ଗ୍ୟାଲେରିରେ ସ୍ବାଧୀନତା ସଂଗ୍ରାମର ବିପ୍ଳବୀମାନଙ୍କର ଯୋଗଦାନକୁ ଦର୍ଶାଯିବ
ଗ୍ୟାଲେରିରେ 1947 ପର୍ଯ୍ୟନ୍ତର ସମସ୍ତ ଘଟଣାକୁ ସାମଗ୍ରୀକ ଭାବରେ ପ୍ରଦର୍ଶିତ କରାଯିବ

ସହୀଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋଲକାତାର ଭିକ୍ଟୋରିଆ ମେମୋରିଆଲ୍ ହଲ ସ୍ଥିତ ବିପ୍ଳବୀ ଭାରତ ଗ୍ୟାଲେରିକୁ 23 ମାର୍ଚ୍ଚର ସନ୍ଧ୍ୟା ଛଅ ଘଟିକା ସମୟରେ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଉଦ୍‌ଘାଟନ କରିବେ। ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ସମୟରେ ଉପସ୍ଥିତ ବ୍ୟକ୍ତିମାନଙ୍କୁ ସମ୍ବୋଧିତ ମଧ୍ୟ କରିବେ। 

ଗ୍ୟାଲେରିରେ ସ୍ବାଧୀନତା ସଂଗ୍ରାମରେ ବିପ୍ଳବୀମାନଙ୍କର ଯୋଗଦାନ ଏବଂ ବ୍ରିଟିଶ ଔପନିବେଶବାଦ ବିପକ୍ଷରେ ସଶସ୍ତ୍ର ପ୍ରତିରୋଧକୁ ଦର୍ଶାଯିବ। ଅନେକ ସମୟରେ ଏହି ଦିଗକୁ ସ୍ବାଧୀନତା ଆନ୍ଦୋଳନର ପ୍ରଯୁଜ୍ୟ ସ୍ଥାନ ଦିଆଯାଇ ନାହିଁ। ଏହି ନୂତନ ଗ୍ୟାଲେରିର ଉଦ୍ଦେଶ୍ୟ ହେଉଛି ଯେ ସେହି ସମସ୍ତ ଘଟଣାଗୁଡ଼ିକୁ ଉପଯୁକ୍ତ ଭାବରେ ଚିତ୍ରଣ କରାଯିବ ଯାହାକି 1947 ପର୍ଯ୍ୟନ୍ତ ହୋଇଥିଲା। ଏହା ସହିତ ବିପ୍ଳବୀମାନଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ମଧ୍ୟ ଲୋକ ଲୋଚନକୁ ଅଣାଯିବ। 

ବିପ୍ଳବୀ ଭାରତ ଗ୍ୟାଲେରିରେ ସେହିସବୁ ରାଜନୈତିକ ଓ ବୌଦ୍ଧିକ ପୃଷ୍ଠଭୂମି ପ୍ରସ୍ତୁତ କରାଯାଇଛି, ଯାହାକୁ ସ୍ବାଧୀନତା ଆନ୍ଦୋଳନକୁ ପ୍ରେରିତ କରିଛି। ଗ୍ୟାଲେରିରେ ସ୍ବାଧୀନତା ଆନ୍ଦୋଳନର ଜନ୍ମ, ବିପ୍ଳବୀମାନଙ୍କ ଦ୍ବାରା ମହତ୍ତ୍ବପୂର୍ଣ୍ଣ ସଙ୍ଗଠନର ନିର୍ମାଣ, ଆନ୍ଦୋଳନର ବିସ୍ତାର, ଇଣ୍ଡିଆନ୍ ନ୍ୟାସନାଲ୍ ଆର୍ମିର ଗଠନ, ନୌସେନା ବିଦ୍ରୋହର ଯୋଗଦାନ ଆଦିକୁ ଉପସ୍ଥାପନ କରାଯିବ। 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership