ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ସୋମନାଥରେ ଅଗଷ୍ଟ ୨୦ତାରିଖ ଦିନ ପୂର୍ବାହ୍ନ ୧୧ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକାଧିକ ପ୍ରକଳ୍ପର ଉଦଘାଟନ କରିବେ । ଉଦଘାଟିତ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ସୋମନାଥ ପ୍ରୋମେନାଡ, ସୋମନାଥ ପ୍ରଦର୍ଶନୀ କେନ୍ଦ୍ର ଏବଂ ପୁରୁଣା (ଜୁନା) ସୋମନାଥର ପୁନଃ ର୍ନିମାଣ ମନ୍ଦିର ପରିସର ଅନ୍ତର୍ଭୁକ୍ତ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ପାର୍ବତୀ ମନ୍ଦିରର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ ।

ମୋଟ ୪୭ କୋଟିରୁ ଅଧିକ ଟଙ୍କା ମୂଲ୍ୟରେ ପ୍ରସାଦ (ତୀର୍ଥଯାତ୍ରା ପୁନଃ ନବୀକରଣ ଏବଂ ଆଧ୍ୟାତ୍ମିକ, ଐତିହ୍ୟ ବର୍ଦ୍ଧିତ କାର୍ଯ୍ୟକ୍ରମ) ଯୋଜନା ଅଧୀନରେ ସୋମନାଥ ପ୍ରୋମେନେଡ୍ ବିକଶିତ କରାଯାଇଛି ।  "ପର୍ଯ୍ୟଟକ ସୁବିଧା କେନ୍ଦ୍ର” ପରିସରରେ ବିକଶିତ ହୋଇଥିବା ସୋମନାଥ ପ୍ରଦର୍ଶନୀ କେନ୍ଦ୍ରରେ ପୁରୁଣା ସୋମନାଥ ମନ୍ଦିରର ଭଗ୍ନ ଅଂଶର ପ୍ରଦର୍ଶନୀ ଏବଂ ପୁରାତନ ସୋମନାଥଙ୍କ ନାଗର ଶୈଳୀ ମନ୍ଦିର ସ୍ଥାପତ୍ୟ ଥିବା ଏହାର ମୂର୍ତ୍ତିଗୁଡ଼ିକ ପ୍ରଦର୍ଶିତ ହୋଇଛି ।

ପୁରାତନ (ଜୁନା) ସୋମନାଥର ପୁନଃ ର୍ନିମାଣ ମନ୍ଦିର ପରିସର ଶ୍ରୀ ସୋମନାଥ ଟ୍ରଷ୍ଟ ଦ୍ୱାରା ସମୁଦାୟ ୩.୫ କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଛି । ଏହି ମନ୍ଦିରକୁ ଅହିଲ୍ୟାବାଈ ମନ୍ଦିର ବୋଲି ମଧ୍ୟ କୁହାଯାଏ କାରଣ ଏହା ଇନ୍ଦୋରର ରାଣୀ ଅହିଲବାଈଙ୍କ ଦ୍ୱାରା ର୍ନିମିତ ହୋଇଥିଲା ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ପୁରାତନ ମନ୍ଦିରଟି ଧ୍ୱଂସ ହୋଇଯାଇଛି । ତୀର୍ଥଯାତ୍ରୀଙ୍କ ସୁରକ୍ଷା ତଥା ବର୍ଦ୍ଧିତ କ୍ଷମତା ସହିତ ସମଗ୍ର ପୁରାତନ ମନ୍ଦିର ପରିସରକୁ ସମ୍ପୂର୍ଣ୍ଣ ରୂପେ ପୁନଃ ର୍ନିମାଣ କରାଯାଇଛି ।

ମୋଟ୍‍ ୩୦ କୋଟି ଟଙ୍କା ବ୍ୟୟରେ ଶ୍ରୀ ପାର୍ବତୀ ମନ୍ଦିର ର୍ନିମାଣ ହେବାକୁ ପ୍ରସ୍ତାବ ଦିଆଯାଇଛି । ଏଥିରେ ସୋମପୁରା ସାଲାଟସ୍ ଶୈଳୀରେ ମନ୍ଦିର ର୍ନିମାଣ ସହିତ ଗର୍ଭଗୃହ ଏବଂ ନାଟମଣ୍ଡପର ବିକାଶ ଅନ୍ତର୍ଭୁକ୍ତ ହେବ ।

ଏହି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଏବଂ ଗୁଜୁରାଟର ଉପ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Make in India' radar programme to help Tejas track targets gets Rs 2,205 crore boost

Media Coverage

'Make in India' radar programme to help Tejas track targets gets Rs 2,205 crore boost
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 01, 2026
August 01, 2026

Aatmanirbhar Bharat Delivers: Indigenous Power, Farmer Prosperity & Blue Economy