ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ରାଜ୍ୟଗୁଡିକୁ ଦକ୍ଷ, ପ୍ରତିରୋଧୀ ଓ ଆତ୍ମନିର୍ଭର ହେବା ସହ ସମବାୟ ସଙ୍ଘୀୟ ଭାବନା ଅନୁରୂପ ‘ଆତ୍ମନିର୍ଭର ଭାରତ’ ପାଇଁ ଆଗକୁ ବଢିବାର ଦୃଢ ଆବଶ୍ୟକତା କହିଛି । ସ୍ଥିର, ନିରନ୍ତର ଓ ସମାବେଶୀ ଭାରତ ନିର୍ମାଣ ଉଦ୍ଦେଶ୍ୟରେ ଅଗଷ୍ଟ ୭,୨୦୨୨ରେ ନୀତି ଆୟୋଗଙ୍କ ସପ୍ତମ ପରିଚାଳନା ପରିଷଦ ବୈଠକ ଆୟୋଜିତ ହେବ ଓ କେନ୍ଦ୍ର ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ମଧ୍ୟରେ ଭାଗିଦାରୀ ଓ ସହଯୋଗର ନୂଆ ଅଧ୍ୟାୟ ସୃଷ୍ଟି ପାଇଁ ପଥପ୍ରଶସ୍ତ କରିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ର, ନୂଆଦିଲ୍ଲୀ ଠାରେ ପରିଚାଳନା ପରିଷଦର ସପ୍ତମ ବୈଠକରେ ଅଧ୍ୟକ୍ଷତା କରିବେ । ଏହି ବୈଠକରେ ଅନ୍ୟ ପ୍ରସଙ୍ଗ ସମେତ ଶସ୍ୟ ବିବିଧତା ଓ ତୈଳବୀଜ, ଡାଲି ଓ କୃଷି ସମ୍ପ୍ରଦାୟ ମଧ୍ୟରେ ଆତ୍ମନିର୍ଭରଶୀଳତା ହାସଲ, ଜାତୀୟ ଶିକ୍ଷା ନୀତି- ସ୍କୁଲ ଶିକ୍ଷାର କାର୍ଯ୍ୟାନ୍ୱୟନ, ଜାତୀୟ ଶିକ୍ଷା ନୀତି- ଉଚ୍ଚଶିକ୍ଷାର କାର୍ଯ୍ୟାନ୍ୱୟନ ଓ ପୌର ପ୍ରଶାସନ ଆଦି ବିଷୟବସ୍ତୁ ରହିଛି ।

ବୈଠକର ପ୍ରସ୍ତୁତିର ଅଂଶ ଭାବେ କେନ୍ଦ୍ର ଓ ରାଜ୍ୟଗୁଡିକର ଦୀର୍ଘ ଛଅ ମାସର ପରିଶ୍ରମର ଫଳସ୍ୱରୂପ ଜୁନ ୨୦୨୨ରେ ଧର୍ମଶାଳା ଠାରେ ମୁଖ୍ୟ ଶାସନ ସଚିବମାନଙ୍କ ଜାତୀୟ ସମ୍ମେଳନ ଆୟୋଜିତ ହୋଇଥିଲା । ପ୍ରଧାନମନ୍ତ୍ରୀ ଏହି ସମ୍ମେଳନରେ ଅଧ୍ୟକ୍ଷତା କରିଥିଲେ ଓ ଏଥିରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ମୁଖ୍ୟ ଶାସନ ସଚିବମାନଙ୍କ ସହ ବରିଷ୍ଠ ଅଧିକାରୀମାନେ ଭାଗ ନେଇଥିଲେ । ସପ୍ତମ ପରିଚାଳନା ପରିଷଦ ବୈଠକରେ ଉପରୋକ୍ତ ପ୍ରତ୍ୟେକ ବିଷୟର ରୋଡମ୍ୟାପ ଏବଂ ଫଳାଫଳ ଭିତ୍ତିକ କାର୍ଯ୍ୟଯୋଜନା ପ୍ରସ୍ତୁତ ପାଇଁ ଉଦ୍ୟମ କରାଯିବ ।        

