ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘ ନିରାପତ୍ତା ପରିଷଦ ପକ୍ଷରୁ  “ସାମୁଦ୍ରିକ ନିରାପତ୍ତା ବୃଦ୍ଧି: ଅନ୍ତରାଷ୍ଟ୍ରୀୟ ସହଯୋଗର ଏକ ପ୍ରସଙ୍ଗ” ଉପରେ ଆୟୋଜିତ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ । ଏହି ବୈଠକ ଅଗଷ୍ଟ ୯ ତାରିଖ ଦିନ ଭାରତୀୟ ସମୟ ଅପରାହ୍ନ ୫.୩୦ ମିନିଟ ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ହେବ ।

ଏହି ଉଚ୍ଚସ୍ତରୀୟ ବୈଠକରେ ମିଳିତ ଜାତିସଂଘ ନିରାପତ୍ତା ପରିଷଦର ସଦସ୍ୟଭୁକ୍ତ ଅନେକ ରାଷ୍ଟ୍ର ଓ ଶାସନ ମୁଖ୍ୟ ଅଂଶଗ୍ରହଣ କରିବାର ଆଶା କରାଯାଉଛି । ବୈଠକରେ ଜାତିସଂଘ ବ୍ୟବସ୍ଥା ଏବଂ ଏହାର ପ୍ରମୁଖ କ୍ଷେତ୍ରୀୟ ସଂଗଠନ ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଥ୍ୟ ସୂଚନା ଉପସ୍ଥାପନ କରାଯିବ । ଏହି ମୁକ୍ତ ଆଲୋଚନାରେ ସାମୁଦ୍ରିକ ଅପରାଧ ଓ ନିରାପତ୍ତା ପ୍ରତି ଥିବା ବିପଦକୁ କିଭଳି ଭାବେ ପ୍ରତିହତ କରାଯାଇପାରିବ ଏବଂ ସାମୁଦ୍ରିକ ନିରାପତ୍ତା ବ୍ୟବସ୍ଥାକୁ କିପରି ସୁଦୃଢ଼ କରାଯାଇପାରିବ ତାହା ଉପରେ ପ୍ରାଧାନ୍ୟ ଆରୋପ କରାଯିବ ।

ଜାତିସଂଘ ନିରାପତ୍ତା ପରିଷଦରେ ଇତି ପୂର୍ବରୁ ସାମୁଦ୍ରିକ ନିରାପତ୍ତା ତଥା ସାମୁଦ୍ରିକ ଅପରାଧକୁ ନିୟନ୍ତ୍ରଣ କରିବା ଦିଗରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି ଏବଂ ପ୍ରସ୍ତାବ ଗୃହୀତ ହୋଇଛି । କିନ୍ତୁ ଜାତିସଂଘ ନିରାପତ୍ତା ପରିଷଦ ଇତିହାସରେ ପ୍ରଥମ ଥର ପାଇଁ ସାମଗ୍ରିକ ଭାବେ ଏବଂ ନିର୍ଦ୍ଦିଷ୍ଟ ଭାବେ ଏହି କାର୍ଯ୍ୟସୂଚୀ ଉପରେ ଏକ ମୁକ୍ତ ଆଲୋଚନାର ଆୟୋଜନ କରାଯାଇଛି । ଯେହେତୁ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ରାଷ୍ଟ୍ର ସାମୁଦ୍ରିକ ନିରାପତ୍ତାର ବିବିଧ ସମସ୍ୟାର ସମାଧାନ କରିବାକୁ ଅକ୍ଷମ, ସେହି ଦୃଷ୍ଟିରୁ ଜାତିସଂଘ ନିରାପତ୍ତା ପରିଷଦ ମାଧ୍ୟମରେ ଏହି ପ୍ରସଙ୍ଗ ଉପରେ ସାମଗ୍ରିକ ଭାବେ ମୁକ୍ତ ଆଲୋଚନା କରାଯିବାର ଆବଶ୍ୟକତା ରହିଛି । ସାମୁଦ୍ରିକ ନିରାପତ୍ତା ନିମନ୍ତେ ଏକ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ ଯଥାର୍ଥ ସାମୁଦ୍ରିକ କାର୍ଯ୍ୟକ୍ରମକୁ ସୁରକ୍ଷା ପ୍ରଦାନ କରିବା ସହିତ ଏହାକୁ ସମର୍ଥନ ଯୋଗାଇବ । ଏହା ଫଳରେ ସାମୁଦ୍ରିକ କ୍ଷେତରେ ଥିବା ପାରମ୍ପରିକ ତଥା ଅଣ- ପାରମ୍ପରିକ ବିପଦକୁ ମଧ୍ୟ ଟାଳି ହେବ ।

