ଦେଶବ୍ୟାପୀ 'ବନ୍ଦେ ମାତରମ୍’ ର ସମ୍ପୂର୍ଣ୍ଣ ସଂସ୍କରଣର ସାମୂହିକ ଗାନ କରାଯିବ
ଏହି ଅବସରରେ ସ୍ମାରକୀ ଷ୍ଟାମ୍ପ ଏବଂ ମୁଦ୍ରା ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ମସିହା ନଭେମ୍ବର ୭ ତାରିଖ ଦିନ ସକାଳ ପ୍ରାୟ ୯.୩୦ ସମୟରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଜାତୀୟ ଗୀତ "ବନ୍ଦେ ମାତରମ୍" ର ବର୍ଷବ୍ୟାପୀ ସ୍ମାରକୀ ସମାରୋହକୁ ଉଦଘାଟନ କରିବେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ଷ୍ଟାମ୍ପ ଏବଂ ମୁଦ୍ରା ମଧ୍ୟ ଉନ୍ମୋଚନ କରିବେ। ଏହି କାର୍ଯ୍ୟକ୍ରମ ୭ ନଭେମ୍ବର ୨୦୨୫ ରୁ ୭ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଏକ ବର୍ଷବ୍ୟାପୀ ଦେଶବ୍ୟାପୀ ସ୍ମାରକୀର ଆନୁଷ୍ଠାନିକ ଶୁଭାରମ୍ଭକୁ ଚିହ୍ନିତ କରେ, ଯାହା ଭାରତର ସ୍ୱାଧୀନତା ଆନ୍ଦୋଳନକୁ ଅନୁପ୍ରାଣିତ କରିଥିବା ଏବଂ ଜାତୀୟ ଗର୍ବ ଏବଂ ଏକତା ଜାଗ୍ରତ କରୁଥିବା ଏହି କାଳଜୟୀ ରଚନାର ୧୫୦ ବର୍ଷ ପାଳନ କରେ ।

ଏହି ଉତ୍ସବରେ ମୁଖ୍ୟ କାର୍ଯ୍ୟକ୍ରମ ସହିତ ସମାଜର ସମସ୍ତ ବର୍ଗର ନାଗରିକଙ୍କ ଅଂଶଗ୍ରହଣ ସହିତ ସର୍ବସାଧାରଣ ସ୍ଥାନରେ ସକାଳ ପ୍ରାୟ ୯ଟା ୫୦ ମିନିଟରେ "ବନ୍ଦେ ମାତରମ୍" ର ସମ୍ପୂର୍ଣ୍ଣ ସଂସ୍କରଣର ସାମୂହିକ ଗାନ ଦେଖିବାକୁ ମିଳିବ।

୨୦୨୫ ମସିହାରେ 'ବନ୍ଦେ ମାତରମ୍' ର ୧୫୦ ବର୍ଷ ପୂରଣ ହେଉଛି। ବଙ୍କିମଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ରଚିତ ଆମର ଜାତୀୟ ଗୀତ "ବନ୍ଦେ ମାତରମ୍" ଅକ୍ଷୟ ନବମୀର ଶୁଭ ଅବସରରେ ଲେଖାଯାଇଥିଲା ଯାହା ନଭେମ୍ବର ୭,୧୮୭୫ ରେ ଥିଲା । ବନ୍ଦେ ମାତରମ୍ ପ୍ରଥମେ ସାହିତ୍ୟିକ ପତ୍ରିକା ବଙ୍ଗଦର୍ଶନରେ ତାଙ୍କ ଉପନ୍ୟାସ ଆନନ୍ଦମଠର ଅଂଶ ଭାବରେ ପ୍ରକାଶିତ ହୋଇଥିଲା । ମାତୃଭୂମିକୁ ଶକ୍ତି, ସମୃଦ୍ଧି ଏବଂ ଦେବତ୍ୱର ପ୍ରତିମୂର୍ତ୍ତି ଭାବେ ଆହ୍ୱାନ କରୁଥିବା ଏହି ସଂଗୀତ ଭାରତର ଏକତା ଏବଂ ଆତ୍ମସମ୍ମାନର ଜାଗ୍ରତ ଭାବନାକୁ କାବ୍ୟ ଅଭିବ୍ୟକ୍ତି ପ୍ରଦାନ କରିଥିଲା। ଏହା ଖୁବ୍ ଶୀଘ୍ର ଦେଶ ପ୍ରତି ଭକ୍ତିର ଏକ ସ୍ଥାୟୀ ପ୍ରତୀକ ପାଲଟିଗଲା।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI-ng the ante: PM Modi wants desi connect with global pay

Media Coverage

UPI-ng the ante: PM Modi wants desi connect with global pay
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 8, 2026
September 08, 2026

Viksit Bharat, Many Engines: Defence, Diplomacy, Growth & Green Power Under PM Modi