ପ୍ରଧାନମନ୍ତ୍ରୀ ଛତିଶଗଡ଼ରେ ୩୪,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ ଏବଂ ଶିଳାନ୍ୟାସ କରିବେ
ଏହି ପ୍ରକଳ୍ପଗୁଡିକ ମଧ୍ୟରେ ସଡ଼କ, ରେଳବାଇ, କୋଇଲା, ଶକ୍ତି ଏବଂ ସୌର ଶକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଅନ୍ତଭୁକ୍ତ
ପ୍ରଧାନମନ୍ତ୍ରୀ ଏନଟିପିସିର ଲାରା ସୁପର ଥର୍ମାଲ ପାୱାର ପ୍ରକଳ୍ପ ପର୍ଯ୍ୟାୟ -୧କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ଏନଟିପିସିର ଲାରା ସୁପର ଥର୍ମାଲ ପାୱାର ପ୍ରକଳ୍ପ ପର୍ଯ୍ୟାୟ -୨ର ଶିଳାନ୍ୟାସ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୨୪ ତାରିଖ ଦିନ ଅପରାହ୍ନ ୧୨:୩୦ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ 'ବିକଶିତ ଭାରତ ବିକଶିତ ଛତିଶଗଡ଼' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୩୪,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ସଡ଼କ, ରେଳବାଇ, କୋଇଲା, ଶକ୍ତି ଏବଂ ସୌର ଶକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଅନ୍ତଭୁକ୍ତ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏନ୍‌ଟିପିସିର ଲାରା ସୁପର ଥର୍ମାଲ ପାୱାର ପ୍ରକଳ୍ପ, ପର୍ଯ୍ୟାୟ -୧ (୨x ୮୦୦ ମେଗାୱାଟ) ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ଏବଂ ଛତିଶଗଡ଼ର ରାୟଗଡ଼ା ଜିଲ୍ଲାରେ ଏନଟିପିସିର ଲାରା ସୁପର ଥର୍ମାଲ ପାୱାର ପ୍ରକଳ୍ପ ପର୍ଯ୍ୟାୟ -୨ (୨x ୮୦୦ ମେଗାୱାଟ)ର ଶିଳାନ୍ୟାସ କରିବେ । ଷ୍ଟେସନର ପ୍ରଥମ ପର୍ଯ୍ୟାୟ ପ୍ରାୟ ୧୫,୮୦୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ହୋଇଥିବା ବେଳେ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟଟି ପ୍ରଥମ ପର୍ଯ୍ୟାୟ ପରିସରର ଉପଲବ୍ଧ ଜମିରେ ନିର୍ମାଣ ହେବ, ଯାହା ଫଳରେ ସମ୍ପ୍ରସାରଣ ପାଇଁ କୌଣସି ଅତିରିକ୍ତ ଜମିର ଆବଶ୍ୟକତା ପଡିବ ନାହିଁ ଏବଂ ଏଥିପାଇଁ ୧୫,୫୩୦ କୋଟି ଟଙ୍କା ବିନିଯୋଗ ହେବ । ଅତ୍ୟନ୍ତ ଦକ୍ଷ ସୁପର କ୍ରିଟିକାଲ ଟେକ୍ନୋଲୋଜି (ପର୍ଯ୍ୟାୟ -୧ ପାଇଁ) ଏବଂ ଅଲ୍‌ଟ୍ରା ସୁପର କ୍ରିଟିକାଲ ଟେକ୍ନୋଲୋଜି (ପର୍ଯ୍ୟାୟ -୨ ପାଇଁ) ସହିତ ସଜ୍ଜିତ ଏହି ପ୍ରକଳ୍ପ କମ୍ ନିର୍ଦ୍ଦିଷ୍ଟ କୋଇଲା ବ୍ୟବହାର ଏବଂ କମ୍ ଅଙ୍ଗାରକାମ୍ଳ ନିର୍ଗମନକୁ ସୁନିଶ୍ଚିତ କରିବ । ଉଭୟ ପର୍ଯ୍ୟାୟ -୧ ଏବଂ ୨ ରୁ ୫୦% ବିଦ୍ୟୁତ୍ ଛତିଶଗଡ଼ ରାଜ୍ୟକୁ ଆବଣ୍ଟିତ ହୋଇଥିବା ବେଳେ ଏହି ପ୍ରକଳ୍ପ କେତେକ ରାଜ୍ୟ ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୋଆ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଡାମନ ଓ ଡିଉ, ଦାଦ୍ରା ଓ ନଗର ହାଭେଲି ଆଦିର ବିଦ୍ୟୁତ ସ୍ଥିତିରେ ଉନ୍ନତି ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ମୋଟ ୬୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ସାଉଥ୍ ଇଷ୍ଟର୍ଣ୍ଣ କୋଲ୍ ଫିଲ୍ଡସ୍ ଲିମିଟେଡ୍‌ର ତିନୋଟି ପ୍ରମୁଖ ପ୍ରଥମ ମାଇଲ୍ ସଂଯୋଗ (ଏଫ୍‌ଏମ୍‌ସି) ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ସେଗୁଡିକ କୋଇଲାକୁ ଦ୍ରୁତ, ପରିବେଶ ଅନୁକୂଳ ଏବଂ ଦକ୍ଷ ଯାନ୍ତ୍ରିକ ନିଷ୍କାସନରେ ସାହାଯ୍ୟ କରିବେ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଏସ୍‌ଇସିଏଲ୍‌ର ଦୀପକା ଅଞ୍ଚଳରେ ଥିବା ଦୀପକା ଓସିପି କୋଇଲା ପରିଚାଳନା କାରଖାନା, ଏସ୍‌ଇସିଏଲ୍‌ର ରାୟଗଡ଼ ଅଞ୍ଚଳରେ ଥିବା ଛାଲ ଏବଂ ବାରଉଦ ଓସିପି କୋଇଲା ପରିଚାଳନା କାରଖାନା ଅନ୍ତର୍ଭୁକ୍ତ । ଏଫ୍‌ଏମସି ପ୍ରକଳ୍ପଗୁଡିକ ପିଟହେଡ୍‌ରୁ କୋଇଲା ପରିଚାଳନା କାରଖାନାକୁ କୋଇଲା ପରିବହନ ସୁନିଶ୍ଚିତ କରେ , ଯେଉଁଥିରେ ସାଇଲୋ, ବଙ୍କର ଏବଂ କନଭେୟାର ବେଲ୍ଟ ମାଧ୍ୟମରେ ଦ୍ରୁତ ଲୋଡିଂ ସିଷ୍ଟମ ରହିଛି ।

