15 ନଭେମ୍ବର – ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯିବ
ଜନଜାତି ସଂସ୍କୃତି ଏବଂ ଐତିହ୍ୟ ସଂରକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ଏହି ସଂଗ୍ରହାଳୟ
ସଂଗ୍ରହାଳୟରେ ରହିବ ଭଗବାନ ବିର୍ସା ମୁଣ୍ଡାଙ୍କ 25 ଫୁଟର ମୂର୍ତ୍ତି
ଅନ୍ୟ ଜନଜାତି ସଂଗ୍ରାମୀମାନଙ୍କର ଯୋଗଦାନ ମଧ୍ୟ ପ୍ରଦର୍ଶିତ ହେବ

ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରିବା ଲାଗି ଭାରତ ସରକାର ଘୋଷଣା କରିଛନ୍ତି। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 15 ନଭେମ୍ବର ପୂର୍ବାହ୍ନ ୯ ଟା ୪୫ ମିନିଟ୍ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଞ୍ଚି ଠାରେ ଭଗବାନ ବିର୍ସା ମୁଣ୍ଡା ସ୍ମୃତି ଉଦ୍ୟାନ ସହ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟର ଉଦଘାଟନ କରିବେ।

ପ୍ରଧାନମନ୍ତ୍ରୀ ସର୍ବଦା ଜନଜାତି ସମୁଦାୟଙ୍କ ମୂଲ୍ୟବାନ ଯୋଗଦାନ ବିଶେଷ କରି ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କର ବିଶେଷ ଭୂମିକା ଉପରେ ଗୁରୁତ୍ୱାରୋପ କରିଆସିଛନ୍ତି। 2016ରେ ନିଜର ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଭାରତର ସ୍ୱାଧୀନତା ସଂଗ୍ରାମରେ ଜନଜାତି ସ୍ୱାଧୀନତା ସଂଗ୍ରାମୀମାନଙ୍କର ଭୂମିକା ଉପରେ ଜୋର ଦେଇଥିଲେ ଏବଂ ସାହସୀ ଜନଜାତି ସ୍ୱାଧୀନତା ସଂଗ୍ରାମୀମାନଙ୍କର ସ୍ମୃତିରେ ସଂଗ୍ରହାଳୟ ନିର୍ମାଣ କରିବା ଲାଗି ପରିକଳ୍ପନା କରିଥିଲେ। ଯାହାଫଳରେ ପରବର୍ତ୍ତୀ ପିଢ଼ି ଦେଶ ପାଇଁ ସେମାନଙ୍କର ବଳିଦାନ ବିଷୟରେ ଜାଣିବାକୁ ପାଇପାରିବେ। ଏହି ସଂଗ୍ରହାଳୟରେ ବିଭିନ୍ନ ରାଜ୍ୟ ଓ କ୍ଷେତ୍ରର ଜନଜାତି ସ୍ୱାଧୀନତା ସଂଗ୍ରାମୀମାନଙ୍କର ସ୍ମୃତିର ପ୍ରତୀକ ରହିବ।

