ଚଳିତମାସ ପାଞ୍ଚ ତାରିଖରେ ଲକ୍ଷ୍ନୌରେ “ଆଜାଦି @୭୫ -ନ୍ୟୁ ଅର୍ବାନ ଇଣ୍ଡିଆ : ଟ୍ରାନ୍ସଫର୍ମିଂ ଅର୍ବାନ ଲ୍ୟାଣ୍ଡ ସ୍କେପ ଉପରେ ଏକ ସମ୍ମିଳନୀ ଆୟୋଜିତ ହେଉଛି । ଏଥିସହିତ ଏକ ପ୍ରଦର୍ଶନୀର ଆୟୋଜନ ମଧ୍ୟ କରାଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦ୍‌ଘାଟନ କରିବେ । ଏହି ସମ୍ମିଳନୀରେ ସ୍ୱାଧୀନତାର  ୭୫ବର୍ଷ ପାଳନ ଅବସରରେ ନୂଆ ଭାରତରେ ସହରାଂଚଳରେ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା ହେବ । ଲକ୍ଷ୍ନୌର ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଅକ୍ଟୋବର ୫ତାରିଖ ପୂର୍ବାହ୍ନ ସାଢେ ୧୦ଟା ସମୟରେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

 ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଡିଜିଟାଲ ବ୍ୟବସ୍ଥାରେ ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘରର ଚାବି ହିତାଧିକାରୀମାନଙ୍କୁ ହସ୍ତାନ୍ତର କରିବେ  । ଉତ୍ତରପ୍ରଦେଶର ୭୫ଜିଲ୍ଲାରେଏହି ଯୋଜନାରେ ନିର୍ମିତ ୭୫ହଜାର ଘରକୁ ହିତାଧିକାରୀମାନଙ୍କୁ ଆନୁଷ୍ଠାନିକ ଭାବେ ପ୍ରଦାନ କରିବେ । ସେ ମଧ୍ୟ୍ ଆଭାସୀ ବ୍ୟବସ୍ଥାରେ ହିତାଧିକାରୀମାନଙ୍କ ସହ କଥାବାର୍ତ୍ତା କରିବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ଏହା ଛଡା ସ୍ମାର୍ଟ ସିଟି ମିଶନ ଓ ଅମୃତ ଯୋଜନାରେ ସେ ମଧ୍ୟ ୭୫ଟି ଯୋଜନାର ଶୁଭାରମ୍ଭ  ଅଥବା ଶିଳାନ୍ୟାସ କରିବେ । ‘ଫେମ’ ଯୋଜନାରେ ରାଜ୍ୟରେ ସାତଟି ସହର -ଲକ୍ଷ୍ନୌ, କାନପୁର, ବାରାଣସୀ, ପ୍ରୟାଗରାଜ, ଗୋରଖପୁର, ଝାନ୍ସି ଓ ଗାଜିଆବାଦରେ ୭୫ଟି ବସ୍ ଚଳାଚଳର ଶୁଭାରମ୍ଭ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯିବ । ଏହି ଅବସରରେ ସହରଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଧ୍ୱଜାଧାରୀ କାର୍ଯ୍ୟକ୍ରମର କାର୍ଯ୍ୟ କରିତା ଉପରେ ପ୍ରସ୍ତୁତ ଏକ କଫି ଟେବୁଲ ବୁକକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବେ । ଏହି ଅବସରରେ ଆୟୋଜିତ ତିନିଟି ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ଆଭାସି ବ୍ୟବସ୍ଥ।।ରେ ଦେଖିବେ । ସେ ମଧ୍ୟ ଲକ୍ଷ୍ନୌର ବାବା ସାହେବ ଭୀମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟରେ ଅଟଳବିହାରୀ ବାଜପେୟୀ ଚେୟାରର ପ୍ରତିଷ୍ଠା ଘୋଷଣା କରିବେ ।

 ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ, ସହରାଞ୍ଚଳ ବିକାଶ  ଓ ଆବାସ ବ୍ୟାପାର ମନ୍ତ୍ରୀ, ଉତ୍ତରପ୍ରଦେଶର ରାଜ୍ୟପାଳ ଓ  ମୁଖ୍ୟମନ୍ତ୍ରୀ  ପ୍ରମୁଖ ଯୋଗଦେବେ ।

ଯେଉଁ ସମ୍ମିଳନୀ ଓ ପ୍ରଦର୍ଶନୀ ସହରାଞ୍ଚଳ ବିକାଶ ଓ ଆବାସ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହୋଇଛି ତାହା ଅକ୍ଟୋବର ପାଂଚରୁ ସାତ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଉତ୍ତରପ୍ରଦେଶର ସହରାଞ୍ଚଳର ରୂପରେଖ ପରିବର୍ତ୍ତନ କରିବା ସମ୍ପର୍କରେ ଏଥିରେ ମୁଖ୍ୟତଃ ଆଲୋଚନା ହେବ । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏହି ସମ୍ମିଳନୀକୁ ନିମନ୍ତ୍ରଣ କରାଯାଇଛି । ସେମାନେ ଏଥିରେ ଅନୁଭୂତି ଲାଭ କରିବାର ସୁଯୋଗ ପାଇବେ ।

ଏହି ଅବସରରେ ସହରାଞ୍ଚଳ ଭାରତ, ନିର୍ମାଣ କ୍ଷେତ୍ରରେ ଇନୋଭେଟିଭ ଟେକ୍‌ନୋଲୋଜିର ପ୍ରୟୋଗ ଏବଂ ୨୦୧୭ ପରେ ଉତ୍ତର ପ୍ରଦେଶରେ ସହରାଞ୍ଚଳ ବିକାଶ କ୍ଷେତ୍ରରେ କେନ୍ଦ୍ରୀୟ ଯୋଜନାର ସଫଳତା ଉପରେ ତିନିଟି ପ୍ରଦର୍ଶନୀ ଆୟୋଜିତ ହୋଇଛି । ଏଥିରେ ଇଣ୍ଡିଆନ ହାଉସିଂ ଟେକ୍‌ନୋଲୋଜି  ମେଳା ଓ ଗ୍ଲୋବାଲ ହାଉସିଂ ଟେକ୍‌ନୋଲୋଜି ଚାଲେଞ୍ଜ-ଇଣ୍ଡିଆ ନାମରେ ଦୁଇଟି କାର୍ଯ୍ୟକ୍ରମ ମଧ୍ୟ ଅନ୍ତର୍ଭୁକ୍ତ । ସର୍ବସାଧାରଣଙ୍କ ନିମନ୍ତେ ଏହି ପ୍ରଦର୍ଶନୀ ଅକ୍ଟୋବର ୬ ଓ ୭ତାରିଖ ଦୁଇଦିନ ଖୋଲା ରହିବ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The great tech rebound: India's white-collar job market surges 12% in Feb

Media Coverage

The great tech rebound: India's white-collar job market surges 12% in Feb
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
March 05, 2026

Prime Minister Narendra Modi will share 'Mann Ki Baat' on Sunday, March 29th. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.