ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 13ରେ ବିହାରରେ ନିର୍ମିତ 3ଟି ପେଟ୍ରୋଲିୟମ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବେ । ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଏହି ପ୍ରକଳ୍ପ ତ୍ରୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପିତ ହେବ ।  ଏହି ପ୍ରକଳ୍ପଗୁଡିକ ହେଲା ପାରାଦ୍ୱୀପ-ହଳଦିଆ-ଦୁର୍ଗାପୁର ପାଇପ ଲାଇନର ପରିବର୍ଦ୍ଧିତ ଦୁର୍ଗାପୁର-ବାଙ୍କା ପ୍ରକଳ୍ପ ଏବଂ ଦୁଇଟି ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଆନୁକୂଲ୍ୟରେ ଇଣ୍ଡିଆନ ଅୟେଲ ଏବଂ ଏଚପିସିଏଲ୍‌ ଏହି ପ୍ରକଳ୍ପକୁ ତିଆରି କରିଛି । ଏହି କାର୍ଯ୍ୟକ୍ରମରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଉପସ୍ଥିତ ରହିବେ ।

ଦୁର୍ଗାପୁର-ବାଙ୍କା ପାଇପ ଲାଇନ

ଦୁର୍ଗାପୁର-ବାଙ୍କା ପାଇପ ଲାଇନ ସେକ୍ସନର ଲମ୍ବ 193 କିମି । ଏହା ପାରାଦ୍ୱୀପ-ହଳଦିଆ-ଦୁର୍ଗାପୁର ପାଇପ ଲାଇନର ପରିବର୍ଦ୍ଧିତ ଅଂଶ । ଏହାକୁ ଇଣ୍ଡିଆନ ଅୟେଲ କଂପାନୀ ତିଆରି କରିଛି । ଏହି ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ 2019 ଫେବୃୟାରୀ 17ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ବର୍ତ୍ତମାନର 179 କିମି ଦୈର୍ଘ୍ୟ ପାରାଦ୍ୱୀପ-ହଳଦିଆ-ଦୁର୍ଗାପୁର ଏଲପିଜି ପାଇପ ଲାଇନର ଏହା ପରିବର୍ଦ୍ଧିତ ଅଂଶ । ଏହା ବିହାରର ବାଙ୍କାରେ ତିଆରି କରାଯାଇଥିବା ନୂଆ ଏଲପିଜି ବଟଲିଂ ପ୍ଲାଣ୍ଟକୁ ସଂଯୋଗ କରୁଛି । ହଳଦିଆ-ଦୁର୍ଗାପୁର-ବାଙ୍କା ପାଇପ ଲାଇନ 3ଟି ରାଜ୍ୟ ଦେଇ ଯାଇଛି । ଏହି ପାଇପ ଲାଇନ ପଶ୍ଚିମବଂଗରେ 60 କିମି, ଝାଡଖଣ୍ଡରେ 98 କିମି ଏବଂ ବିହାରରେ 35 କିମି ରହିଛି । 14 ଇଞ୍ଚ ଗୋଲେଇର ପାଇପ ଯୋଗେ ଏଥିରେ ଗ୍ୟାସ ପରିବହନ କରାଯାଉଛି । ପାରାଦ୍ୱୀପ ଓ ହଳଦିଆ ତୈଳ ବିଶୋଧନାଗାର ଏବଂ ହଳଦିଆର ଆଇପିପିଏଲ୍‌ରୁ ବିହାରର ଏହି ବଟଲିଂ ପ୍ଲାଣ୍ଟକୁ ଗ୍ୟାସ ଯୋଗାଇ ଦିଆଯିବ । ଏହାଛଡା ବାରାଉଣୀ ଓ ପାରାଦ୍ୱୀପ ଟର୍ମିନାଲରୁ ଏହି ପ୍ଲାଣ୍ଟକୁ ଗ୍ୟାସ ଯୋଗାଣ ବ୍ୟବସ୍ଥା କରାଯାଇଛି ।

ଦୁର୍ଗାପୁର-ବାଙ୍କା ସେକ୍ସନରେ ମାଟିତଳେ ପାଇପ ଲାଇନ ବିଛାଇବା କ୍ଷେତ୍ରରେ ଅନେକ ପ୍ରାକୃତିକ ଏବଂ ମନୁଷ୍ୟକୃତ ପ୍ରତିବନ୍ଧକ ଥିଲା । 154ଟି ସ୍ଥାନରେ ଏଥିପାଇଁ ସ୍ୱତନ୍ତ୍ର ସଂଯୋଗ ବ୍ୟବସ୍ଥା କରିବାକୁ ପଡିଛି । ଅଜୟ ନଦୀ ସମେତ 13ଟି ନଈ, 5ଟି ଜାତୀୟ ରାଜପଥ ଓ 3ଟି ରେଳପଥକୁ ଅତିକ୍ରମ କରାଯାଇ ଏହି ପାଇପ ଲାଇନ ବିଛାଯାଇଛି । ଅଜୟ ନଦୀର ତଳେ 1077 ମିଟର ଲମ୍ବ ପାଇପ ବିଛାଇବାରେ ନୂତନ ଜ୍ଞାନକୌଶଳ ଉପଯୋଗ କରାଯାଇଛି । ନଦୀ ତଳେ ଯେଉଁ ପାଇପ ବିଛାଯାଇଛି ତାହା ଅତ୍ୟାଧୁନିକ ଡ୍ରିଲିଂ ଟେକ୍ନୋଲଜିରେ ନିର୍ମିତ । ଏହାଦ୍ୱାରା ନଦୀ ଜଳପ୍ରବାହ ବ୍ୟାହତ ହେଉନାହିଁ ।

ବାଙ୍କା ବଟଲିଂ ପ୍ଲାଣ୍ଟ

ଇଣ୍ଡିଆନ ଅୟେଲ  ପକ୍ଷରୁ ବାଙ୍କାରେ ଯେଉଁ ଏଲପିଜି ବଟଲିଂ ପ୍ଲାଣ୍ଟ ତିଆରି କରାଯାଇଛି ତାହା ରନ୍ଧନ ଗ୍ୟାସ ଯୋଗାଣ କ୍ଷେତ୍ରରେ ବିହାରକୁ ଆତ୍ମନିର୍ଭର କରିବ । ଏଥିପାଇଁ ମୋଟ 131.75 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହାଦ୍ୱାରା ବିହାରର ଭାଗଲପୁର, ବାଙ୍କା, ଜାମୁଇ, ଅରାରିଆ, କିଷାନଗଞ୍ଜ ଓ କଟିହାର ଜିଲା ଏବଂ ଝାଡଖଣ୍ଡର ଗୋଡା, ଦେଓଘର, ଦୁମ୍‌କା, ସାହିବଗଞ୍ଜ ଏବଂ ପକୁର ଜିଲାର ରନ୍ଧନ ଗ୍ୟାସ ଆବଶ୍ୟକତା ପୂରଣ ହୋଇପାରିବ । ଏହି ବଟଲିଂ କେନ୍ଦ୍ରରେ 1800 ମେଟ୍ରିକ ଟନ ଏଲପିଜି ଗଚ୍ଛିତ ରହିବାର ସୁବିଧା ଅଛି । ପ୍ରତିଦିନ ଏଠାରୁ 40 ହଜାର ସିଲିଣ୍ଡରରେ ଗ୍ୟାସ ଭର୍ତ୍ତି ହୋଇପାରିବ । ଏହି ପ୍ଲାଣ୍ଟ ଦ୍ୱାରା ବିହାରରେ ପ୍ରତ୍ୟକ୍ଷ ଓ ପରୋକ୍ଷଭାବରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଚମ୍ପାରଣ (ହରସିଦ୍ଧି ଏଲପିଜି ପ୍ଲାଣ୍ଟ)

ବିହାରର ପୂର୍ବ ଚମ୍ପାରଣ ଜିଲା ଅନ୍ତର୍ଗତ ହରସିଦ୍ଧିଠାରେ 136.4 କୋଟି ଟଙ୍କା ବ୍ୟୟରେ ଏଚପିସିଏଲ ଦ୍ୱାରା ଏକ ଏଲପିଜି ବଟଲିଂ ପ୍ଲାଣ୍ଟ ନିର୍ମାଣ କରାଯାଇଛି । ଏହାର ଏଲପିଜି ଭଣ୍ଡାରଣ କ୍ଷମତା 120 ଟିଏମ୍‌ଟିପିଏ । ମୋଟ 29 ଏକର ଜାଗାରେ ଏହି ପ୍ଲାଣ୍ଟ ନିର୍ମିତ । 2018 ଏପ୍ରିଲ 10 ତାରିଖରେ ପ୍ରଧାନମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ବିହାରର ପୂର୍ବ ଚମ୍ପାରଣ, ପଶ୍ଚିମ ଚମ୍ପାରଣ, ମୁଜାଫରପୁର, ସିୱାନ, ଗୋପାଳଗଞ୍ଜ ଏବଂ ସୀତାମାଢି ଜିଲାର ରନ୍ଧନ ଗ୍ୟାସ ଆବଶ୍ୟକତାକୁ ଏହି ପ୍ଲାଣ୍ଟ ପୂରଣ କରିପାରିବ ।

ଦୂରଦର୍ଶନ ସମାଚାର ପକ୍ଷରୁ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi urges people to take 9 pledges on health, saving water, others

Media Coverage

PM Modi urges people to take 9 pledges on health, saving water, others
NM on the go

Nm on the go

Always be the first to hear from the PM. Get the App Now!
...
Prime Minister receives phone call from President Emmanuel Macron, discusses situation in West Asia and maritime security
April 16, 2026

The Prime Minister, Shri Narendra Modi, received a phone call from the President of France, Emmanuel Macron.

During the conversation, the two leaders discussed the prevailing situation in West Asia. They agreed on the urgent need to restore safety and ensure freedom of navigation in the Strait of Hormuz.

Both leaders reiterated their commitment to continue close cooperation in advancing peace and stability in the region and beyond.

The Prime Minister wrote on X;

“Received a phone call from my dear friend President Emmanuel Macron. We discussed the situation in West Asia and agreed on the need to urgently restore safety and freedom of navigation in the Strait of Hormuz.

We will continue our close cooperation to advance peace and stability in the region and beyond.

@EmmanuelMacron”