ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 12 ଜାନୁଆରୀ 2021 ସକାଳ 10.30ରେ ଦ୍ୱିତୀୟ ଜାତୀୟ ଯୁବ ସଂସଦର ଉଦଯାପନୀ ଉତ୍ସବ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଭିଭାଷଣ ପ୍ରଦାନ କରିବେ । ଏହି ସମାରୋହରେ ତିନି ଜାତୀୟ ବିଜେତା ମଧ୍ୟ ନିଜ ବିଚାର ବ୍ୟକ୍ତ କରିବେ । ଲୋକସଭା ବାଚସ୍ପତି, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏହି ଅବସରରେ ଉପସ୍ଥିତ ରହିବେ ।

ଜାତୀୟ ଯୁବ ସଂସଦ ଉତ୍ସବ

ଜାତୀୟ ଯୁବ ସଂସଦ ଉତ୍ସବ (ଏନୱାଇପିଏଫ)ର ଉଦ୍ଦେଶ୍ୟ ହେଲା 18ରୁ 25 ବର୍ଷ ବୟସର ଭୋଟ ଦେବା ଅଧିକାର ପାଇଥିବା ଓ ଆଗାମୀ ଦିନରେ ସରକାରୀ ଚାକିରି ସମେତ ବିଭିନ୍ନ ପେସାରେ ଯୋଗ ଦେବାକୁ ଯାଉଥିବା ଯୁବ ପିଢିଙ୍କ ବିଚାର ଶୁଣିବା । 31 ଡିସେମ୍ବର 2017 ମନ କି ବାତ ଅଭିଭାଷଣରେ ପ୍ରତିଫଳିତ ପ୍ରଧାନମନ୍ତ୍ରୀଙ୍କ ଚିନ୍ତାଧାରା ଆଧାରରେ ଏନୱାଇପିଏଫ ଗଢି ଉଠିଛି । ଏହି ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇ ଜାନୁୟାରୀ 12ରୁ 27, 2019 ଯାଏଁ ନବ ଭାରତର ସ୍ୱର ପାଲଟିବା, ନୀତି ପ୍ରଣୟନରେ ଭାଗ ନେବା ଓ ସମାଧାନ ଖୋଜିବା ବିଷୟକୁ ନେଇ ପ୍ରଥମ ଏନୱାଇପିଏଫ ଆୟୋଜିତ ହୋଇଥିଲା। ସମୁଦାୟ 88 ହଜାର ଯୁବକ/ଯୁବତୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଦ୍ୱିତୀୟ ଏନୱାଇପିଏଫ ଡିସେମ୍ବର 23, 2020ରୁ ଭର୍ଚୁଆଲ ମାଧ୍ୟମରେ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ସାରା ଦେଶରୁ 2.34 ଲକ୍ଷ ଯୁବକ/ଯୁବତୀ ଅଂଶଗ୍ରହଣ କରିଥିଲେ । ଏହା ପରେ ଜାନୁୟାରୀ 1ରୁ 5, 2021 ଯାଏଁ ରାଜ୍ୟ ଯୁବ ସଂସଦଗୁଡିକ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହୋଇଥିଲା। ଦ୍ୱିତୀୟ ଏନୱାଇପିଏଫର ଅନ୍ତିମ ପର୍ଯ୍ୟାୟ ଜାନୁୟାରୀ 11, 2021ରେ ସଂସଦର କେନ୍ଦ୍ରୀୟ ହଲରେ ଅନୁଷ୍ଠିତ ହେବ । ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲି, ଲୋକସଭା ସାଂସଦ ପରବେଶ ସାହିବ ସିଂ ଓ ବିଶିଷ୍ଟ ସାମ୍ବାଦିକ ପ୍ରଫୁଲ୍ଲ କେତକରଙ୍କୁ ନେଇ ଗଠିତ ଜାତୀୟ ବିଚାରକ ମଣ୍ଡଳୀ ସମୁଖରେ 29 ଜାତୀୟ ବିଜେତା ବକ୍ତବ୍ୟ ଉପସ୍ଥାପନ କରିବାର ସୁଯୋଗ ପାଇବେ । ଶ୍ରେଷ୍ଠ ତିନି ବିଜେତା ଜାନୁଆରୀ 12ରେ ହେବାକୁ ଥିବା ଉଦଯାପନୀ ଉତ୍ସବ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ବକ୍ତବ୍ୟ ପ୍ରଦାନ କରିବାର ସୁଯୋଗ ପାଇବେ ।

