ଯୁବବର୍ଗଙ୍କ ବିକାଶ ବିଭିନ୍ନ ଆହ୍ୱାନ ଓ ସମସ୍ୟାର ସମାଧାନ ନେଇ ହେବ ଆଲୋଚନା
ଅଲିମ୍ପିଆନ ଓ ପାରା ଅଲିମ୍ପିଆନମାନଙ୍କ ସହ ଖୋଲା କଥାବାର୍ତ୍ତା
ପ୍ରଧାନମନ୍ତ୍ରୀ ନିର୍ବାଚିତ ପ୍ରବନ୍ଧ ‘ମେରେ ସପନୋ କା ଭାରତ’ ଏବଂ ଲୋକଲୋଚନ ଅନ୍ତରାଳରେ ରହିଯାଇଥିବା ଭାରତୀୟ ସ୍ୱାଧୀନତା ସଂଗ୍ରାମର ବୀରଗାଥା ସମ୍ପର୍କିତ ପୁସ୍ତକର କରିବେ ଉନ୍ମୋଚନ
ପ୍ରଧାନମନ୍ତ୍ରୀ ମଧ୍ୟ ଏକ ଏମଏସଏମଇ କେନ୍ଦ୍ର ଓ ପେରୁନଥାଲାୟଭାର କାମରାଜର ମଣିମଣ୍ଡପମ-ମୁକ୍ତାକାଶ ଥିଏଟର ସହ ଏକ ଅଡିଟୋରିୟମର ମଧ୍ୟ କରିବେ ଉଦଘାଟନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୨ ତାରିଖ ଦିନ ୧୧ଟା ବେଳେ ପୁଡୁଚେରୀଠାରେ ୨୫ତମ ଜାତୀୟ ଯୁବ ଉତ୍ସବ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିବେ । ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ଏହି ଦିନ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଇଥାଏ ।

ଏହି ଉତ୍ସବ ଭାରତୀୟ ଯୁବକଯୁବତୀମାନଙ୍କ ମନକୁ ସୁଗଠିତ କରିବା ସହ ରାଷ୍ଟ୍ର ଗଠନରେ ସେମାନଙ୍କୁ ଏକ ମିଳିତ ଶକ୍ତି କରି ଗଢ଼ି ତୋଳିଥାଏ । ସାମାଜିକ ସୌହାର୍ଦ୍ଦ୍ୟ ଏବଂ ମେଧା ଓ ସାଂସ୍କୃତିକ ସଂହତିର ଏହା ହେଉଛି ଏକ ବିରାଟ ପ୍ରଦର୍ଶନ । ଏହା ଭାରତର ବିବିଧ ସଂସ୍କୃତିକୁ ସମନ୍ୱିତ କରି ଏକତା ସୂତ୍ରରେ  ‘ଏକ ଭାରତ ଶ୍ରେଷ୍ଠ ଭାରତ’ କରି ବାନ୍ଧିଥାଏ ।

କୋଭିଡ ପରିସ୍ଥିତିକୁ ଆଖି ଆଗରେ ରଖି ଚଳିତ ବର୍ଷ ୧୨-୧୩ ଜାନୁଆରୀ ୨୦୨୨ ରେ ଏହି ଉତ୍ସବକୁ ଭର୍ଚୁଆଲ ମୋଡରେ ପାଳନ କରିବାକୁ ସ୍ଥିର କରାଯାଇଛି । ଉଦଘାଟନ ପରେ ପରେ ଚାରିଟି ଚୟନିତ ବିଷୟକୁ ନେଇ ଜାତୀୟ ଯୁବ ଶିଖର ବୈଠକରେ ଏକ ଦଳଗତ ଆଲୋଚନା ହେବ । ଯୁବ ବର୍ଗର ବିକାଶ ଓ ସେମାନଙ୍କୁ ଦେଶ ଗଠନରେ ପ୍ରୋତ୍ସାହନ ଦେବାକୁ ଯେଉଁ ଚାରିଟି ବିଷୟ ବଛାଯାଇଛି ସେଗୁଡିକ ହେଲା ପରିବେଶ, ଜଳବାୟୁ ଓ ଏସଡିଜି ବା ନିରନ୍ତର ବିକାଶ ଲକ୍ଷ୍ୟ, ପ୍ରଯୁକ୍ତି, ଔଦ୍ୟୋଗିକତା ଓ ନବୀକରଣ, ଭାରତୀୟ ଓ ପ୍ରାଚୀନ ଜ୍ଞାନ, ଜାତୀୟ ଚରିତ୍ର ଗଠନ, ଦେଶ ଗଠନ ଓ ଘରୋଇ ପୃଷ୍ଠଭୂମିର ଅଭିବୃଦ୍ଧି ।