ଜୁଲାଇ ୨୦୧୯ ପରେ ଏହା ପରିଚାଳନା ପରିଷଦର ପ୍ରଥମ ପ୍ରତ୍ୟକ୍ଷ ବୈଠକ । କୋଭିଡ- ୧୯ ମହାମାରୀ ପୃଷ୍ଠଭୂମିରେ ଆମେ ଅମୃତ କାଳରେ ପ୍ରବେଶ କରୁଥିବା ତଥା ଭାରତ ଆଗାମୀ ବର୍ଷ ଜି- ୨୦ ଅଧ୍ୟକ୍ଷତା ଓ ଶିଖର ସମ୍ମିଳନୀ ଆୟୋଜନ କରୁଥିବା ପରିପ୍ରେକ୍ଷୀରେ ଏହା ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ବୈଠକରେ ସଙ୍ଘୀୟ ବ୍ୟବସ୍ଥାରେ ଭାରତର ଅଧ୍ୟକ୍ଷତାର ଆବଶ୍ୟକତା ଓ ଜି- ୨୦ ମଞ୍ଚରେ ନିଜ ପ୍ରଗତିକୁ ଉପସ୍ଥାପିତ କରିବା ପାଇଁ ରାଜ୍ୟଗୁଡିକର ଭୂମିକା ସମ୍ପର୍କରେ ଗୁରୁତ୍ୱ ପ୍ରଦାନ କରାଯିବ ।

ନୀତି ଆୟୋଗଙ୍କ ପରିଚାଳନା ପରିଷଦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ସକ୍ରିୟ ଭାଗିଦାରୀ ସହ ଜାତୀୟ ପ୍ରାଥମିକତା ଓ ରଣନୀତି ସମ୍ପର୍କରେ ସମନ୍ୱିତ ଦୃଷ୍ଟିକୋଣ ପୋଷଣ କରୁଥିବା ପ୍ରମୁଖ ସଂସ୍ଥା । ପରିଚାଳନା ପରିଷଦ ଆନ୍ତଃକ୍ଷେତ୍ରୀୟ, ଆନ୍ତଃବିଭାଗୀୟ ଓ ସଙ୍ଘୀୟ ସମସ୍ୟା ଆଲୋଚନା ପାଇଁ ମଞ୍ଚ ପ୍ରଦାନ କରିଥାଏ । ଭାରତର ପ୍ରଧାନମନ୍ତ୍ରୀ, ସମସ୍ତ ରାଜ୍ୟ ଓ ବିଧାନସଭା ଥିବା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ଅନ୍ୟ କେନ୍ଦ୍ରଶାସିତ ଅଞ୍ଚଳର ଲେଫ୍ଟନାଣ୍ଟ ଗଭର୍ଣ୍ଣର, ଏକ୍ସ-ଅଫିସିଓ ସଦସ୍ୟମାନେ, ଉପାଧ୍ୟକ୍ଷ, ନୀତି ଆୟୋଗ, ପୂର୍ଣ୍ଣକାଳୀନ ସଦସ୍ୟ, ନୀତି ଆୟୋଗ, ବିଶେଷ ଭାବେ ଆମନ୍ତ୍ରିତ କେନ୍ଦ୍ର ମନ୍ତ୍ରୀଗଣ ସାମିଲ ଅଛନ୍ତି । ଏହା କେନ୍ଦ୍ର ଓ ରାଜ୍ୟଗୁଡିକ ମଧ୍ୟରେ ମତ ବିନିମୟ ପାଇଁ ପ୍ରମୁଖ ମଞ୍ଚ ପ୍ରଦାନ କରିବା ସହ ସାମଗ୍ରିକ ସରକାର ଦୃଷ୍ଟିକୋଣ ସହ ଏକାଠି କାମ କରିବାକୁ ପ୍ରମୁଖ ରଣକୌଶଳ ଚିହ୍ନଟ କରିଥାଏ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rs 6,000 Crore Earned, 12.33 Crore Sq Ft Freed: Inside Government's Big Clean-Up

Media Coverage

Rs 6,000 Crore Earned, 12.33 Crore Sq Ft Freed: Inside Government's Big Clean-Up
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 24, 2026
August 24, 2026

Beyond Announcements: Real Milestones Proving India’s Rise Across Defence, Tech & Economy Under the Leadership of PM Modi