ଭାରତ ଇତିହାସରେ ସମୁଦ୍ର ବେଶ୍‍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ସିନ୍ଧୁ ସଭ୍ୟତା କାଳ ଠାରୁ ଆରମ୍ଭ କରି ଅଦ୍ୟାବଧି ଏହାର ଗୁରୁତ୍ୱ ସଭିଏଁ ଅନୁଭବ କରନ୍ତି । ଆମର ସଭ୍ୟତାଗତ ଚିନ୍ତାଧାରା ଆଧାର ଯାହାକି ସମୁଦ୍ରକୁ ସହଭାଗୀ ଶାନ୍ତି ଓ ସମୃଦ୍ଧିର ସାଧନ ଭାବେ ଗ୍ରହଣ କରାଯାଇଛି ସେହି ପ୍ରସଙ୍ଗକୁ ଭାରତ ଉପସ୍ଥାପନ କରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ “ସାଗର” - ଯାହାକି “ସିକ୍ୟୁରିଟି ଆଣ୍ଡ୍‍ ଗ୍ରୋଥ୍‍ ଫର୍‍ ଅଲ୍‍ ଇନ୍‍ ଦି ରିଜିଅନ୍‍” ୨୦୧୫, ପାଇଁ ସଂକ୍ଷିପ୍ତରେ ନାମକରଣ କରାଯାଇଛି ତାହାକୁ ସମସ୍ତଙ୍କ ସମକ୍ଷରେ ଉପସ୍ଥାପନ କରିବେ । ଏହି ପରିକଳ୍ପନା ମହାସାଗରମାନଙ୍କର ପୋଷଣୀୟ ଉପଯୋଗ ନିମନ୍ତେ ସହଯୋଗଭିତ୍ତିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଆରୋପ କରେ ତଥାର ଏହି କ୍ଷେତ୍ରରେ ଏକ ନିରାପଦ, ସୁରକ୍ଷିତ ତଥା ସୁଦୃଢ଼ ସାମୁଦ୍ରିକ କ୍ଷେତ୍ର ନିମନ୍ତେ ବ୍ୟବସ୍ଥା ପ୍ରଦର୍ଶନ କରେ । ୨୦୧୯ ମସିହାରେ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଏହି ପ୍ରୟାସକୁ ଅଧିକତର ଭାବେ ଭାରତ- ପ୍ରଶାସନ୍ତ ମହାସାଗରୀୟ ମହାସାଗରୀୟ ପ୍ରୟାସ (ଆଇପିଓଆଇ) ଭାବେ ଉପସ୍ଥାପନ କରାଯାଇଥିଲା । ଏଥିରେ ସାମୁଦ୍ରିକ ନିରାପତ୍ତାର ସାତଟି ମୁଖ୍ୟ ପ୍ରସଙ୍ଗ ଉପରେ ପ୍ରାଧାନ୍ୟ ଆରୋପ କରାଯାଇଥିଲା । ସେଥି ମଧ୍ୟରେ ସାମୁଦ୍ରିକ ଇକୋଲୋଜି; ସାମୁଦ୍ରିକ ସମ୍ପଦ; ଦକ୍ଷତା ବିକାଶ ଓ ସମ୍ପଦର ଆବଣ୍ଟନ; ବିପର୍ଯ୍ୟୟ ଆଶଙ୍କା ପ୍ରଶମନ ଓ ପରିଚାଳନା; ବିଜ୍ଞାନ, ପ୍ରଯୁକ୍ତି ଓ ଶୈକ୍ଷିକ ସହଯୋଗ; ଏବଂ ବାଣିଜ୍ୟିକ ସଂଯୋଗ ଓ ସାମୁଦ୍ରିକ ପରିବହନ ।

ଜାତିସଂଘ ନିରାପତ୍ତା ପରିଷଦ ପକ୍ଷରୁ ଆୟୋଜିତ ମୁକ୍ତ ଆଲୋଚନାରେ ଅଧ୍ୟକ୍ଷତା କରିବାରେ ଶ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ । ମିଳିତ ଜାତିସଂଘ ନିରାପତ୍ତା ପରିଷଦର ୱେବ୍‍ସାଇଟ୍‍ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ସିଧାସଳଖ ପ୍ରସାରଣ କରାଯିବ ଏବଂ ଏହାକୁ ଭାରତୀୟ ସମୟ ୧୭୩୦ /୦୮୦୦ ନ୍ୟୁୟର୍କ ସମୟ ଠାରୁ ଦେଖାଯାଇପାରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The first day of school, the start of a shared responsibility

Media Coverage

The first day of school, the start of a shared responsibility
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam, pays tributes to revered Dr. Sree Sree Sree Sivakumara Swamigalu
April 01, 2026

The Prime Minister, Shri Narendra Modi paid tributes to the revered Dr. Sree Sree Sree Sivakumara Swamigalu, on his birth anniversary today. Shri Modi added that his incomparable contributions in the fields of education, social welfare, and spirituality will continue to inspire every generation of the nation towards selfless service.

The Prime Minister shared a Sanskrit verse-

“पिबन्ति नद्यः स्वयमेव नाम्भः
स्वयं न खादन्ति फलानि वृक्षाः।

नादन्ति सस्यं खलु वारिवाहाः
परोपकाराय सतां विभूतयः॥”

The Prime Minister wrote on X;

“मानवता के अनन्य उपासक परम पूज्य डॉ. श्री श्री श्री शिवकुमार स्वामीजी को उनकी जन्म-जयंती पर कोटि-कोटि नमन! शिक्षा, समाज कल्याण और अध्यात्म के क्षेत्र में उनका अतुलनीय योगदान देश की हर पीढ़ी को निस्वार्थ सेवा के लिए प्रेरित करता रहेगा।

पिबन्ति नद्यः स्वयमेव नाम्भः
स्वयं न खादन्ति फलानि वृक्षाः।

नादन्ति सस्यं खलु वारिवाहाः
परोपकाराय सतां विभूतयः॥”