ଭାରତ ୬ଜି ଭିଜନ୍ ଡକ୍ୟୁମେଣ୍ଟ ଏବଂ ୬ଜି ଆର ଆଣ୍ଡ ଡି ପରୀକ୍ଷାଗାରକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ
ଦେଶରେ ନବସୃଜନ, ଦକ୍ଷତା ବିକାଶ ଏବଂ ଦ୍ରୁତ ପ୍ରଯୁକ୍ତିବିଦ୍ୟା ଗ୍ରହଣ ପାଇଁ ଏହା ପରିବେଶକୁ ସକ୍ଷମ କରିବ
ପ୍ରଧାନମନ୍ତ୍ରୀ ମଧ୍ୟ "କଲ୍‍ ବିଫୋର ୟୁ ଡିଗ୍‍” ଆପ୍‌ର ଶୁଭାରମ୍ଭ କରିବେ
ପ୍ରଧାନମନ୍ତ୍ରୀ ଗତି ଶକ୍ତି ଅଧୀନରେ ଆପ୍ "ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ” କୁ ସୂଚିତ କରିବ
ଅତ୍ୟାବଶ୍ୟକ ସେବାରେ ବ୍ୟାଘାତ ହେତୁ ଏହା ସମ୍ଭାବ୍ୟ ବ୍ୟବସାୟିକ କ୍ଷତିକୁ ସୁରକ୍ଷା କରିବ ଏବଂ ନାଗରିକଙ୍କ ଅସନ୍ତୋଷକୁ କମ୍‍ କରିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ମାର୍ଚ୍ଚ ୨୨ ତାରିଖ ଅପରାହ୍ନ ୧୨:୩୦ ରେ ବିଜ୍ଞାନ ଭବନରେ ଏକ କାର୍ଯ୍ୟକ୍ରମରେ ଭାରତରେ ନୂତନ ଆନ୍ତର୍ଜାତୀୟ ଟେଲି ଯୋଗାଯୋଗ ସଂଘ (ଆଇଟିୟୁ)ର ସ୍ଥାନୀୟ କାର୍ଯ୍ୟାଳୟ ଏବଂ ନବସୃଜନ କେନ୍ଦ୍ରର ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତ ୬ଜି ଭିଜନ୍ ଡକ୍ୟୁମେଣ୍ଟ ଏବଂ ୬ଜି ଆରଆଣ୍ଡଡି ପରୀକ୍ଷାଗାର ଶୁଭାରମ୍ଭ କରିବେ । ସେ "କଲ ବିଫୋର ୟୁ ଡିଗ୍‍” ଆପ୍‌ର ମଧ୍ୟ ଶୁଭାରମ୍ଭ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ ।

ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ଆଇସିଟି) ପାଇଁ ଆଇଟିୟୁ ହେଉଛି ମିଳିତ ଜାତିସଂଘର ସ୍ୱତନ୍ତ୍ର ସଂସ୍ଥା । ମୁଖ୍ୟ କାର୍ଯ୍ୟାଳୟ ଜେନେଭାରେ ଅବସ୍ଥିତ । ଏହାର କ୍ଷେତ୍ରୀୟ ଦପ୍ତର, ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସ୍ଥାନୀୟ କାର୍ଯ୍ୟାଳୟର ଏକ ନେଟୱାର୍କ ଅଛି । ସ୍ଥାନୀୟ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ଆଇଟିୟୁ ସହିତ ମାର୍ଚ୍ଚ ୨୦୨୨ ରେ ଭାରତ ଏକ ଆୟୋଜକ ଦେଶ ଚୁକ୍ତିନାମା ସ୍ୱାକ୍ଷର କରିଥିଲା । ଭାରତରେ ସ୍ଥାନୀୟ କାର୍ଯ୍ୟାଳୟରେ ଏକ ନବସୃଜନ କେନ୍ଦ୍ର ରଖାଯିବା ପାଇଁ ଯୋଜନା କରିଥିଲା, ଯାହାକି ଆଇଟିୟୁ ର ଅନ୍ୟାନ୍ୟ କ୍ଷେତ୍ର କାର୍ଯ୍ୟାଳୟ ମଧ୍ୟରେ ଏହାକୁ ସ୍ୱତନ୍ତ୍ର କରିଛି । ଭାରତ ଦ୍ୱାରା ସମ୍ପୁର୍ଣ୍ଣ ଅନୁଦାନ ପ୍ରାପ୍ତ ସ୍ଥାନୀୟ ଦପ୍ତର, ନୂଆଦିଲ୍ଲୀର ମେହେରୋଲି ସ୍ଥିତ ସେଣ୍ଟର ଫର୍‍ ଡେଭଲପମେଣ୍ଟ ଅଫ୍‍ ଟେଲିମାଟିକ୍ସ (ସି-ଡଟ୍‍) ସୌଧର ଦ୍ୱିତୀୟ ମହଲାରେ ଅବସ୍ଥିତ । ଏହା ଭାରତ, ନେପାଳ, ଭୁଟାନ, ବାଂଲାଦେଶ, ଶ୍ରୀଲଙ୍କା, ମାଲଦ୍ୱୀପ, ଆଫଗାନିସ୍ତାନ ଏବଂ ଇରାନକୁ ସେବା ଯୋଗାଇବ, ଦେଶ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳରେ ପାରସ୍ପରିକ ଲାଭଦାୟକ ଅର୍ଥନୈତିକ ସହଯୋଗ ବୃଦ୍ଧି କରିବ ।