ସଡ଼କ ପଥରେ କୋଇଲା ପରିବହନ ହ୍ରାସ କରିବା ଦ୍ୱାରା ଏହି ପ୍ରକଳ୍ପଗୁଡ଼ିକ କୋଇଲା ଖଣି ଆଖପାଖରେ ରହୁଥିବା ଲୋକଙ୍କ ଜୀବନଶୈଳୀକୁ ସହଜ କରିବାରେ ସହାୟକ ହେବ ଏବଂ ଟ୍ରାଫିକ୍ ଭିଡ଼, ସଡ଼କ ଦୁର୍ଘଟଣା ଏବଂ କୋଇଲା ଖଣି ଆଖପାଖ ପରିବେଶ ଏବଂ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବକୁ କମ୍ କରାଯାଇ ପାରିବ । ପିଟ ହେଡ୍‌ରୁ ରେଳ ସାଇଡିଂ ପର୍ଯ୍ୟନ୍ତ କୋଇଲା ପରିବହନ କରୁଥିବା ଟ୍ରକ୍ ଗୁଡ଼ିକ ଦ୍ୱାରା ଡିଜେଲ ବ୍ୟବହାର ହ୍ରାସ କରି ପରିବହନ ଖର୍ଚ୍ଚରେ ମଧ୍ୟ ସଞ୍ଚୟ ହେଉଛି ।

