ଏଥିରେ ୨୦୦ରୁ ଅଧିକ ବିଶ୍ୱବିଦ୍ୟାଳୟର ୪୭୫୦ରୁ ଅଧିକ କ୍ରୀଡାବିତ୍ ଅଂଶଗ୍ରହଣ କରିବେ, ଯେଉଁମାନେ ମୋଟ ୨୧ଟି ଖେଳରେ ପ୍ରତିଦ୍ୱନ୍ଦିତା କରିବେ
କ୍ରୀଡାର ମାସ୍କଟର ନାମ ଜିତୁ ରଖାଯାଇଛି, ଯାହା ଉତ୍ତରପ୍ରଦେଶର ରାଜ୍ୟ ପ୍ରାଣୀ ବାରାସିଂହାର ପ୍ରତିନିଧିତ୍ୱ କରୁଛି
ମେ ୨୫ତାରିଖରୁ ଜୁନ ୩ତାରିଖ ପର୍ଯ୍ୟନ୍ତ ଏହି କ୍ରୀଡା ପ୍ରତିଯୋଗିତା ଆୟୋଜିତ ହେବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେ ୨୫ତାରିଖ ସନ୍ଧ୍ୟା ୭ଟାରେ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ କ୍ରୀଡା ୨୦୨୨ ଉଦ୍‌ଘାଟନର ଘୋଷଣା କରିବେ ।

ପ୍ରଧାନମନ୍ତ୍ରୀ ଦେଶରେ କ୍ରୀଡା ସଂସ୍କୃତିକୁ ବିକଶିତ କରିବା ଏବଂ ଯୁବପିଢୀକୁ ଖେଳିବା ପାଇଁ ପ୍ରୋତ୍ସାହିତ କରିବା ଉପରେ ବିଶେଷ ଧ୍ୟାନ ଦେଇଆସୁଛନ୍ତି । ଉଦୀୟମାନ କ୍ରୀଡାବିତ୍‌ମାନଙ୍କୁ ସମର୍ଥନ ଯୋଗାଇ ଦେବା ନିମନ୍ତେ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନାର ଶୁଭାରମ୍ଭ କରାଯାଇଛି ଏବଂ ଦେଶରେ କ୍ରୀଡାର ପରିବେଷ୍ଟନୀ ତନ୍ତ୍ରକୁ ମଜବୁତ କରିବାର ପ୍ରୟାସ ଜାରି ରହିଛି । ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାର ଆୟୋଜନ ଏହି ଦିଗରେ ଆଉ ଏକ ପଦକ୍ଷେପ ଅଟେ ।

ଚଳିତବର୍ଷ ତୃତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାର ଆୟୋଜନ ମେ୨୫ତାରିଖରୁ ଜୁନ ୩ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ କରାଯିବ । ଏହି ପ୍ରତିଯୋଗିତା ଗୁଡିକ ବାରାଣସୀ, ଗୋରଖପୁର, ଲକ୍ଷ୍ନୌ ଏବଂ ଗୌତମବୁଦ୍ଧ ନଗରରେ ଆୟୋଜିତ ହେବ । ଏଥିରେ ୨୦୦ରୁ ଅଧିକ ବିଶ୍ୱବିଦ୍ୟାଳୟର ୪୭୫୦ରୁ ଅଧିକ ଖେଳାଳୀ ଭାଗ ନେବେ, ଯେଉଁମାନେ ୨୧ଟି ବିଭାଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ । କ୍ରୀଡା ଉତ୍ସବର ଉଦ୍‌ଯାପନୀ ସମାରୋହ ଜୁନ ୩ତାରିଖ ଦିନ ବାରାଣସୀରେ ଆୟୋଜିତ ହେବ ।

କ୍ରୀଡାର ଶୁଭଙ୍କର ନାମ ଜିତୁ ଅଟେ । ଯାହା ଉତ୍ତରପ୍ରଦେଶର ରାଜ୍ୟ ପ୍ରାଣୀ ବାରାସିଂହାର ପ୍ରତିନିଧିତ୍ୱ କରୁଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Govt launches ₹20,000 crore credit guarantee scheme to boost MFIs

Media Coverage

Govt launches ₹20,000 crore credit guarantee scheme to boost MFIs
NM on the go

Nm on the go

Always be the first to hear from the PM. Get the App Now!
...
Prime Minister reflects on Navratri’s journey of unwavering faith
March 21, 2026

Prime Minister Shri Narendra Modi shared his reflections today on the spiritual significance of the holy festival of Navratri, highlighting the transformative power of faith in the Mother Goddess.Shri Modi shared a devotional hymn dedicated to the Goddess on this occasion.

The Prime Minister wrote on X:

"जगतजननी माता पर अटूट विश्वास उनके भक्तों में नई चेतना और स्फूर्ति का संचार करने वाला है।"