ଟେକ୍ନୋଲୋଜି ଇନୋଭେସନ୍ ଗ୍ରୁପ୍ ଅଫ୍‍ ୬ଜି (ଟିଆଇଜି-୬ଜି) ଦ୍ୱାରା ଭାରତ ୬ଜି ଭିଜନ୍ ଡକ୍ୟୁମେଣ୍ଟ ପ୍ରସ୍ତୁତ ହୋଇଛି ଯାହାକି ନଭେମ୍ବର ୨୦୨୧ ରେ ଭାରତରେ ୬ଜି ଯୋଜନାର ରୋଡମ୍ୟାପ୍‍ ଏବଂ କାର୍ଯ୍ୟ ଯୋଜନା ପ୍ରସ୍ତୁତ ଲାଗି ବିଭିନ୍ନ ମନ୍ତ୍ରଣାଳୟ / ବିଭାଗ, ଗବେଷଣା ଏବଂ ବିକାଶ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ମାନକ ସଂସ୍ଥା, ଟେଲିକମ୍ ସେବା ପ୍ରଦାନକାରୀ ଏବଂ ଶିଳ୍ପ ସଦସ୍ୟମାନଙ୍କୁ ନେଇ ଗଠିତ ହୋଇଥିଲା । ୬ଜି ପରୀକ୍ଷାଗାର ଶିକ୍ଷା ଅନୁଷ୍ଠାନ, ଶିଳ୍ପ, ଷ୍ଟାର୍ଟ ଅପ୍‌, ଏମ୍‌ଏସ୍‌ଏମ୍‌ଇ, ଶିଳ୍ପ ଇତ୍ୟାଦି ସହାୟତା ପ୍ରଦାନ କରିବ, ବିକାଶଶୀଳ ଆଇସିଟି ଜ୍ଞାନକୌଶଳର ପରୀକ୍ଷଣ ଏବଂ ବୈଧତା ପାଇଁ ଏହା ଏକ ପ୍ଲାଟଫର୍ମ । ଭାରତ ୬ଜି ଭିଜନ୍ ଡକ୍ୟୁମେଣ୍ଟ ଏବଂ ୬ଜି ପରୀକ୍ଷାଗାର ଦେଶରେ ନବସୃଜନ, ଦକ୍ଷତା ବିକାଶ ଏବଂ ଦ୍ରୁତ ପ୍ରଯୁକ୍ତିବିଦ୍ୟା ପାଇଁ ଏକ ସକ୍ଷମ ପରିବେଶ ଯୋଗାଇବ ।

