ଡିସେମ୍ବର ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ତିନି ଦିନିଆ ବାର୍ଷିକ ଜିପିଏଆଇ ଶିଖର ସମ୍ମିଳନୀ ଆୟୋଜନ କରାଯାଉଛି
ଜିପିଏଆଇ ହେଉଛି ୨୯ଟି ସଦସ୍ୟ ରାଷ୍ଟ୍ର ସହିତ ଏକ ବହୁ - ଅଂଶୀଦାର ପଦକ୍ଷେପ, ଯାହା ଏଆଇ - ସମ୍ବନ୍ଧୀୟ ପ୍ରାଥମିକତା ଉପରେ ଅତ୍ୟାଧୁନିକ ଗବେଷଣା ଏବଂ ପ୍ରୟୋଗ କାର୍ଯ୍ୟକଳାପକୁ ସମର୍ଥନ କରେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୨ ଡିସେମ୍ବର, ୨୦୨୩ ଅପରାହ୍ନ ପ୍ରାୟ ୫ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଗ୍ଲୋବାଲ ପାର୍ଟନରସିପ୍ ଅନ୍ ଆର୍ଟିଫିସିଆଲ୍ଇଣ୍ଟେଲିଜେନ୍ସ (ଜିପିଏଆଇ) ସମିଟ୍ / (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେବିଶ୍ୱସ୍ତରୀୟ ଭାଗୀଦାରୀ ଶିଖର ସମ୍ମିଳନୀ) କୁ ଉଦ୍‌ଘାଟନ କରିବେ ।

ଜିପିଏଆଇ ହେଉଛି ୨୯ଟି ସଦସ୍ୟ - ଦେଶ ସହିତ ଏକ ବହୁ - ଅଂଶୀଦାରପଦକ୍ଷେପ, ଯାହାର ଲକ୍ଷ୍ୟ ହେଉଛି ଏଆଇ ସମ୍ବନ୍ଧୀୟ ପ୍ରାଥମିକତା ଉପରେଅତ୍ୟାଧୁନିକ ଗବେଷଣା ଏବଂ ପ୍ରୟୋଗ କାର୍ଯ୍ୟକଳାପକୁ ସମର୍ଥନ କରି ଏଆଇଉପରେ ସନ୍ଦର୍ଭ ଏବଂ ଏହାର ବ୍ୟବହାରିକତା ମଧ୍ୟରେ ଥିବା ବ୍ୟବଧାନକୁ ପୂରଣକରିବା । ୨୦୨୪ରେ  ଭାରତ ହେଉଛି ଜିପିଏଆଇର ପ୍ରମୁଖ ଅଧ୍ୟକ୍ଷ ରାଷ୍ଟ୍ର । ୨୦୨୦ ମସିହାରେ ଜିପିଏଆଇର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ, ଜିପିଏଆଇର ବର୍ତ୍ତମାନରଆଗାମୀ ସମର୍ଥନ ଅଧ୍ୟକ୍ଷ ଏବଂ ୨୦୨୪ରେ ଜିପିଏଆଇର ମୁଖ୍ୟ ଅଧ୍ୟକ୍ଷ ଭାବରେ, ଭାରତ ଡିସେମ୍ବର ୧୨ ରୁ ୧୪, ୨୦୨୩ ପର୍ଯ୍ୟନ୍ତ ବାର୍ଷିକ ଜିପିଏଆଇ ଶିଖର ସମ୍ମିଳନୀଆୟୋଜନ କରୁଛି ।

ଏହି ସମ୍ମିଳନୀରେ ଏଆଇ ଏବଂ ବିଶ୍ୱ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଦକ୍ଷତା, ଏଆଇ ଏବଂଡାଟା ଗଭର୍ଣ୍ଣାନ୍ସ ଏବଂ ଏମଏଲ କର୍ମଶାଳା ଭଳି ବିଭିନ୍ନ ବିଷୟ ଉପରେ ଏକାଧିକଅଧିବେଶନ ଆୟୋଜନ କରାଯିବ । ଶିଖର ସମ୍ମିଳନୀର ଅନ୍ୟାନ୍ୟ ଆକର୍ଷଣ ଗୁଡିକମଧ୍ୟରେ ଗବେଷଣା ଆଲୋଚନାଚକ୍ର , ଏଆଇ ଗେମଚେଞ୍ଜର୍ସ ପୁରସ୍କାର ଏବଂଇଣ୍ଡିଆ ଏଆଇ ପ୍ରଦର୍ଶନୀ ଅନ୍ତର୍ଭୁକ୍ତ ।

ଏହି ସମ୍ମିଳନୀରେ ବିଭିନ୍ନ ଦେଶରୁ ୫୦ରୁ ଅଧିକ ଜିପିଏଆଇ ବିଶେଷଜ୍ଞ ଏବଂ ୧୫୦ରୁ ଅଧିକ ବକ୍ତା ଅଂଶଗ୍ରହଣ କରିବେ । ଏହାବ୍ୟତୀତ ଇଣ୍ଟେଲ, ରିଲାଏନ୍ସ ଜିଓ, ଗୁଗୁଲ, ମେଟା, ଏଡବ୍ଲୁଏସ, ୟୋଟା, ନେଟୱେବ, ପେଟିଏମ, ମାଇକ୍ରୋସଫ୍ଟ, ମାଷ୍ଟରକାର୍ଡ, ଏନଆଇସି, ଏସଟିପିଆଇ, ଇମର୍ସ, ଜିଓ ହାପ୍ଟିକ୍‌, ଭାଷିଣୀ ଇତ୍ୟାଦି ବିଶ୍ୱର ପ୍ରମୁଖଏଆଇ ଗେମଚେଞ୍ଜରମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହାବ୍ୟତୀତ ୟୁବା ଏଆଇ ଏବଂ ଷ୍ଟାର୍ଟଅପ୍ ଅଧୀନରେ ବିଜେତା ହୋଇଥିବାଛାତ୍ରଛାତ୍ରୀମାନେ ସେମାନଙ୍କର ଏଆଇ ମଡେଲ୍ ଏବଂ ସମାଧାନ ପ୍ରଦର୍ଶନ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s contribution to BRICS: Nari Shakti moves from promise to delivery

Media Coverage

India’s contribution to BRICS: Nari Shakti moves from promise to delivery
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the President of Iran
June 30, 2026
President Pezeshkian briefs PM on the recent developments in West Asia.
PM welcomes the understanding reached and reiterates the need for continued efforts for lasting peace and stability.

Prime Minister Shri Narendra Modi had a telephone conversation today with the President of the Islamic Republic of Iran, H.E. Dr. Masoud Pezeshkian.

President Pezeshkian briefed the Prime Minister on the recent developments in West Asia and the way forward.

Prime Minister welcomed the understanding reached, and reiterated India’s consistent position that all issues must be resolved through dialogue and diplomacy.

Prime Minister reiterated the need for continued efforts to ensure lasting peace and stability in the region, and for safeguarding freedom of navigation and commerce.