୧୮୪ଟି ଟାଇପ୍-୭ ବହୁତଳ ଫ୍ଲାଟକୁ ସ୍ୱୟଂକ୍ରିୟ ଏବଂ ସମସ୍ତ ପ୍ରକାରର ଆଧୁନିକ ସୁବିଧା ସହିତ ଡିଜାଇନ୍ କରାଯାଇଛି
ଆବାସିକ ପରିସରରେ ଏକ ସିନ୍ଦୂର ଚାରା ରୋପଣ କରି ଶ୍ରମଜୀବୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ
ସମାବେଶକୁ ସମ୍ବୋଧିତ ମଧ୍ୟ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧ ଅଗଷ୍ଟ ୨୦୨୫ ସକାଳ ପ୍ରାୟ ୧୦ଟାରେ ନୂଆଦିଲ୍ଲୀର ବାବା ଖରକ ସିଂହ ମାର୍ଗରେ ସାଂସଦ ମାନଙ୍କ ପାଇଁ ୧୮୪ଟି ନବନିର୍ମିତ ଟାଇପ୍-VII ବହୁତଳ ଫ୍ଲାଟ୍ ଉଦଘାଟନ କରିବେ ।

 

ଏହି ଅବସରରେ, ପ୍ରଧାନମନ୍ତ୍ରୀ ଆବାସିକ ପରିସରରେ ଏକ ସିନ୍ଦୁର ଚାରା ରୋପଣ କରିବେ । ଶ୍ରମଜୀବୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆଲୋଚନା କରିବେ । ଏଥିସହିତ ପ୍ରଧାନମନ୍ତ୍ରୀ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।

 

ଏହି କମ୍ପ୍ଲେକ୍ସକୁ ସ୍ୱୟଂପରିପୂର୍ଣ୍ଣ ହେବା ପାଇଁ ଡିଜାଇନ୍ କରାଯାଇଛି ଏବଂ ଏଥିସହିତ ସଂସଦର ସଦସ୍ୟଙ୍କ କାର୍ଯ୍ୟକାରୀ ଆବଶ୍ୟକତାକୁ ପୂରଣ କରିବା ପାଇଁ ସମ୍ପୂର୍ଣ୍ଣ ଆଧୁନିକ ସୁବିଧା ସହ ଏହା ସଜ୍ଜିତ । ସବୁଜ ପ୍ରଯୁକ୍ତି ଆଧାରରେ ପ୍ରକଳ୍ପଟି GRIHA 3-ତାରକା ରେଟିଂର ମାନଦଣ୍ଡ ପାଳନ କରୁଛି ଏବଂ ଜାତୀୟ ଭବନ ସଂହିତା (NBC) ୨୦୧୬ ସହିତ ମଧ୍ୟ ସମନ୍ୱୟ ରକ୍ଷା କରୁଛି । ଏହି ପରିବେଶଗତ ସ୍ଥାୟୀ ବୈଶିଷ୍ଟ୍ୟଗୁଡ଼ିକ ଶକ୍ତି ସଂରକ୍ଷଣ, ନବୀକରଣୀୟ ଶକ୍ତି ଉତ୍ପାଦନ ଏବଂ ପ୍ରଭାବଶାଳୀ ବର୍ଜ୍ୟ ପରିଚାଳନାରେ ଯୋଗଦାନ ଦେବ ବୋଲି ଆଶା କରାଯାଉଛି । ଉନ୍ନତ ନିର୍ମାଣ ପ୍ରଯୁକ୍ତିବିଦ୍ୟାର ବ୍ୟବହାର - ବିଶେଷକରି, ଆଲୁମିନିୟମ ସଟରିଂ ସହିତ ମୋନୋଲିଥିକ୍ କଂକ୍ରିଟ୍ - ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପର ପରିସମାପ୍ତି ସହିତ ଢାଞ୍ଚାଗତ ସ୍ଥାୟୀତ୍ୱ ସୁନିଶ୍ଚିତ କରିଛି । ଏହି କମ୍ପ୍ଲେକ୍ସଟି ଦିବ୍ୟାଙ୍ଗ-ଅନୁକୂଳ ସମାବେଶୀ ଡିଜାଇନ୍‌ ପ୍ରତି ପ୍ରତିବଦ୍ଧତାକୁ ପ୍ରଦର୍ଶନ କରୁଛି ।

 

ସଂସଦ ସଦସ୍ୟଙ୍କ ପାଇଁ ପର୍ଯ୍ୟାପ୍ତ ବାସଗୃହ ଅଭାବ ହେତୁ ଏହି ପ୍ରକଳ୍ପ ବିକାଶର ଆବଶ୍ୟକ ହୋଇଥିଲା । ସୀମିତ ଜମି ଉପଲବ୍ଧତା ଯୋଗୁଁ, ଭୂମି ବ୍ୟବହାରକୁ ଉନ୍ନତ କରିବା ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ହ୍ରାସ କରିବା ଲକ୍ଷ୍ୟରେ ଭୂଲମ୍ବ ଗୃହ ବିକାଶ ଉପରେ ନିରନ୍ତର ଗୁରୁତ୍ୱ ଦିଆଯାଇଛି ।

 

ପ୍ରତ୍ୟେକ ଆବାସିକ ୟୁନିଟ୍ ପ୍ରାୟ ୫,୦୦୦ ବର୍ଗଫୁଟ କାର୍ପେଟ କ୍ଷେତ୍ର ପ୍ରଦାନ କରୁଛି, ଯାହା ଆବାସିକ ଏବଂ ସରକାରୀ କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ସ୍ଥାନ ପ୍ରଦାନ କରୁଛି । କାର୍ଯ୍ୟାଳୟ, କର୍ମଚାରୀ ବାସସ୍ଥାନ ଏବଂ ଏକ ଗୋଷ୍ଠୀ କେନ୍ଦ୍ର ପାଇଁ ସମର୍ପିତ କ୍ଷେତ୍ର ରହିଥିବାରୁ ସଂସଦର ସଦସ୍ୟମାନେ ଜନ ପ୍ରତିନିଧି ଭାବରେ ସେମାନଙ୍କର ଦାୟିତ୍ୱ ପାଳନ କରିବାରେ ସମର୍ଥ ହୋଇପାରିବେ ।

 

ଆଧୁନିକ ଗଠନାତ୍ମକ ଡିଜାଇନ୍ ମାନଦଣ୍ଡ ଅନୁଯାୟୀ, କମ୍ପ୍ଲେକ୍ସ ମଧ୍ୟରେ ସମସ୍ତ କୋଠା ଭୂମିକମ୍ପ-ନିରୋଧୀ ଅଟେ । ସମସ୍ତ ବାସିନ୍ଦାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ ବ୍ୟାପକ ଏବଂ ସୁଦୃଢ଼ ସୁରକ୍ଷା ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ କରାଯାଇଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s GDP To Grow 7% In FY26: Crisil Revises Growth Forecast Upward

Media Coverage

India’s GDP To Grow 7% In FY26: Crisil Revises Growth Forecast Upward
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 16, 2025
December 16, 2025

Global Respect and Self-Reliant Strides: The Modi Effect in Jordan and Beyond