ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରୁ ମାର୍ଚ୍ଚ 7, 2020ରେ ଭିଡିଓ କନଫରେନ୍ସ ମାଧ୍ୟମରେ ଜନ ଔଷଧୀ ଦିବସ ସମାରୋହରେ ଅଂଶଗ୍ରହଣ କରିବେ । ଶ୍ରୀ ମୋଦୀ ସାତୋଟି ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧୀ ପରିଯୋଜନା କେନ୍ଦ୍ର ସହ ମତ ବିନିମୟ କରିବେ । ଏହି ଯୋଜନାର ସଫଳତା ଏବଂ ଏହାକୁ ଅଧିକ ଗତିଶୀଳ କରିବା ଲାଗି ସାରା ଭାରତରେ ମାର୍ଚ୍ଚ 7 ତାରିଖକୁ ଜନ ଔଷଧୀ ଦିବସ ଭାବେ ପାଳନ କରାଯାଇଥାଏ । ବଛା ବଛା ଷ୍ଟୋର ମାଲିକ ଏବଂ ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ମତ ବିନିମୟ କରିବେ । ପ୍ରତ୍ୟେକ ଜନ ଔଷଧୀ କେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ଦୂରଦର୍ଶନ ମାଧ୍ୟମରେ ପ୍ରସାରଣ କରିବେ । ଜନ ଔଷଧୀ କେନ୍ଦ୍ରର ବଛା ବଛା ଷ୍ଟୋରରେ ଗଚ୍ଛିତ ଥିବା ଔଷଧ ବିଷୟରେ ଡାକ୍ତର, ଗଣମାଧ୍ୟମ ପ୍ରତିନିଧି, ଫାର୍ମାସିଷ୍ଟ ଏବଂ ହିତାଧିକାରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ।

କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡି. ଭି. ସଦାନନ୍ଦ ଗୌଡା ଉତ୍ତରପ୍ରଦେଶର ବାରଣାସୀସ୍ଥିତ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧୀ ପରିଯୋଜନା କେନ୍ଦ୍ରରୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । କେନ୍ଦ୍ର ଜାହାଜ ଚଳାଚଳ, ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ଲକ୍ଷ୍ମଣଭାଇ ମାଣ୍ଡଭିୟ ଜମ୍ମୁ ଓ କଶ୍ମୀରସ୍ଥିତ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧୀ ପରିଯୋଜନା କେନ୍ଦ୍ରରୁ ଅଂଶଗ୍ରହଣ କରିବେ ।

ଦେଶର 700 ଜିଲ୍ଲାରେ ଥିବା ପ୍ରାୟ 6200 ଜନ ଔଷଧୀ କେନ୍ଦ୍ର ବିଶ୍ଵର ସବୁଠାରୁ ବଡ ଖୁଚୁରା ଔଷଧ ବିକ୍ରୟ କେନ୍ଦ୍ର ରୂପେ ପରିଗଣିତ । ଏସବୁ କେନ୍ଦ୍ରରେ 2019-20 ଆର୍ଥିକ ବର୍ଷରେ 390 କୋଟି ଟଙ୍କାରୁ ଊର୍ଦ୍ଧ୍ଵ ଔଷଧ ବିକ୍ରୀ ହୋଇଛି, ଯାହାଦ୍ଵାରା ସାଧାରଣ ନାଗରିକଙ୍କ ପ୍ରାୟ 2200 କୋଟି ଟଙ୍କା ସଞ୍ଚୟ ହୋଇପାରିଛି । ସ୍ଥାୟୀ ଓ ନିୟମିତ ଆୟ ସହିତ ଏହି ଯୋଜନା ଆତ୍ମନିଯୁକ୍ତି ପ୍ରଦାନ କରିବାରେ ସହାୟକ ହୋଇପାରିଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Out-of-pocket expenditure on health shows declining trend, states latest National Health Accounts

Media Coverage

Out-of-pocket expenditure on health shows declining trend, states latest National Health Accounts
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tributes to NTR Garu on his birth anniversary
May 28, 2026

The Prime Minister, Shri Narendra Modi, paid tributes to NTR Garu on his birth anniversary.

The Prime Minister said that NTR Garu is fondly remembered for his commitment towards public welfare and governance which ensured dignity for the poor and marginalised.

The Prime Minister also noted that NTR Garu’s contributions to cinema continue to captivate generations and said that his life and ideals remain a source of immense inspiration.

The Prime Minister wrote on X;

“Tributes to the great NTR Garu on his birth anniversary. He is fondly remembered for his commitment towards public welfare and governance which ensured dignity for the poor and marginalised. His contributions to cinema continue to captivate generations. His life and ideals remain a source of immense inspiration. The NDA Government in Andhra Pradesh, under the leadership of my friend Chandrababu Naidu Garu, is committed to advancing the aspirations he cherished for the people.

@ncbn”