ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୧-୨୨ ଜାନୁଆରୀ, ୨୦୨୩ ରେ ନୂଆଦିଲ୍ଲୀ ସ୍ଥିତ ଜାତୀୟ କୃଷି ବିଜ୍ଞାନ ସୌଧ, ପୁଷା, ଠାରେ ଅନୁଷ୍ଠିତ ସର୍ବ ଭାରତୀୟ ପୋଲିସ୍ ଡାଇରେକ୍ଟର ଜେନେରାଲ / ଇନ୍ସପେକ୍ଟର ଜେନେରାଲ୍ ସମ୍ମିଳନୀରେ ଯୋଗଦେବେ ।

ଜାନୁଆରୀ ୨୦ ରୁ ୨୨, ୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ତିନି ଦିନିଆ ସମ୍ମିଳନୀ ହାଇବ୍ରିଡ୍ ଫର୍ମାଟରେ ଅନୁଷ୍ଠିତ ହେବ । ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ଡିଜିପି ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ଫୋର୍ସ ଏବଂ କେନ୍ଦ୍ରୀୟ ପୋଲିସ୍ ସଂଗଠନର ମୁଖ୍ୟଙ୍କ ସମେତ ପ୍ରାୟ ୧୦୦ ନିମନ୍ତ୍ରିତ ବ୍ୟକ୍ତି ଏହି ସମ୍ମିଳନୀରେ ଯୋଗଦେବେ, ଅବଶିଷ୍ଟ ନିମନ୍ତ୍ରଣକାରୀମାନେ ଦେଶର ବିଭିନ୍ନ ସ୍ଥାନରୁ ଭର୍ଚୁଆଲରେ ଅଂଶଗ୍ରହଣ କରିବେ ।

ଏହି ସମ୍ମିଳନୀରେ ସାଇବର ଅପରାଧ, ପୋଲିସ ବ୍ୟବସ୍ଥାରେ ଜ୍ଞାନକୌଶଳ, ଆତଙ୍କବାଦ ମୁକାବିଲା, ବାମ ପନ୍ଥୀ ଉଗ୍ରବାଦ, ଦକ୍ଷତା ବୃଦ୍ଧି, ଜେଲ ସଂସ୍କାର ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ । ଚିହ୍ନିତ ବିଷୟବସ୍ତୁ ଉପରେ ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରର ପୋଲିସ୍ ଏବଂ ଗୁଇନ୍ଦା ଅଧିକାରୀଙ୍କ ସହ ଏହି ସମ୍ମିଳନୀରେ ବ୍ୟାପକ ଆଲୋଚନା କରାଯିବ । ପ୍ରତ୍ୟେକ ବିଷୟବସ୍ତୁ ଅନ୍ତର୍ଗତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରୁ ସର୍ବୋତ୍ତମ ଅଭ୍ୟାସ ସମ୍ମିଳନୀରେ ଉପସ୍ଥାପିତ ହେବ ଯାହା ଦ୍ୱାରା ରାଜ୍ୟମାନେ ପରସ୍ପରଠାରୁ ଶିଖିପାରିବେ ।

୨୦୧୪ ପରଠାରୁ ଡିଜିପି ସମ୍ମିଳନୀ ପ୍ରତି ପ୍ରଧାନମନ୍ତ୍ରୀ ଆଗ୍ରହ ପ୍ରକାଶ କରୁଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସାଙ୍କେତିକ ଉପସ୍ଥିତି ପରିବର୍ତ୍ତେ ସେ ସମ୍ମିଳନୀର ସମସ୍ତ ପ୍ରମୁଖ ଅଧିବେଶନରେ ବସୁଛନ୍ତି । ପ୍ରଧାନମନ୍ତ୍ରୀ କେବଳ ସମସ୍ତ ଆଲୋଚନାକୁ ଧୈର୍ଯ୍ୟର ସହ ଶୁଣନ୍ତି ନାହିଁ, ବରଂ ମୁକ୍ତ ଏବଂ ଅନୌପଚାରିକ ଆଲୋଚନାକୁ ମଧ୍ୟ ଉତ୍ସାହିତ କରନ୍ତି ଯାହା ଦ୍ୱାରା ନୂତନ ଚିନ୍ତାଧାରା ଆସିପାରିବ । ଦେଶର ସର୍ବୋଚ୍ଚ ପୋଲିସ୍ ଅଧିକାରୀଙ୍କ ପାଇଁ ଏହା ଏକ ମହତ୍ୱପୂର୍ଣ୍ଣ ବାତାବରଣ ଯୋଗାଇଥାଏ ଯାହା ଦେଶକୁ ପ୍ରଭାବିତ କରୁଥିବା ପ୍ରମୁଖ ପୋଲିସ୍ ବ୍ୟବସ୍ଥା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଅବଗତ କରାଇବା ଏବଂ ସେମାନଙ୍କର ଖୋଲା ଏବଂ ମୁକ୍ତ ସୁପାରିଶ କରିବା ।

