ଏକ୍ସପୋର ଲକ୍ଷ୍ୟ ସମ୍ପୂର୍ଣ୍ଣ ମୋବିଲିଟି ମୂଲ୍ୟ ଶୃଙ୍ଖଳାକୁ ଏକତ୍ର କରିବା
ଏକ୍ସପୋରେ ୯ରୁ ଅଧିକ ଏକକାଳୀନ କାର୍ଯ୍ୟକ୍ରମ, ୨୦ରୁ ଅଧିକ ସମ୍ମିଳନୀ ଓ ପାଭିଲିୟନ୍ ସହ ମୋବିଲିଟି ସେକ୍ଟରରେ ନୀତି ଏବଂ ପଦକ୍ଷେପ ପ୍ରଦର୍ଶନ କରିବାକୁ ରାଜ୍ୟ ଅଧିବେଶନ ମଧ୍ୟ ଆୟୋଜନ କରାଯିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ଜାନୁଆରୀ ୨୦୨୫ ସକାଳ ପ୍ରାୟ ୧୦:୩୦ରେ ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ ୨୦୨୫ର ଉଦ୍‌ଘାଟନ କରିବେ। ଏହା ଭାରତର ସର୍ବବୃହତ ମୋବିଲିଟି ଏକ୍ସପୋ ।

ଏହି ଏକ୍ସପୋ ୧୭ ଜାନୁଆରୀରୁ ୨୨ ଜାନୁଆରୀ ପର୍ଯ୍ୟନ୍ତ ତିନିଟି ପୃଥକ ସ୍ଥାନରେ ଆୟୋଜିତ ହେବ । ନୂଆଦିଲ୍ଲୀରେ ଭାରତ ମଣ୍ଡପମ୍ ଏବଂ ଯଶୋଭୂମି ତଥା ଗ୍ରେଟର ନୋଏଡାରେ ଇଣ୍ଡିଆ ଏକ୍ସପୋ ଆଣ୍ଡ ମାର୍ଟରେ ଏହା ଆୟୋଜିତ ହେବ । ଏହି ଏକ୍ସପୋରେ ୯ଟି ଏକକାଳୀନ ୯ରୁ ଅଧିକ କାର୍ଯ୍ୟକ୍ରମ, ୨୦ରୁ ଅଧିକ ସମ୍ମିଳନୀ ଏବଂ ପାଭିଲିୟନ୍‌ର ଆୟୋଜିତ ହେବ । ଏଥିସହ, ଏକ୍ସପୋରେ ଶିଳ୍ପ ଏବଂ ଆଞ୍ଚଳିକ ସ୍ତର ମଧ୍ୟରେ ସହଯୋଗକୁ ସକ୍ରିୟ କରିବାକୁ ମୋବିଲିଟି ସେକ୍ଟରରେ ନୀତି ଏବଂ ପଦକ୍ଷେପ ପ୍ରଦର୍ଶନ କରିବାକୁ ରାଜ୍ୟ ଅଧିବେଶନ ମଧ୍ୟ ଆୟୋଜନ କରାଯିବ ।

ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ ୨୦୨୫ର ଲକ୍ଷ୍ୟ ସମଗ୍ର ମୋବିଲିଟି ମୂଲ୍ୟ ଶୃଙ୍ଖଳାକୁ ଏକତ୍ର କରିବା ରହିଛି । ଚଳିତ ବର୍ଷର ପ୍ରଦର୍ଶନୀରେ ପ୍ରଦର୍ଶକ ଏବଂ ପରିଦର୍ଶକ ଭାବରେ ସମଗ୍ର ବିଶ୍ୱରୁ ଅଂଶଗ୍ରହଣ ସହିତ ବିଶ୍ୱ ମହତ୍ତ୍ୱ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଏହା ଏକ ଶିଳ୍ପ-ନେତୃତ୍ୱାଧିନ ତଥା ସରକାରୀ ସମର୍ଥିତ ପଦକ୍ଷେପ ଏବଂ ବିଭିନ୍ନ ଶିଳ୍ପ ସଂସ୍ଥା ତଥା ସହଭାଗୀ ସଂଗଠନର ମିଳିତ ସହଯୋଗରେ ଭାରତୀୟ ଇଞ୍ଜିନିୟରିଂ ରପ୍ତାନି ପ୍ର୍ରୋତ୍ସାହନ ପରିଷଦ ଦ୍ୱାରା ସମନ୍ୱିତ ହେଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's banking sector resilient; 11-13% credit growth for January-June likely: Survey

Media Coverage

India's banking sector resilient; 11-13% credit growth for January-June likely: Survey
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 20, 2026
April 20, 2026

Honouring Saints, Powering Futures: PM Modi’s Leadership That Blends Heritage, Highways and High Growth