ଏହି ପ୍ଲାଣ୍ଟରୁ ପ୍ରାୟ ଦୁଇ ଲକ୍ଷ ଟନ ନଡା ବ୍ୟବହାର କରି ବାର୍ଷିକ ତିନି କୋଟି ଲିଟର ଇଥାନଲ ଉତ୍ପାଦିତ ହେବ
ଜୈବଇନ୍ଧନ ଉତ୍ପାଦନ ଅତିରିକ୍ତ ରୋଜଗାର ସୁଯୋଗ ପ୍ରଦାନ କରି କୃଷକମାନଙ୍କୁ ସଶକ୍ତ କରିବ
ବାର୍ଷିକ ପ୍ରାୟ ତିନି ଲକ୍ଷ ଟନ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବାରେ ଏହା ସହାୟକ ହେବ

ବିଶ୍ୱ ଜୈବ ଇନ୍ଧନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପାନିପତ, ହରିଆନା ଠାରେ ଅଗଷ୍ଟ ୧୦, ୨୦୨୨ ଅପରାହ୍ନ ୪.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ଦ୍ୱିତୀୟ ପୀଢିର (୨ଜି) ଇଥାନଲ ପ୍ଲାଣ୍ଟ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

ଦେଶରେ ଜୈବ ଇନ୍ଧନ ଉତ୍ପାଦନ ଓ ବ୍ୟବହାରକୁ ପ୍ରୋତ୍ସାହନ ଦେବାକୁ ସରକାର ଦୀର୍ଘ ବର୍ଷ ଧରି ପ୍ରୟାସର ଅଂଶବିଶେଷ ଭାବେ ଏହି ପ୍ଲାଣ୍ଟ ସମର୍ପିତ ହେବ । ଶକ୍ତି କ୍ଷେତ୍ରକୁ ସୁଲଭ, ସହଜଲଭ୍ୟ, ଦକ୍ଷ ଓ ନିରନ୍ତର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସର ଏହା ପ୍ରତିଫଳନ ।

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ) ଦ୍ୱାରା ଆନୁମାନିକ ୯୦୦ କୋଟି ଟଙ୍କାରୁ ଅଧିକ ବିନିଯୋଗରେ ପାନିପତ ବିଶୋଧନାଗାର ନିକଟରେ ୨ଜି ଇଥାନଲ ପ୍ଲାଣ୍ଟ ନିର୍ମିତ ହୋଇଛି । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ପ୍ରକଳ୍ପରୁ ପ୍ରାୟ ଦୁଇ ଲକ୍ଷ ଟନ ନଡା ବ୍ୟବହାର କରି ବାର୍ଷିକ ତିନି କୋଟି ଲିଟର ଇଥାନଲ ଉତ୍ପାଦିତ ହେବା ସହ ଭାରତର ବର୍ଜ୍ୟରୁ ସମ୍ପଦ ସୃଷ୍ଟି ପ୍ରୟାସରେ ନୂତନ ଅଧ୍ୟାୟ ଯୋଡିବ ।

କୃଷି-ଫସଲର ଅବଶେଷ ଉପଯୋଗ ମାଧ୍ୟମରେ କୃଷକ ସଶକ୍ତିକରଣ ସହ ସେମାନଙ୍କୁ ଅତିରିକ୍ତ ରୋଜଗାରର ସୁଯୋଗ ପ୍ରଦାନ କରିବ । ପ୍ଲାଣ୍ଟ ପରିଚାଳନାରେ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବା ସହ ନଡା କଟା, ବନ୍ଧା, ସଂରକ୍ଷଣ ଆଦି ପାଇଁ ଯୋଗାଣ ଶୃଙ୍ଖଳରେ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ ।

ପ୍ରକଳ୍ପରୁ କୌଣସି ତରଳ ନିଷ୍କାସିତ ହେବ ନାହିଁ । ନଡା ପୋଡିବା ହ୍ରାସ ମାଧ୍ୟମରେ ବର୍ଷକୁ ପ୍ରାୟ ୩ ଲକ୍ଷ ଟନ ଅଙ୍ଗାରକାମ୍ଳ ବା  ସମପରିମାଣର ଗ୍ରୀନହାଉସ ଗ୍ୟାସ ନିର୍ଗମନ ଆଶଙ୍କା କମିବ । ଯାହା ଦେଶର ରାସ୍ତାରୁ ବାର୍ଷିକ ୬୩ ହଜାର କାର ହଟାଇବା ସହ ସମାନ ବୋଲି କୁହାଯାଇପାରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Best Never The Loudest': Bear Grylls Gives Shoutout To ‘Powerful Leader’ PM Modi

Media Coverage

'Best Never The Loudest': Bear Grylls Gives Shoutout To ‘Powerful Leader’ PM Modi
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 15, 2026
July 15, 2026

Rooted in Tradition, Built for Tomorrow: PM Modi’s Blueprint for a Developed India