଶେଷଜ୍ଞମାନଙ୍କ ସହ ୨୦୧୬ ମସିହାରୁ ଏପରି ମତ ବିନିମୟ ହୋଇ ଆସୁଥିବାବେଳେ, ଏହା ହେଉଛି ଷଷ୍ଠ ବାର୍ଷିକ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ଏହି କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟା ଉପରେ ଅ।।ଲୋଚନା କରିବା ସହ ଭାରତରେ ଏ ସଂକ୍ରାନ୍ତ ପୁଞ୍ଜିନିବେଶ ସମ୍ଭାବନା ନେଇ ମଧ୍ୟ ଆଲୋଚନା କରିଥାନ୍ତି ।

ମତ ବିନିମୟ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିରନ୍ତର ଅଭିବୃଦ୍ଧି ସୁନିଶ୍ଚିତ କରିବା । ମତ ବିନିମୟ କାଳରେ ବିଶେଷଭାବେ ଭାରତରେ ହାଇଡ୍ରୋକାର୍ବନ କ୍ଷେତ୍ରରେ ଉତ୍ତୋଳନ ଓ ଉତ୍ପାଦନକୁ ପ୍ରୋତ୍ସାହିତ ୍‌କରିବା, ଶକ୍ତି କ୍ଷେତ୍ରରେ ସ୍ୱାଧୀନତା, ଗ୍ୟାସ ଭିତ୍ତିକ ଅର୍ଥନୀତି, ସ୍ୱଚ୍ଛ ଇନ୍ଧନ, ସବୁଜ ଉଦ୍‌ଯାନ ଅର୍ଥନୀତି, ଜୈବ ଇନ୍ଧନ ଉତ୍ପାଦନ ବୃଦ୍ଧି ଇତ୍ୟାଦି ଜରିଆରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ସମ୍ପର୍କରେ ମତବିନିମୟ ହେବ । ବହୁ ରାଷ୍ଟ୍ରୀୟ ନିଗମ ଓ ଆନ୍ତର୍ଜାତିକ ସଂଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ, ବିଶେଷଜ୍ଞ ଏହି ମତ ବିନିମୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
A Milestone in Financial Inclusion: The Success Story of PMSBY

Media Coverage

A Milestone in Financial Inclusion: The Success Story of PMSBY
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 9, 2026
May 09, 2026

Citizens Celebrate India’s Civilisational & Economic Awakening Under PM Narendra Modi