ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୧୫ ପୂର୍ବାହ୍ନ ୧୦.୩୦ ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସିକନ୍ଦରାବାଦକୁ ବିଶାଖାପଟ୍ଟନମ ସହ ଯୋଡୁଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ହଲାଇ ଶୁଭାରମ୍ଭ କରିବେ । 

ଏହା ଭାରତୀୟ ରେଳବାଇ ଦ୍ୱାରା ଆରମ୍ଭ ହୋଇଥିବା ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସ ହେବ ଓ ପ୍ରାୟ ୭୦୦ କିଲୋମିଟର ଅତିକ୍ରମ କରି ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଭଳି ଦୁଇ ତେଲୁଗୁ ଭାଷାଭାଷୀ ଅଞ୍ଚଳକୁ ଯୋଡୁଥିବା ପ୍ରଥମ ଟ୍ରେନ ହେବ । ଆନ୍ଧ୍ର ପ୍ରଦେଶର ବିଶାଖାପଟ୍ଟନମ, ରାଜମହେନ୍ଦ୍ରୀ ଓ ବିଜୟୱାଡା ଷ୍ଟେସନ ଓ ତେଲେଙ୍ଗାନାର ଖମ୍ମାମ, ୱାରାଙ୍ଗଲ ଓ ସିକନ୍ଦରାବାଦ ଷ୍ଟେସନରେ ଏହି ଟ୍ରେନର ଷ୍ଟପେଜ ରହିବ । 

ସ୍ୱଦେଶୀ ଜ୍ଞାନକୌଶଳରେ ଡିଜାଇନ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସରେ ଉନ୍ନତମାନର ଯାତ୍ରୀ ସୁବିଧା ଉପଲବ୍ଧ । ଏହା ରେଳ ଯାତ୍ରୀଙ୍କୁ ଦ୍ରୁତ, ଆରାମଦାୟକ ଓ ସୁବିଧାଜନକ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବ । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian economy navigated well external uncertainties: RBI Bulletin

Media Coverage

Indian economy navigated well external uncertainties: RBI Bulletin
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 23, 2026
July 23, 2026

Digital Rails, PLI Jobs & Swift Justice: How PM Modi’s Governance is Rewiring India’s Future