ପ୍ରଧାନମନ୍ତ୍ରୀ ଦୁଇଟି ସହରାଞ୍ଚଳର ବିକାଶମୂଳକ ପ୍ରକଳ୍ପ-ନାଉରୋଜି ନଗରରେ ୱାର୍ଲ୍ଡ ଟ୍ରେଡ ସେଣ୍ଟର ଏବଂ ସରୋଜିନୀ ନଗରରେ ଜିପିଆରଏ ଟାଇପ-୨କ୍ୱାର୍ଟର୍ସକୁ ଉଦଘାଟନ କରିବେ
ଦ୍ୱାରକାରେ ସିବିଏସଇର ସମନ୍ୱିତ ଅଫିସ କମ୍ପେ୍ଲକ୍ସକୁ ଉଦଘାଟନ କରିବେ
ନଜଫଗଡ଼ର ରୋଶନପୁରାରେ ପ୍ରଧାନମନ୍ତ୍ରୀ ବୀର ସବରକର କଲେଜର ଶିଳାନ୍ୟାସ କରିବେ
ସେଠାରେ ଅପରାହ୍ଣ ପ୍ରାୟ ୧୨ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ଅନେକଗୁଡ଼ିଏ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ।

୨୦୨୫ ଜାନୁଆରୀ ୩ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟା ୧୦ ବେଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ଅଶୋକ ବିହାରସ୍ଥିତ ସ୍ୱାଭିମାନ ଆପାର୍ଟମେଣ୍ଟର ଇନ-ସିଟୁ ସ୍ଲମ ରିହାବିଲିଟେସନ ପ୍ରୋଜେକ୍ଟ (ବସ୍ତି ଥଇଥାନ ପ୍ରକଳ୍ପ) ଅଧୀନରେ ଝୁଗି ଝୋପରୀ (ଜେଜେ) କ୍ଲଷ୍ଟରରେ ନବନିର୍ମିତ ଫ୍ଲାଟ ଅଞ୍ଚଳ ପରିଦର୍ଶନ କରିବେ । ‘ସମସ୍ତଙ୍କ ପାଇଁ ଆବାସ’ ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଉଦ୍ଦିଷ୍ଟ । ସେଠାରେ ଅପରାହ୍ଣ ପ୍ରାୟ ୧୨ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ଅନେକଗୁଡ଼ିଏ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ଜେଜେ କ୍ଲଷ୍ଟରରେ ବାସିନ୍ଦାଙ୍କ ପାଇଁ ନବନିର୍ମିତ ୧୬୭୫ଟି ଫ୍ଲାଟକୁ ଉଦଘାଟନ କରିବା ସହିତ ଦିଲ୍ଲୀ ଅଶୋକ ବିହାରର ସ୍ୱାଭିମାନ ଆପାର୍ଟମେଣ୍ଟରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଚାବି ହସ୍ତାନ୍ତର କରିବେ । ଏହି ନବନିର୍ମିତ ଫ୍ଲାଟ ଗୁଡ଼ିକର ଉଦଘାଟନ କାର୍ଯ୍ୟକ୍ରମ ସହ ଦିଲ୍ଲୀ ଡେଭଲପମେଣ୍ଟ ଅଥରିଟି (ଡିଡିଏ) ଦ୍ୱାରା ଇନ-ସିଟୁ ସ୍ଲମ ରିହାବିଲିଟେସନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ସଫଳତାର ସହ ସମ୍ପନ୍ନ ହେବ । ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ ଦିଲ୍ଲୀସ୍ଥିତ ଜେଜେ କ୍ଲଷ୍ଟରର ବାସିନ୍ଦାମାନଙ୍କୁ ସୁସ୍ଥ ପରିବେଶରେ ଆବଶ୍ୟକ ମୌଳିକ ସୁବିଧା ଥାଇ ଆବାସ ଯୋଗାଇ ଦେବା ।

ପ୍ରତି ଫ୍ଲାଟ ପାଇଁ ସରକାର ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଯୋଗ୍ୟ ହିତାଧିକାରୀମାନଙ୍କୁ କେବଳ ମୋଟ ମୂଲ୍ୟର ୭% ଅର୍ଥାତ ୧.୪୨ ଲକ୍ଷ ଟଙ୍କା ଟୋକନ ଅର୍ଥ ଭାବେ ଏବଂ ପାଞ୍ଚ ବର୍ଷର ରକ୍ଷଣାବେକ୍ଷଣ ଖର୍ଚ୍ଚ ୩୦ ହଜାର ଟଙ୍କା ଦେବାକୁ ପଡ଼ିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ଦୁଇଟି ସହରାଞ୍ଚଳ ପ୍ରକଳ୍ପ - ନାଉରୋଜୀ ନଗରରେ ୱାର୍ଲ୍ଡ ଟ୍ରେଡ ସେଣ୍ଟର (ଡବ୍ଲୁଟିସି) ଏବଂ ସରୋଜିନୀ ନଗରରେ ଜେନେରାଲ ପୁଲ ରେସିଡେନ୍ସିଆଲ ଆକମୋଡେସନ (ଜିପିଆରଏ) ଟାଇପ -୨ କ୍ୱାର୍ଟର୍ସକୁ ଉଦଘାଟନ କରିବେ ।