ଭଗବାନ ବିର୍ସା ମୁଣ୍ଡା ସ୍ମୃତି ଉଦ୍ୟାନ ସହ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ଝାଡ଼ଖଣ୍ଡର ରାଞ୍ଚି ପୁରୁଣା କେନ୍ଦ୍ରୀୟ କାରଗାର ନିକଟରେ ଝାଡ଼ଖଣ୍ଡ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ନିର୍ମାଣ କରାଯାଇଛି। ଏହି ଠାରେ ଭଗବାନ ବିର୍ସା ମୁଣ୍ଡା ଦେଶମାତୃକା ପାଇଁ ନିଜ ଜୀବନର ବଳିଦାନ ଦେଇଥିଲେ। ଦେଶ ପ୍ରତି ତାଙ୍କର ଏବଂ ଜନଜାତି ସମୁଦାୟର ବଳିଦାନ ପ୍ରତି ଏହା ଏକ ଶ୍ରଦ୍ଧାଞ୍ଜଳି ଭାବେ ବିବେଚିତ ହେବ। ଏହି ସଂଗ୍ରହାଳୟ ଜନଜାତି ସମୁଦାୟର ସଂସ୍କୃତି ଓ ଇତିହାସର ସଂରକ୍ଷଣ ଏବଂ ପ୍ରୋତ୍ସାହନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଜନଜାତି ସମୁଦାୟର ଲୋକମାନେ କିଭଳି ଭାବେ ସେମାନଙ୍କର ଜଙ୍ଗଲ, ଜଙ୍ଗଲ ଅଧିକାର, ସେମାନଙ୍କର ସଂସ୍କୃତିର ସଂରକ୍ଷଣ ପାଇଁ ସଂଗ୍ରାମ କରିଥିଲେ ତାହା ପ୍ରଦର୍ଶିତ କରିବ। ରାଷ୍ଟ୍ର ନିର୍ମାଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସେମାନଙ୍କର ସାହସ ଓ ବଳିଦାନକୁ ମଧ୍ୟ ଏହା ପ୍ରଦର୍ଶିତ କରିବ।

ଏହି ସଂଗ୍ରହାଳୟରେ ଭଗବାନ ବିର୍ସା ମୁଣ୍ଡାଙ୍କ ସମେତ ବିଭିନ୍ନ ଆନ୍ଦୋଳନ ସହ ଜଡ଼ିତ ଅନ୍ୟ ଜନଜାତି ସ୍ୱାଧୀନତା ସଂଗ୍ରାମୀ ଶହୀଦ ବୁଦ୍ଧୁ ଭଗତ, ସିଦ୍ଧୁ-କାହ୍ନୁ, ନୀଳାମ୍ବର-ପିତାମ୍ବର, ଦିୱା-କିସୁନ, ତେଲଙ୍ଗା ଖାଡ଼ିୟ, ଗୟା ମୁଣ୍ଡା, ଯାତ୍ରା ଭଗତ, ପୋଟୋ ଏଚ, ଭଗୀରଥ ମାଞ୍ଝୀ, ଗଙ୍ଗା ନାରାୟଣ ସିଂ ପ୍ରମୁଖଙ୍କ ସ୍ମୃତି ପ୍ରଦର୍ଶିତ ହେବ। ସଂଗ୍ରହାଳୟରେ ମଧ୍ୟ ଭଗବାନ ବିର୍ସା ମୁଣ୍ଡାଙ୍କ ୨୫ ଫୁଟର ମୂର୍ତ୍ତି ଏବଂ ସ୍ଥାନୀୟ ଅଞ୍ଚଳର ଅନ୍ୟ ଜନଜାତି ସ୍ୱାଧୀନତା ସଂଗ୍ରାମୀମାନଙ୍କର ୯ ଫୁଟର ମୂର୍ତ୍ତି ସ୍ଥାପନ କରାଯିବ।

ସଂଗ୍ରହାଳୟ ଚାରି ପାଖରେ ଥିବା ୨୫ ଏକର ସ୍ଥାନରେ ସ୍ମୃତି ଉଦ୍ୟାନ ବିକଶିତ କରାଯାଇଛି ଏବଂ ଏଥିରେ ମ୍ୟୁଜିକାଲ ଫାଉଣ୍ଟେନ, ଫୁଡ୍ କୋର୍ଟ, ଶିଶୁ ଉଦ୍ୟାନ, ଇନଫିନିଟି ପୁଲ, ବଗିଚା ଏବଂ ଅନ୍ୟାନ୍ୟ ମନୋରଞ୍ଜନ ସୁବିଧା ରହିଛି।

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In 2019, India launched its first Vande Bharat Express; seven years later came the sleeper version, and Railways now plans 260 Vande sleeper rakes with world-class features

Media Coverage

In 2019, India launched its first Vande Bharat Express; seven years later came the sleeper version, and Railways now plans 260 Vande sleeper rakes with world-class features
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 3, 2026
September 03, 2026

A- Rating to Third-Largest Wind Producer: How Modi’s Policies Are Rewriting India’s Global Rank