ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେବ ୬୦୦ କିଷାନ ସମୃଦ୍ଧି କେନ୍ଦ୍ର
ଖୁଚୁରା ସାର ବିକ୍ରୟ କେନ୍ଦ୍ରଗୁଡ଼ିକୁ ପର୍ଯ୍ୟାୟକ୍ରମେ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ରରେ ପରିଣତ କରାଯିବ; ଚାଷୀଙ୍କ ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବ
ଚାଷୀଙ୍କ କଲ୍ୟାଣ ପ୍ରତି ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରତିବଦ୍ଧତାର ପ୍ରତିଫଳନ ସ୍ବରୂପ, ୧୬ହଜାର କୋଟି ଟଙ୍କାର ପିଏମ - କିସାନ ପାଣ୍ଠି ଜାରି କରିବେ ପ୍ରଧାନମନ୍ତ୍ରୀ
ପିଏମ – କିସାନ ଅଧୀନରେ ଏବେ ସୁଦ୍ଧା ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଲାଭ ଚାଷୀଙ୍କୁ ହସ୍ତାନ୍ତର କରାଯାଇସାରିଛି
ଭାରତୀୟ ଜନ ଉର୍ବରକ ପରିଯୋଜନା – ଏକ ରାଷ୍ଟ୍ର ଏକ ସାରକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ; ଏହି ଯୋଜନା ଅଧୀନରେ, ଭାରତ ୟୁରିଆ ବ୍ୟାଗର ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ
ଖୁଚୁରା ସାର ବିକ୍ରୟ କେନ୍ଦ୍ରଗୁଡ଼ିକୁ ପର୍ଯ୍ୟାୟକ୍ରମେ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ରରେ ପରିଣତ କରାଯିବ; ଚାଷୀଙ୍କ ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ କାର୍ଯ୍ୟକ୍ରମ ‘‘ପିଏମ କିଷାନ ସମ୍ମାନ ସମ୍ମେଳନ ୨୦୨୨’’କୁ ଉଦଘାଟନ କରିବେ । ଅକ୍ଟୋବର ୧୭ ତାରିଖ ପୂର୍ବାହ୍ନ ୧୧ ଟା ୩୦ ମିନିଟ୍‌ ସମୟରେ ନୂଆଦିଲ୍ଲୀର ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ ଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ ।

ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ୧୩ ହଜାର ୫୦୦ରୁ ଅଧିକ ଚାଷୀ ଏବଂ ପାଖାପାଖି ୧୫ଶହ କୃଷି ଷ୍ଟାର୍ଟଅପ୍ସ ଅଂଶଗ୍ରହଣ କରିବେ। ଅନ୍ୟପକ୍ଷରେ ବିଭିନ୍ନ ପ୍ରତିଷ୍ଠାନ ଜରିଆରେ ସାରା ଦେଶରୁ ୧ କୋଟିରୁ ଅଧିକ ଚାଷୀ ଭର୍ଚୁଆଲ ମାଧ୍ୟମରେ ଏଥିରେ ଅଂଶଗ୍ରହଣ କରିବେ । ଏହି ସମ୍ମେଳନରେ ଗବେଷକ, ନୀତି ନିର୍ଦ୍ଧାରକ ଏବଂ ଅନ୍ୟ ଅଂଶୀଦାରମାନେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ସାର ଓ ରସାୟନ ମନ୍ତ୍ରଣାଳୟ ଅଧୀନରେ ୬୦୦ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର (ପିଏମକେଏସକେ) ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେବ । ଏହି ଯୋଜନା ଅଧୀନରେ, ସାରା ଦେଶରେ ଥିବା ଖୁଚୁରା ସାର ବିକ୍ରୟ କେନ୍ଦ୍ରଗୁଡ଼ିକୁ ପର୍ଯ୍ୟାୟକ୍ରମେ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ରରେ ପରିଣତ କରାଯିବ । ଏସବୁ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର ଚାଷୀଙ୍କ ବିଭିନ୍ନ ଆବଶ୍ୟକତା ପୂରଣ କରିବ ଏବଂ ସେମାନଙ୍କୁ କୃଷି ଇନପୁଟ୍‌ (ସାର, ବିହନ, ଉପକରଣ) ପ୍ରଦାନ କରିବ; ମୃତ୍ତିକା ପରୀକ୍ଷା, ବିହନ, ସାର ପାଇଁ ସୁବିଧା ଦେବ; ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ; ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦେବ ଏବଂ ବ୍ଲକ/ଜିଲ୍ଲାସ୍ତରୀୟ କେନ୍ଦ୍ରଗୁଡ଼ିକରେ ରିଟେଲରମାନଙ୍କର ନିୟମିତ କ୍ଷମତା ନିର୍ମାଣ ସୁନିଶ୍ଚିତ କରିବ । ଦେଶର ବିଭିନ୍ନ ସ୍ଥାନରେ ଥିବା ୩.୩ ଲକ୍ଷରୁ ଅଧିକ ଖୁଚୁରା ସାର ଦୋକାନକୁ ପିଏମକେଏସକେ ରୂପରେ ପରିବର୍ତ୍ତିତ କରାଯିବ ।

ଏହି କାର୍ଯ୍ୟକ୍ରମ ଅବସରରେ, ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଭାରତୀୟ ଜନ ଉର୍ବରକ ପରିଯୋଜନା – ଏକ ରାଷ୍ଟ୍ର ଏକ ସାର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ । ଏହି ଯୋଜନା ଅଧୀନରେ, ଭାରତ ୟୁରିଆ ବ୍ୟାଗକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବେ । ଏହା ବିକ୍ରେତାମାନଙ୍କୁ ଗୋଟିଏ ବ୍ରାଣ୍ଡ ନାମ ‘‘ଭାରତ’’ ଅଧୀନରେ ସାର ବିକ୍ରି କରିବା ଲାଗି ସହାୟକ ହେବ ।

ଚାଷୀଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରତିବଦ୍ଧତାର ପ୍ରତିଫଳନ ସ୍ବରୂପ, ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିସାନ)ର ଦ୍ବାଦଶ କିସ୍ତି ଆକାରରେ ୧୬ ହଜାର କୋଟି ଟଙ୍କା ଜାରି କରିବେ । ଏହି ଅର୍ଥ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଜରିଆରେ ଚାଷୀଙ୍କୁ ଯୋଗାଇ ଦିଆଯିବ । ପିଏମ-କିସାନ ଯୋଜନା ଅଧୀନରେ ଯୋଗ୍ୟ ଚାଷୀ ପରିବାରମାନଙ୍କୁ ବାର୍ଷିକ ୬ହଜାର ଟଙ୍କାର ସହାୟତା ଦିଆଯାଏ। ୨ହଜାର ଟଙ୍କା ଲେଖାଏଁ ୩ଟି କିସ୍ତି ମାଧ୍ୟମରେ ଏହି ଅର୍ଥ ପ୍ରଦାନ କରାଯାଏ। ବର୍ତ୍ତମାନ ସୁଦ୍ଧା, ଯୋଗ୍ୟ ଚାଷୀ ପରିବାରମାନେ ପିଏମ କିସାନ ଯୋଜନା ଅଧୀନରେ ୨ ଲକ୍ଷ କୋଟି ଟଙ୍କାର ଲାଭ ପାଇସାରିଛନ୍ତି ।

ପ୍ରଧାନମନ୍ତ୍ରୀ ମଧ୍ୟ କୃଷି ଷ୍ଟାର୍ଟଅପ୍‌ କନକ୍ଲେଭ ଓ ପ୍ରଦର୍ଶନୀକୁ ଉଦଘାଟନ କରିବେ। ଏଥିରେ ୩୦୦ରୁ ଅଧିକ ଷ୍ଟାର୍ଟଅପ ସଂସ୍ଥା ମୂଲ୍ୟ ଆଧାରିତ କୃଷି, ଅମଳ ପରବର୍ତ୍ତୀ ଏବଂ ମୂଲ୍ୟ ସମ୍ବର୍ଦ୍ଧନ ସମାଧାନ, ଆନୁସଙ୍ଗିକ କୃଷି, ବର୍ଜ୍ୟରୁ ସମ୍ପଦ, କ୍ଷୁଦ୍ର ଚାଷୀଙ୍କ ପାଇଁ ଯାନ୍ତ୍ରିକୀକରଣ, ଯୋଗାଣ ଶୃଙ୍ଖଳା ପରିଚାଳନା, କୃଷି-ଲଜିଷ୍ଟିକ୍ସ ଏବଂ ଅନ୍ୟାନ୍ୟ ଦିଗ ସହ ଜଡ଼ିତ ସେମାନଙ୍କର ଅଭିନବ ସମାଧାନ ପ୍ରଦର୍ଶିତ କରିବେ। ଚାଷୀ, କୃଷକ ଉତ୍ପାଦକ ସଂଗଠନ (ଏଫପିଓ), କୃଷି ବିଶେଷଜ୍ଞ, କର୍ପୋରେଟ୍‌ ସଂସ୍ଥା ଆଦିଙ୍କ ସହ ଆଲୋଚନା କରିବା ଲାଗି ମଧ୍ୟ ଏହି ପ୍ଲାଟଫର୍ମ ସୁବିଧା ଯୋଗାଇ ଦେବ । ଷ୍ଟାର୍ଟଅପ୍ସଗୁଡ଼ିକ ସେମାନଙ୍କର ଅନୁଭୂତି ବାଣ୍ଟିବେ ଏବଂ ବୈଷୟିକ ଅଧିବେଶନରେ ଅନ୍ୟ ଅଂଶୀଦାରମାନଙ୍କ ସହିତ ଆଲୋଚନା କରିବେ ।

କାର୍ଯ୍ୟକ୍ରମ ଅବସରରେ, ପ୍ରଧାନମନ୍ତ୍ରୀ ‘ଇଣ୍ଡିଆନ ଏଜ୍’ର ଶୁଭାରମ୍ଭ କରିବେ । ଏହା ହେଉଛି ସାର ଉପରେ ଆଧାରିତ ଏକ ଇ-ପତ୍ରିକା। ଏହା ଘରୋଇ ଏବଂ ଅନ୍ତର୍ଜାତୀୟ ସାର ପରିଦୃଶ୍ୟ ସମେତ ସଦ୍ୟତମ ଘଟଣାକ୍ରମ, ମୂଲ୍ୟ ସ୍ଥିତିର ବିଶ୍ଳେଷଣ, ଉପଲବ୍ଧତା ଓ ବ୍ୟୟ, ଚାଷୀଙ୍କ ସଫଳତା କାହାଣୀ ଆଦି ବିଷୟରେ ସୂଚନା ଯୋଗାଇ ଦେବ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s contribution to BRICS: Nari Shakti moves from promise to delivery

Media Coverage

India’s contribution to BRICS: Nari Shakti moves from promise to delivery
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 29, 2026
June 29, 2026

PM Modi Advancing National Strength Through Unity, Innovation and Janbhagidari