ଜାତୀୟ ଯୁବ ଉତ୍ସବ

ପ୍ରତିବର୍ଷ ଜାନୁଆରୀ 12ରୁ 16 ଯାଏଁ ଜାତୀୟ ଯୁବ ଉତ୍ସବ ପାଳିତ ହୋଇଥାଏ । ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମବାର୍ଷିକୀ ଅବସରରେ ଜାନୁୟାରୀ 12ରେ ଜାତୀୟ ଯୁବ ଦିବସ ପାଳିତ ହୁଏ । ଚଳିତ ବର୍ଷ ଜାତୀୟ ଯୁବ ଉତ୍ସବ ସହ ଏନୱାଇପିଏଫ ପାଳିତ ହେଉଛି।

ଦେଶର ଯୁବପୀଢିଙ୍କୁ ଏକୀକୃତ ଭାବେ ପ୍ରତିଭା ପ୍ରଦର୍ଶନର ସୁଯୋଗ ପ୍ରଦାନ, ଉଭୟ ଔପଚାରିକ ଓ ଅନୌପଚାରିକ ଭାବେ ସାଂସ୍କୃତିକ ଓ ସାମାଜିକ ବିବିଧତା ସମ୍ପର୍କରେ ମତ ବିନିମୟ ମାଧ୍ୟମରେ କ୍ଷୁଦ୍ର ଭାରତ ନିର୍ମାଣ ପାଇଁ ମଞ୍ଚ ପ୍ରଦାନ କରିବା ଜାତୀୟ ଯୁବ ଉତ୍ସବର ଉଦ୍ଦେଶ୍ୟ । ଏହା ଜାତୀୟ ସଂହତି, ସାମ୍ପ୍ରଦାୟିକ ସଦଭାବ, ଭାଇଚାରା, ବୀରତ୍ୱ ଓ ସାହସିକତାକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ । କାୟମନୋବାକ୍ୟରେ ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରଚାର ଏହାର ପ୍ରମୁଖ ଲକ୍ଷ୍ୟ ।

କୋଭିଡ-19 ଯୋଗୁଁ 24 ତମ ଜାତୀୟ ଯୁବ ଉତ୍ସବ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହୋଇଛି । ଚଳିତ ବର୍ଷର ଉତ୍ସବର ବିଷୟବସ୍ତୁ ଥିଲା ଯୁବା- ଉତ୍ସାହ ନୟେ ଭାରତ କା। ଯୁବପୀଢି ନବ ଭାରତ ଉତ୍ସବକୁ ଜୀବନ୍ତ ରଖନ୍ତି ବୋଲି ଏହା ଦର୍ଶାଉଛି । 24ତମ ଜାତୀୟ ଯୁବ ଉତ୍ସବର ଉଦଘାଟନୀ ସମାରୋହ ଓ ଦ୍ବିତୀୟ ଜାତୀୟ ଯୁବ ସଂସଦ ଉତ୍ସବର ଉଦଯାପନୀ ସମାରୋହ ଜାନୁଆରୀ 12, 2021ରେ ସଂସଦର କେନ୍ଦ୍ରୀୟ ହଲରେ ଆୟୋଜିତ ହେବ । 24ତମ ଜାତୀୟ ଯୁବ ଉତ୍ସବର ଉଦଯାପନୀ ସମାରୋହ ଜାନୁୟାରୀ 16, 2021ରେ ଡ. ଆମ୍ବେଦକର ଇଂଟରନ୍ୟାସନାଲ ସେଣ୍ଟର, ନୂଆଦିଲ୍ଲୀ ଠାରେ ଆୟୋଜିତ ହେବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties

Media Coverage

'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam applauding the effort and dedication of India's Youth
August 04, 2026

The Prime Minister, Shri Narendra Modi, shared a Sanskrit Subhashitam applauding the effort and dedication of India's Youth:

"न हि ज्ञानेन सदृशं पवित्रमिह विद्यते ।

तत्स्वयं योगसंसिद्ध: कालेनात्मनि विन्दति ॥"

Shri Modi said that through continuous effort and dedication, our talents are honed and refined, and our youth is imbibing these very qualities and bringing glory to India.

The Prime Minister posted on X:

निरंतर प्रयास और साधना से हमारी प्रतिभा और निखरती है। आज हमारे युवा इन्हीं गुणों को आत्मसात कर दुनियाभर में देश का नाम रोशन कर रहे हैं।

न हि ज्ञानेन सदृशं पवित्रमिह विद्यते ।

तत्स्वयं योगसंसिद्ध: कालेनात्मनि विन्दति ॥