ମହୋତ୍ସବର ବିଷୟବସ୍ତୁ ରହିଛି: ବିକଶିତ ଯୁବା- ବିକଶିତ ଭାରତ
ଯୁବ ସମ୍ମିଳନୀରେ ବିଭିନ୍ନ କ୍ଷେତ୍ର ସମ୍ପର୍କିତ ପାଞ୍ଚଟି ବିଷୟ ଯଥା କାର୍ଯ୍ୟ, ଉଦ୍ୟୋଗ ଓ ନୂତନତା, ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟ, ଶାନ୍ତି ଏବଂ ମିଳିତ ଭବିଷ୍ୟତ ସମ୍ପର୍କରେ ଆଲୋଚନା ହେବ
ସ୍ଥାନୀୟ ପାରମ୍ପରିକ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହେବ
ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ଯୋଗ କରିବାକୁ ଏକାଠି କରିବା ଉଦ୍ଦେଶ୍ୟରେ ଯୋଗାଥନ- ମହୋତ୍ସବର ପ୍ରମୁଖ ଆକର୍ଷଣ
ଜାତୀୟ ସ୍ତରର କଳାକାରମାନଙ୍କ ଦ୍ୱାରା ଆଠଟି ସ୍ୱଦେଶୀ କ୍ରୀଡା ଓ ସମର କଳା ପ୍ରଦର୍ଶନ କରାଯିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୧୨, ୨୦୨୩ ଅପରାହ୍ନ ପ୍ରାୟ ୪ଟା ବେଳେ କର୍ଣ୍ଣାଟକର ହୁବଲି ଠାରେ ୨୬ତମ ଜାତୀୟ ଯୁବ ମହୋତ୍ସବ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମ ଜାତୀୟ ଯୁବ ଦିବସ ଅବସରର ଆୟୋଜିତ ହେବ ଯାହା ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ତାଙ୍କ ଆଦର୍ଶ, ଶିକ୍ଷା ଓ ଅବଦାନକୁ ସମ୍ମାନ ଜଣାଇ ପାଳିତ ହୋଇଥାଏ ।

ଆମ ପ୍ରତିଭାବାନ ଯୁବପୀଢିଙ୍କୁ ଜାତୀୟ ସ୍ତରରେ ସୁଯୋଗ ଦେବା ସହ ସେମାନଙ୍କୁ ଦେଶ ନିର୍ମାଣରେ ବ୍ରତୀ କରିବା ଉଦ୍ଦେଶ୍ୟରେ ଜାତୀୟ ଯୁବ ମହୋତ୍ସବ ପ୍ରତିବର୍ଷ ପାଳିତ ହୁଏ । ଏହା ଦେଶର ଭିନ୍ନ ଭିନ୍ନ ସ୍ଥାନର ସଂସ୍କୃତିକୁ ଗୋଟିଏ ମଞ୍ଚକୁ ଆଣିଥାଏ ଓ ଅଂଶଗ୍ରହଣକାରୀଙ୍କୁ ଏକ ଭାରତ, ଶ୍ରେଷ୍ଠ ଭାରତ ସୂତ୍ରରେ ଯୋଡିଥାଏ । ଚଳିତ ବର୍ଷ କର୍ଣ୍ଣାଟକର ହୁବଲି- ଧାରୱାଡରେ ଜାନୁୟାରୀ ୧୨ରୁ ୧୬ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ମହୋତ୍ସବର ବିଷୟବସ୍ତୁ ରହିଛି “ବିକଶିତ ଯୁବା- ବିକଶିତ ଭାରତ” । 

ମହୋତ୍ସବ ଅବସରରେ ଯୁବ ଶିଖର ସମ୍ମିଳନୀରେ ଜି ୨୦ ଓ ୱାଇ ୨୦ ସହ ଜଡିତ ପାଞ୍ଚଟି ବିଷୟ ଯଥା କାର୍ଯ୍ୟ, ଉଦ୍ୟୋଗ, ନୂତନତା ଓ ଏକବିଂଶ ଶତାବ୍ଦୀର କୌଶଳର ଭବିଷ୍ୟତ, ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟ ଆଶଙ୍କା ହ୍ରାସ, ଶାନ୍ତି ନିର୍ମାଣ ଓ ସନ୍ଧି, ମିଳିତ ଭବିଷ୍ୟତ ଗଣତନ୍ତ୍ର ଓ ପ୍ରଶାସନରେ ଯୁବପୀଢି ଓ ସ୍ୱାସ୍ଥ୍ୟ ଏବଂ ନିରାମୟତା ସାମିଲ ରହିଛି । ଏହି ସମ୍ମିଳନୀରେ ୬୦ରୁ ଅଧିକ ପ୍ରତିଷ୍ଠିତ ବିଶେଷଜ୍ଞ ଭାଗ ନେବେ । ବହୁ ପ୍ରତିଯୋଗିତା ଓ ଅଣପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ଆୟୋଜିତ ହେବ । ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ମଧ୍ୟରେ ଲୋକନୃତ୍ୟ ଓ ସଂଗୀତ ରହିଛି । ସ୍ଥାନୀୟ ପାରମ୍ପରିକ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହା ଆୟୋଜିତ ହେବ । ଅଣପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ମଧ୍ୟରେ ଯୋଗାଥନ ସାମିଲ ରହିଛି । ଯୋଗ କରିବା ପାଇଁ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ଏକାଠି କରିବା ଏହାର ଉଦ୍ଦେଶ୍ୟ ରହିଛି । ଜାତୀୟ ସ୍ତରର କଳାକାରଙ୍କ ଦ୍ୱାରା ଆଠଟି ସ୍ୱଦେଶୀ କ୍ରୀଡା ଓ ସମର କଳା ମଧ୍ୟ ପରିବେଶିତ ହେବ । ଅନ୍ୟ ଆକର୍ଷଣଗୁଡିକ ମଧ୍ୟରେ ରହିଛି ଫୁଡ ଫେଷ୍ଟିଭାଲ, ଯୁବ କଳାକାର ଶିବିର, ଦୁଃସାହସିକ କ୍ରୀଡା କାର୍ଯ୍ୟକ୍ରମ, ସ୍ପେଶାଲ ନୋ ୟୋର ଆର୍ମି, ନ୍ୟାଭି ଓ ଏୟାର ଫୋର୍ସ କ୍ୟାମ୍ପ । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From 28 Days In 2019 To 14 Now: Government Is Speeding Up Grievance Redressal

Media Coverage

From 28 Days In 2019 To 14 Now: Government Is Speeding Up Grievance Redressal
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the values of compassion and contentment
August 24, 2026

The Prime Minister, Shri Narendra Modi, said that compassion brings self-respect and contentment brings true happiness. He noted that this spirit further strengthens the bonds of cooperation and harmony in society.

The Prime Minister shared a Sanskrit Subhashitam-

“कारुण्येनात्मनो मानं तृष्णां च परितोषतः।

उत्थानेन जयेत्तन्द्रीं वितर्कं निश्चयाज्जयेत्॥”

The Subhashitam conveys that self-respect is achieved by showing kindness or compassion to others. Greed is overcome by being satisfied at one's fortune in life. One must conquer laziness, dubious reasoning and indecisiveness by exertion and entrepreneurship.

The Prime Minister wrote on X;

“करुणा से आत्म-सम्मान और संतोष से सच्ची खुशी मिलती है। इसी भाव से समाज में सहयोग और सद्भाव की डोर और सशक्त होती है।

कारुण्येनात्मनो मानं तृष्णां च परितोषतः।

उत्थानेन जयेत्तन्द्रीं वितर्कं निश्चयाज्जयेत्॥”