ପ୍ରଧାନମନ୍ତ୍ରୀ ଗତି ଶକ୍ତି ଅଧୀନରେ ସମନ୍ୱିତ ଯୋଜନା ଏବଂ ଭିତ୍ତିଭୂମି ସଂଯୋଗୀକରଣ ପ୍ରକଳ୍ପର ସମନ୍ୱିତ କାର୍ଯ୍ୟାନ୍ୱୟନର ପ୍ରଧାନମନ୍ତ୍ରୀଙ୍କ ଦୂର ଦୃଷ୍ଟିକୁ ଉଦାହରଣ ଦେଇ କୁହାଯାଇଛି ଯେ କଲ୍‍ ବିଫୋର ୟୁ ଡିଗ୍‍ (ସିବିୟୁଡି) ଆପ୍ ହେଉଛି ଅପ୍ଟିକାଲ୍ ଫାଇବର କେବୁଲ ପରି ଅନ୍ତର୍ନିହିତ ସମ୍ପତ୍ତିର କ୍ଷତି ରୋକିବା ପାଇଁ ଧାର୍ଯ୍ୟ ହୋଇଥିବା ଏକ ଉପକରଣ, ଯାହା ଅସମନ୍ୱିତ ଖନନ ହେତୁ ଘଟିଥାଏ, ଦେଶକୁ ପ୍ରତିବର୍ଷ ପ୍ରାୟ ୩୦୦୦ କୋଟି ଟଙ୍କା କ୍ଷତି ଘଟାଇଥାଏ । ମୋବାଇଲ୍ ଆପ୍ ସିବିୟୁଡି ଖନନକାରୀ ଏବଂ ସମ୍ପତ୍ତି ମାଲିକମାନଙ୍କୁ ଏସଏମଏସ / ଇମେଲ୍ ସୂଚନା ମାଧ୍ୟମରେ ସୂଚନା ପ୍ରଦାନ କରିବ ଏବଂ କଲ୍ କରିବାକୁ ସୂଚାଇବ, ଯାହା ଦ୍ୱାରା ଦେଶରେ ଭୂତଳ ସମ୍ପତ୍ତିର ନିରାପତ୍ତା ସୁନିଶ୍ଚିତ ହେବା ସହିତ ଯୋଜନାବଦ୍ଧ ଖନନ ହେବ ।

ସିବିୟୁଡି, ଯାହା ଦେଶର ଶାସନରେ "ସାମଗ୍ରିକ ସରକାରୀ ଆଭିମୁଖ୍ୟ” ଗ୍ରହଣ କରିବାକୁ ବର୍ଣ୍ଣନା କରେ, ବ୍ୟବସାୟ କରିବାରେ ସହଜତା ବୃଦ୍ଧି କରି ସମସ୍ତ ହିତାଧିକାରୀଙ୍କୁ ଲାଭ ଦେବ । ସଡକ, ଟେଲିକମ୍‌, ଜଳ, ଗ୍ୟାସ୍ ଏବଂ ବିଦ୍ୟୁତ ଭଳି ଅତ୍ୟାବଶ୍ୟକ ସେବାରେ ବ୍ୟାଘାତ ହ୍ରାସ ହେତୁ ଏହା ସମ୍ଭାବ୍ୟ ବ୍ୟବସାୟିକ କ୍ଷତି ହ୍ରାସ କରିବ ଏବଂ ନାଗରିକଙ୍କ ଅସନ୍ତୋଷକୁ କମ୍ କରିବ ।

ଏହି କାର୍ଯ୍ୟକ୍ରମରେ ଆଇଟିୟୁର ବିଭିନ୍ନ କ୍ଷେତ୍ର କାର୍ଯ୍ୟାଳୟର ଆଇଟି / ଟେଲିକମ୍ ମନ୍ତ୍ରୀ, ସେକ୍ରେଟେରୀ ଜେନେରାଲ୍ ଏବଂ ଆଇଟିୟୁର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ, ମିଳିତ ଜାତିସଂଘର ମୁଖ୍ୟ / ଭାରତରେ ଅନ୍ୟାନ୍ୟ ଆନ୍ତର୍ଜାତୀୟ ସଂସ୍ଥାର ମୁଖ୍ୟ, ରାଷ୍ଟ୍ରଦୂତ, ଶିଳ୍ପପତି, ଷ୍ଟାର୍ଟ ଅପ୍ ଏବଂ ଏମ୍‌ଏସ୍‌ଏମ୍‌ଇ, ଶିକ୍ଷାନୁଷ୍ଠାନ ମୁଖ୍ୟ, ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ହିତାଧିକାରୀମାନେ ଅଂଶଗ୍ରହଣ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India records highest-ever startup surge with 55,200 recognised in FY26

Media Coverage

India records highest-ever startup surge with 55,200 recognised in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 18, 2026
April 18, 2026

From Tap Water to 40,000 Manuscripts: Modi’s Vision Delivers Jobs, Clean Energy & Civilisational Pride