ଏକ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନଙ୍କ ପାଇଁ ମୂଳ ପୁଞ୍ଜି ସହାୟତା ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ
ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୩ (ବିଶ୍ୱ ଖାଦ୍ୟ ଭାରତ ୨୦୨୩ ) ରେ ଭାରତୀୟ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ନବସୃଜନତା ଏବଂ ଶକ୍ତି ପ୍ରଦର୍ଶନ କରାଯିବ
ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀ ଗୁଡିକର ସିଇଓ ମାନଙ୍କ ସମେତ ୮୦ରୁ ଅଧିକ ଦେଶର ପ୍ରତିଯୋଗୀ ଯୋଗ ଦେବେ
ମୁଖ୍ୟ ଆକର୍ଷଣ : ପାରମ୍ପରିକ ଭାରତୀୟ ଖାଦ୍ୟର ଫୁଡ୍ ଷ୍ଟ୍ରିଟ୍ ମାଧ୍ୟମରେ ଏକ ନିଆରା ରନ୍ଧନ ଅନୁଭୂତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୩ ତାରିଖ ପୂର୍ବାହ୍ନ ୧୦ଟାରେ ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍ ଠାରେ ବୃହତ୍ ଖାଦ୍ୟ କାର୍ଯ୍ୟକ୍ରମ 'ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୩' (ବିଶ୍ୱ ଖାଦ୍ୟ ଭାରତ ୨୦୨୩ ) ର ଦ୍ୱିତୀୟ ସଂସ୍କରଣକୁ ଉଦଘାଟନ କରିବେ ।

ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ସୁଦୃଢ଼ କରିବା ଲକ୍ଷ୍ୟରେ , ପ୍ରଧାନମନ୍ତ୍ରୀ ଏକ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନଙ୍କୁ ମୂଳ ପୁଞ୍ଜି ସହାୟତା ପ୍ରଦାନ କରିବେ । ଏହି ସହାୟତା ଉନ୍ନତ ପ୍ୟାକେଜିଂ ଏବଂ ଗୁଣାତ୍ମକ ଉତ୍ପାଦନ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ବଜାରରେ ଉତ୍ତମ ମୂଲ୍ୟ ଆଦାୟ ହାସଲ କରିବାରେ ସାହାଯ୍ୟ କରିବ । ପ୍ରଧାନମନ୍ତ୍ରୀ ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୩ କାର୍ଯ୍ୟକ୍ରମର ଅଂଶ ଭାବରେ ଫୁଡ୍ ଷ୍ଟ୍ରିଟ୍‌କୁ ଉଦଘାଟନ କରିବେ । ଏଥିରେ ଆଞ୍ଚଳିକ ଖାଦ୍ୟ ଏବଂ ରାଜକୀୟ ରନ୍ଧନ ଐତିହ୍ୟ ସାମିଲ ହେବ, ଯେଉଁଥିରେ ୨୦୦ରୁ ଅଧିକ ସେଫ୍ ( ରନ୍ଧନକର୍ତ୍ତା) ଅଂଶଗ୍ରହଣ କରିବେ ଏବଂ ପାରମ୍ପରିକ ଭାରତୀୟ ଖାଦ୍ୟ ଉପସ୍ଥାପନ କରିବେ, ଯାହା ଏହାକୁ ଏକ ଅନନ୍ୟ ରନ୍ଧନ ଅନୁଭୂତିରେ ପରିଣତ କରିବ ।

ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଭାରତକୁ 'ବିଶ୍ୱର ଖାଦ୍ୟ ଝୁଡି' ଭାବରେ ପ୍ରଦର୍ଶିତ କରିବା ଏବଂ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବରେ ପାଳନ କରିବା । ଏହା ସରକାରୀ ସଂସ୍ଥା, ଶିଳ୍ପ ପେସାଦାର, କୃଷକ, ଉଦ୍ୟୋଗୀ ଏବଂ ଅନ୍ୟ ଅଂଶୀଦାର ମାନଙ୍କୁ ଆଲୋଚନାରେ ସାମିଲ ହେବା, ଭାଗିଦାରୀତା  ସ୍ଥାପନ କରିବା ଏବଂ କୃଷି - ଖାଦ୍ୟ କ୍ଷେତ୍ରରେ ନିବେଶ ଅବସର ଗୁଡିକ ଖୋଜିବା ପାଇଁ ଏକ ନେଟୱାର୍କିଂ ଏବଂ ବ୍ୟବସାୟ ପ୍ଲାଟଫର୍ମ ପ୍ରଦାନ କରିବ । ସିଇଓମାନେ ନିବେଶ ଏବଂ ଇଜ୍ ଅଫ୍ ଡୁଇଙ୍ଗ  ବିଜନେସ୍ / ସହଜରେ ବ୍ୟବସାୟ ଉପରେ ଗୁରୁତ୍ୱ ଦେଇ ରାଉଣ୍ଡ ଟେବୁଲ ବୈଠକ କରିବେ ।

ଭାରତୀୟ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ନବସୃଜନତା ଏବଂ ଶକ୍ତି ପ୍ରଦର୍ଶନ କରିବା ପାଇଁ ବିଭିନ୍ନ ମଣ୍ଡପ ସ୍ଥାପନ କରାଯିବ । ଏହି କାର୍ଯ୍ୟକ୍ରମରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦେଇ ୪୮ଟି ଅଧିବେଶନ ଅନୁଷ୍ଠିତ ହେବ, ଯେଉଁଥିରେ ଆର୍ଥିକ ସଶକ୍ତିକରଣ, ଗୁଣାତ୍ମକ ନିଶ୍ଚିତତା ଏବଂ ଯନ୍ତ୍ରପାତି ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ନବସୃଜନତା ଉପରେ ଗୁରୁତ୍ୱ ଦିଆଯିବ ।

ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀ ଗୁଡିକର ସିଇଓ ମାନଙ୍କ ସମେତ ୮୦ରୁ ଅଧିକ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଏଥିରେ ରିଭର୍ସ ବାୟର ସେଲର ମିଟ୍ (କ୍ରେତା ବିକ୍ରେତା ପାରସ୍ପରିକ ସାକ୍ଷାତ) ବ୍ୟବସ୍ଥା ମଧ୍ୟ ରହିବ, ଯେଉଁଥିରେ ୮୦ରୁ ଅଧିକ ଦେଶ ଗୁଡିକରୁ ୧୨୦୦ରୁ ଅଧିକ ବିଦେଶୀ କ୍ରେତା ରହିବେ । ନେଦରଲ୍ୟାଣ୍ଡ ସହଯୋଗୀ ଦେଶ ଭାବେ କାର୍ଯ୍ୟ କରୁଥିବା ବେଳେ ଜାପାନ ଏହି କାର୍ଯ୍ୟକ୍ରମର କେନ୍ଦ୍ର ଦେଶ ହେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways plans four-laning of 11,000-km high-density network to boost train capacity

Media Coverage

Indian Railways plans four-laning of 11,000-km high-density network to boost train capacity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi