ଏହି ଟ୍ରେନ୍ ଗୁଡ଼ିକ ଉତ୍ତରପ୍ରଦେଶ, ତାମିଲନାଡୁ ଏବଂ କର୍ଣ୍ଣାଟକରେ ଯୋଗାଯୋଗକୁ ବୃଦ୍ଧି କରିବ
ନୂଆ ବନ୍ଦେ ଭାରତ ଟ୍ରେନ୍ ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ଅଭିଜ୍ଞତା ପ୍ରଦାନ, ଯାତ୍ରା ସମୟ ହ୍ରାସ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୩୧୨୦୨୪ ଦିନ ଅପରାହ୍ନ ୧୨:୩୦ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତିନୋଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀଙ୍କ 'ମେକ୍ ଇନ୍ ଇଣ୍ଡିଆଏବଂ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ସାକାର କରି ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ୍ ମିରଟ-ଲକ୍ଷ୍ନୌ, ମଦୁରାଇ - ବେଙ୍ଗାଲୁରୁ ଏବଂ ଚେନ୍ନାଇ – ନାଗରକୋ ତିନୋଟି ମାର୍ଗରେ ଯୋଗାଯୋଗରେ ଉନ୍ନତି ଆଣିବ।

 

ମିରଟ ସିଟି - ଲକ୍ଷ୍ନୌ ବନ୍ଦେ ଭାରତ ଯାତ୍ରୀମାନଙ୍କୁ ଦୁଇ ସହର ମଧ୍ୟରେ ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ତୁଳନାରେ ପ୍ରାୟ ୧ ଘଣ୍ଟା ସମୟ ସଞ୍ଚୟ କରିବାରେ ସାହାଯ୍ୟ କରିବ । ସେହିପରି ଚେନ୍ନାଇ ଏଗମୋର- ନାଗରକୋଲ ବନ୍ଦେ ଭାରତ ଏବଂ ମଦୁରାଇ-ବେଙ୍ଗାଲୁରୁ ବନ୍ଦେ ଭାରତ ଟ୍ରେନ୍ ଯଥାକ୍ରମେ ୨ ଘଣ୍ଟାରୁ ଅଧିକ ଏବଂ ପ୍ରାୟ ୧ ଘଣ୍ଟା ୩୦ ମିନିଟ୍ ସଞ୍ଚୟ କରି ଯାତ୍ରା କରିବ।

 

ଏହି ନୂତନ ବନ୍ଦେ ଭାରତ ଟ୍ରେନ୍ ଏହି ଅଞ୍ଚଳର ଲୋକଙ୍କୁ ଦ୍ରୁତ ଏବଂ ଆରାମରେ ଯାତ୍ରା କରିବା ପାଇଁ ବିଶ୍ୱସ୍ତରୀୟ ଅଭିଜ୍ଞତା ପ୍ରଦାନ କରିବ ଏବଂ ତିନୋଟି ରାଜ୍ୟ - ଉତ୍ତର ପ୍ରଦେଶତାମିଲନାଡୁ ଏବଂ କର୍ଣ୍ଣାଟକକୁ ସେବା ଯାଗାଇବ । ଏହି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଦ୍ୱାରା ନିୟମିତ ଯାତ୍ରୀକର୍ମଜୀବୀବ୍ୟବସାୟୀ ଏବଂ ଛାତ୍ର ସମୁଦାୟର ଆବଶ୍ୟକତାକୁ ବହୁ ମାତ୍ରାରେ ପୂରଣ କରିବା ପାଇଁ ରେଳ ସେବାର ଏକ ନୂତନ ମାନଦଣ୍ଡ ଆରମ୍ଭ ହେବ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Economic Journey: From Licence Raj To Pragmatic Governance

Media Coverage

India's Economic Journey: From Licence Raj To Pragmatic Governance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 27, 2026
August 27, 2026

Make in India Goes Global: Engineering Boom, Rice Triumph & EU FTA Breakthrough Under PM Modi