ରେକର୍ଡ ହୋଇଥିବା ଭିଡିଓ କ୍ୟାପସୁଲ ପୁଡୁଚେରୀ, ଅରୋଭିଲ ନଗର ଅଭିଜ୍ଞତା, ଭାରତୀୟ ଖେଳକୁଦ ଏବଂ ଲୋକ ନୃତ୍ୟ ଇତ୍ୟାଦି ଅଂଶଗ୍ରହଣକାରୀଙ୍କ ନିମନ୍ତେ ପ୍ରଦର୍ଶିତ ହେବ । ଅଲିମ୍ପିଆନ ଓ ପାରା ଅଲିମ୍ପିଆନମାନଙ୍କ ସହ ଖୋଲା କଥାବାର୍ତ୍ତା ସାଙ୍ଗକୁ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସକାଳୁ ଭର୍ଚୁଆଲ ଯୋଗଶ୍ରେଣୀ ମଧ୍ୟ ଆୟୋଜିତ ହେବ ।

ଏହି ସମୟରେ ପ୍ରଧାନମନ୍ତ୍ରୀ ‘ମେରେ ସପନୋ କା ଭାରତ’ ଉପରେ ବଛା ବଛା ପ୍ରବନ୍ଧ ଓ ଭାତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ତରାଳରେ ରହି ଯାଇଥିବା ବୀରମାନଙ୍କ ଗାଥା ଉପରେ ପୁସ୍ତକ ଉନ୍ମୋଚନ କରିବେ । ଦୁଇଟି ବିଷୟ ବସ୍ତୁ ଉପରେ ଆଧାରିତ ଏକ ଲକ୍ଷରୁ ଅଧିକ ଯୁବକଯୁବତୀଙ୍କ ଲେଖା ମଧ୍ୟରୁ ଏହି ପ୍ରବନ୍ଧ ଗୁଡିକୁ ବଛାଯାଇଛି ।

ପ୍ରଧାନମନ୍ତ୍ରୀ ପୁଡୁଚେରୀଠାରେ ୧୨୨ କୋଟି ଟଙ୍କାରେ ଏମଏସଏମଇ ମନ୍ତ୍ରଣାଳୟ ପକ୍ଷରୁ ନିର୍ମିତ ଏକ ପ୍ରଯୁକ୍ତି କେନ୍ଦ୍ର ମଧ୍ୟ ଉଦଘାଟନ କରିବେ । ଇଲେକ୍ଟ୍ରୋନିକ ପଦ୍ଧତି, ପରିପାଟୀ ଓ ନିର୍ମାଣ କ୍ଷେତ୍ର ଉପରେ ପର୍ଯ୍ୟବେସିତ ଏହି କେନ୍ଦ୍ର ଅତ୍ୟାଧୁନିକ ପ୍ରଯୁକ୍ତି ଜ୍ଞାନ ଦ୍ୱାରା ପରିପୁଷ୍ଟ । ଏହା ବାର୍ଷିକ ୬୪୦୦ ବିଦ୍ୟାର୍ଥୀଙ୍କୁ କୌଶଳ ବିକାଶ ତାଲିମ ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ପେରୁନଥାଲାଭାୟର କାମରାଜର ମଣିମଣ୍ଡପମକୁ ଉଦଘାଟନ କରିବେ । ଏହି ମୁକ୍ତାକାଶ ରଙ୍ଗମଞ୍ଚ ପୁଡୁଚେରୀ ସରକାରଙ୍କ ଦ୍ୱାରା ପ୍ରାୟ ୨୩ କୋଟି ଟଙ୍କାରେ ନିର୍ମିତ ହୋଇଛି । ଏହା ପ୍ରାଥମିକ ଭାବେ ଶିକ୍ଷା ଉଦ୍ଦେଶ୍ୟରେ ବ୍ୟବହୃତ ହେବ ଓ ଏଥିରେ ଏକ ହଜାର ବ୍ୟକ୍ତି ବସିପାରିବା ବ୍ୟବସ୍ଥା ଅଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-UK FTA comes into effect today, unlocking duty-free access for Indian exports

Media Coverage

India-UK FTA comes into effect today, unlocking duty-free access for Indian exports
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 14, 2026
July 14, 2026

From Local Fields to Global Recognition: PM Modi’s ‘Vocal for Local’ is Now Delivering Real Global Respect