ଆହୁରି ମଧ୍ୟ, ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ପରିଚାଳିତ ଏହି ସମ୍ମିଳନୀରେ କେବଳ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ନୁହେଁ, ବରଂ ଉପୁଜୁଥିବା ସମସ୍ୟା ଏବଂ ଆହ୍ୱାନର ମୁକାବିଲା ପାଇଁ ଦକ୍ଷତା ବିକାଶ ଲାଗି ପୋଲିସ୍ ଏବଂ ସୁରକ୍ଷା କ୍ଷେତ୍ରରେ ଭବିଷ୍ୟତବାଦୀ ବିଷୟବସ୍ତୁ ଉପରେ ଆଲୋଚନା ଆରମ୍ଭ ହୋଇଛି ।

୨୦୧୪ ମସିହାରୁ ସାରା ଦେଶରେ ବାର୍ଷିକ ଡିଜିପି ସମ୍ମିଳନୀ ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ଉତ୍ସାହିତ କରିଛନ୍ତି । ୨୦୧୪ ରେ ଗୌହାଟୀରେ; ୨୦୧୫ ଧୋରଡୋ, ରନ ଅଫ୍‍ କଚ୍ଛ, ୨୦୧୬ରେ ହାଇଦ୍ରାବାଦ ସ୍ଥିତ ଜାତୀୟ ପୋଲିସ୍‍ ଏକାଡେମୀ, ୨୦୧୭ ରେ ଟେକନପୁର ସ୍ଥିତ ବିଏସଏଫ୍‍ ଏକାଡେମୀ, ୨୦୧୮ ରେ କେଭାଦିଆ; ଏବଂ ୨୦୧୯ରେ ପୁନେ ସ୍ଥିତ ଆଇଆଇଏସ୍‍ଇଆର ରେ ଏବଂ ୨୦୨୧ ରେ ଲକ୍ଷ୍ନୌ ସ୍ଥିତ ପୋଲିସ୍ ମୁଖ୍ୟାଳୟରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Over 550 Indian peacekeepers in South Sudan awarded UN Medal of Honour

Media Coverage

Over 550 Indian peacekeepers in South Sudan awarded UN Medal of Honour
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the power of unity, mutual cooperation and collective resolve
June 03, 2026

Prime Minister Shri Narendra Modi today shared a Sanskrit Subhashitam, observing that when citizens are bound by the threads of unity and mutual cooperation, the strength of the nation multiplies manifold. Shri Modi highlighted that it is through this collective resolve of the people of India that the country is continuously scaling new heights of progress.

The Prime Minister posted on X:

"जब नागरिक एकजुटता और आपसी सहयोग के सूत्र में बंधते हैं, तो राष्ट्र की शक्ति कई गुना बढ़ जाती है। भारतवासियों के इसी सामूहिक संकल्प से आज देश उन्नति की नित-नई ऊंचाइयों को छू रहा है।

धूमायन्ते व्यपेतानि ज्वलन्ति सहितानि च।
धृतराष्ट्रोल्मुकानीव ज्ञातयो भरतर्षभ॥"

Just as pieces of wood cannot fully display their energy when separated, but burn brightly and produce light and warmth when brought together, in the same way, the progress, prosperity, and strength of a state depend on the unity, mutual cooperation and collective determination of its people.