ନାଉରୋଜୀ ନଗରରେ ୬୦୦ଟି ଭଗ୍ନ ପ୍ରାୟ କ୍ୱାର୍ଟର୍ସକୁ ହଟାଇ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ବାଣିଜ୍ୟିକ ଟାୱାର ଦ ୱାର୍ଲ୍ଡ ଟ୍ରେଡ ସେଣ୍ଟରରେ ରୂପାନ୍ତର କରାଯାଇଛି । ଏହି ସେଣ୍ଟରରେ ଅତ୍ୟାଧୁନିକ ସୁବିଧା ଥାଇ ୩୪ ଲକ୍ଷ ବର୍ଗଫୁଟର ପ୍ରିମିୟମ ବାଣିଜ୍ୟିକ ସ୍ଥାନ ଉପଲବ୍ଧ କରାଯାଇଛି । ଏହି ପ୍ରକଳ୍ପରେ ପରିବେଶ ଅନୁକୂଳ କୋଠା, ଶୂନ୍ୟ ନିର୍ବହନ ଅବଧାରଣା, ସୌର ଶକ୍ତି ଉତ୍ପାଦନ ଏବଂ ବର୍ଷାଜଳ ଅମଳ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆଯାଇଛି ।

ସରୋଜିନୀ ନଗରରେ ନିର୍ମିତ ଜିପିଆରଏ ଟାଇପ -୨ କ୍ୱାର୍ଟର୍ସରେ ୨୮ଟି ଟାୱାର ରହିଛି, ଯେଉଁଥିରେ ଅତ୍ୟାଧୁନିକ ସୁବିଧା ଓ ଯଥେଷ୍ଟ ବ୍ୟାବହାରିକ ସ୍ଥାନ ଥାଇ ୨୫୦୦ ଆବାସିକ ୟୁନିଟ ନିର୍ମାଣ କରାଯାଇଛି । ପ୍ରକଳ୍ପ ନିର୍ମାଣ କୌଶଳରେ ବର୍ଷାଜଳ ଅମଳ ବ୍ୟବସ୍ଥା, ସିୱେଜ ଏବଂ ଜଳ ଉପଚାର ସଂଯନ୍ତ୍ର ଏବଂ ପରିବେଶ ସଚେତନ ଜୀବନଶୈଳୀକୁ ପ୍ରୋତ୍ସାହିତ କରୁଥିବା ସୌରଶକ୍ତି ଚାଳିତ ବର୍ଜ୍ୟ ପରିଚାଳନା ବ୍ୟବସ୍ଥା ରହିଛି ।

ପ୍ରଧାନମନ୍ତ୍ରୀ ମଧ୍ୟ ଦିଲ୍ଲୀର ଦ୍ୱାରକାଠାରେ ୩୦୦ କୋଟି ଟଙ୍କାରେ ନିର୍ମିତ ସିବିଏସଇର ସମନ୍ୱିତ ଅଫିସ କମ୍ପେ୍ଲକ୍ସକୁ ଉଦଘାଟନ କରିବେ । ଏହା ମଧ୍ୟରେ କାର୍ଯ୍ୟାଳୟ, ଉନ୍ନତ ଡାଟା ସେଣ୍ଟର, ବିସ୍ତୃତ ଜଳ ପରିଚାଳନ ବ୍ୟବସ୍ଥା ଆଦି ରହିଛି । ଏହି ପରିବେଶ ଅନୁକୂଳ ବିଲ୍ଡିଂ ଇଣ୍ଡିଆନ ଗ୍ରୀନ ବିଲ୍ଡିଂ କାଉନସିଲର ପ୍ଲାଟିନମ ରେଟିଂ ଷ୍ଟାଣ୍ଡାର୍ଡ ଅନୁସାରେ ଉଚ୍ଚ ପରିବେଶୀୟ ମାନାଙ୍କକୁ ଦେଖି ନିର୍ମାଣ କରାଯାଇଛି ।

ପ୍ରଧାନମନ୍ତ୍ରୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ୬୦୦ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ତିନୋଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହା ମଧ୍ୟରେ ରହିଛି, ଇଷ୍ଟ ଦିଲ୍ଲୀର ସୁରଜମଲ୍ଲ ବିହାରସ୍ଥିତ ଇଷ୍ଟର୍ଣ୍ଣ କ୍ୟାମ୍ପସରେ ଏକାଡେମିକ ବ୍ଲକ ଏବଂ ଦ୍ୱାରକାସ୍ଥିତ ୱେଷ୍ଟର୍ଣ୍ଣ କ୍ୟାମ୍ପସରେ ଏକ ଏକାଡେମିକ ବ୍ଲକ । ସ୍ୱଦେଶୀ ଜ୍ଞାନକୌଶଳରେ ଉତ୍ତମ ଶିକ୍ଷା ପ୍ରଦାନ ପାଇଁ ନଜଫଗଡ଼ର ରୋଷନପୁରା ଠାରେ ପ୍ରଧାନମନ୍ତ୍ରୀ ବୀର ସବରକର କଲେଜ ପାଇଁ ଶିଳାନ୍ୟାସ ମଧ୍ୟ କରିବେ । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's electric car sales set to cross 3 lakh units for first time in 2026: Report

Media Coverage

India's electric car sales set to cross 3 lakh units for first time in 2026: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 29, 2026
June 29, 2026

PM Modi Advancing National Strength Through Unity, Innovation and Janbhagidari