ପରିବେଶ ପାଇଁ ଜୀବନଶୈଳୀ, ଜଳବାୟୁ ପରିବର୍ତ୍ତନ, ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା, ହିଂସ୍ରପ୍ରାଣୀ ଓ ଜଙ୍ଗଲ ପରିଚାଳନା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଅଧିକ ସମନ୍ୱୟ ରକ୍ଷା ଦିଗରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ପରିବେଶ ମନ୍ତ୍ରୀମାନଙ୍କ ଜାତୀୟ ସମ୍ମିଳନୀକୁ ଆସନ୍ତା ୨୩ ତାରିଖ ପୂର୍ବାହ୍ନ ସାଢେ ଦଶଟାରେ ଗୁଜରାଟର ଏକତାନଗରଠାରେ ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିବେ । ଏହି ଅବସରରେ ସେ ସମବେତ ଜନତାଙ୍କୁ ମଧ୍ୟ ଉଦ୍‌ବୋଧନ ଦେବେ ।

ସଂଘୀୟ ସହଯୋଗ ବ୍ୟବସ୍ଥାକୁ ଆଗେଇ ନେବା ତଥା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପରିବେଶ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସୁସମନ୍ୱୟ ରକ୍ଷା ଉଦ୍ଦେଶ୍ୟରେ ଏହି ସମ୍ମିଳନୀ ଡକାଯାଇଛି । ନୀତିଗୁଡିକ ମଧ୍ୟରେ ପ୍ଲାଷ୍ଟିକ ପ୍ରଦୂଷଣ ନିରାକରଣ, ପରିବେଶ ପାଇଁ ଜୀବନ ଶୈଳୀ ଉପରେ ଗୁରୁତ୍ୱ ଦେଇ ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା ନିମନ୍ତେ ରାଜ୍ୟର କାର୍ଯ୍ୟାନ୍ୱୟନ ଯୋଜନା ଇତ୍ୟାଦି ଅନ୍ତର୍ଭୁକ୍ତ । ଅନୁର୍ବର ଜମିର ପୁନରୁଦ୍ଧାର ଓ ବନ୍ୟପ୍ରାଣୀ ସଂରକ୍ଷଣ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇ ଜଙ୍ଗଲ ସୀମା ବୃଦ୍ଧି ନେଇ ମଧ୍ୟ ସମ୍ମିଳନୀରେ ଗୁରୁତ୍ୱ ଆରୋପ କରାଯିବ।

୨୩ ଓ ୨୪ସେପ୍ଟେମ୍ବରରେ ଆୟୋଜିତ ହେବାକୁ ଥିବା ଏହି ଦୁଇଦିନିଆ ସମ୍ମିଳନୀରେ ଛଅଟି ଅଧିବେଶନ ରହିଛି । ଏଥିରେ ଆଲୋକପାତ କରାଯାଉଥିବା ବିଷୟଗୁଡିକ ମଧ୍ୟରେ ରହିଛି ଏଲଆଇଏଫଇ ପରିବେଶ ଭିତ୍ତିକ ଜୀବନ ଶୈଳୀ) ଜଳବାୟୁ ପରିବର୍ତ୍ତନର ମୁକାବିଲ, ପରିବେଶ (ସମନ୍ୱିତ ସବୁଜ ସ୍ୱୀକୃତୀ ପାଇଁ ଏକକ ଗବାକ୍ଷ ପଦ୍ଧତି), ଜଙ୍ଗଲ ପରିଚାଳନା, ପ୍ରଦୂଷଣ ନିୟନ୍ତ୍ରଣ ଓ ନିରାକରଣ, ବନ୍ୟପ୍ରାଣୀ ପରିଚାଳନା, ପ୍ଲାଷ୍ଟିକ ଓ ବର୍ଜ୍ୟ ପରିଚାଳନା ଇତ୍ୟାଦି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Vietnam BrahMos deal already signed, Indonesia pact in final stages: Defence Secretary RK Singh

Media Coverage

Vietnam BrahMos deal already signed, Indonesia pact in final stages: Defence Secretary RK Singh
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 30, 2026
May 30, 2026

Viksit Bharat in Motion: How PM Modi is Building a Self-Reliant Global India”