ଏହି ଅଞ୍ଚଳରେ ନବୀକରଣୀୟ ଶକ୍ତି ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ରାଜନାନ୍ଦଗାଓଁ ଠାରେ ପ୍ରାୟ ୯୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ସୌର ପିଭି ପ୍ରକଳ୍ପର ଉଦଘାଟନ କରିବେ । ଏହି ପ୍ରକଳ୍ପ ବାର୍ଷିକ ଆନୁମାନିକ ୨୪୩.୫୩ ନିୟୁତ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ କରିବ ଏବଂ ୨୫ ବର୍ଷ ମଧ୍ୟରେ ପ୍ରାୟ ୪.୮୭ ନିୟୁତ ଟନ୍ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବ, ଯାହା ସମାନ ସମୟ ମଧ୍ୟରେ ପ୍ରାୟ ୮.୮୬ ନିୟୁତ ଗଛ ଦ୍ୱାରା ନିର୍ଗତ କାର୍ବନ ସହିତ ସମାନ ।

ଏହି ଅଞ୍ଚଳରେ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ବିଳାସପୁର - ଉସଲାପୁର ଫ୍ଲାଏଓଭରକୁ ଲୋକାର୍ପିତ କରିବେ । ଏହା ଦ୍ୱାରା ବିଳାସପୁରରେ ପ୍ରବଳ ଟ୍ରାଫିକ୍ ସମସ୍ୟା କମିବ ଏବଂ କଟନୀ ଆଡ଼କୁ ଯାଉଥିବା କୋଇଲା ଟ୍ରାଫିକ୍ କମ୍ ହେବ । ପ୍ରଧାନମନ୍ତ୍ରୀ ଭିଲାଇରେ ୫୦ ମେଗାୱାଟ ସୌର ଶକ୍ତି ପ୍ଲାଣ୍ଟକୁ ଲୋକାର୍ପଣ କରିବେ । ଚଳନ୍ତା ଟ୍ରେନରେ ସୌର ଶକ୍ତିର ଉପଯୋଗରେ ଏହା ସହାୟକ ହେବ ।

ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ - ୪୯ର ୫୫.୬୫ କିଲୋମିଟର ଦୀର୍ଘ ଅଂଶର ପୁନରୁଦ୍ଧାର ଓ ଉନ୍ନତିକରଣକୁ ରାସ୍ତାର ଉଚ୍ଚ ପାଶ୍ୱର୍ ସହିତ ଦୁଇ ଲେନ୍‌କୁ ସମର୍ପିତ କରିବେ । ଏହି ପ୍ରକଳ୍ପ ଦୁଇ ଗୁରୁତ୍ୱପୂର୍ଣ୍ଣ ସହର ବିଳାସପୁର ଏବଂ ରାୟଗଡ଼ ମଧ୍ୟରେ ଯୋଗାଯୋଗରେ ଉନ୍ନତି ଆଣିବାରେ ସହାୟକ ହେବ । ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ -୧୩୦ ର ୫୨.୪୦ କିଲୋମିଟର ଦୀର୍ଘ ଅଂଶର ପୁନରୁଦ୍ଧାର ଏବଂ ଉନ୍ନତିକରଣକୁ ରାସ୍ତାର ଉଚ୍ଚ ପାଶ୍ୱର୍ ସହିତ ଦୁଇ ଲେନ୍‌କୁ ସମର୍ପିତ କରିବେ । ଏହି ପ୍ରକଳ୍ପ ରାୟପୁର ଏବଂ କୋରବା ସହର ସହିତ ଅମ୍ବିକାପୁର ସହରର ଯୋଗାଯୋଗରେ ଉନ୍ନତି ଆଣିବାରେ ସହାୟକ ହେବ ଏବଂ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches ORV Sagar Manthan, boosting ocean research fleet

Media Coverage

India launches ORV Sagar Manthan, boosting ocean research fleet
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives in mishap in Nanded
September 11, 2026
Prime Minister announces ex-gratia from PMNRF

The Prime Minister, Shri Narendra Modi has expressed grief over the loss of lives due to a mishap in Nanded, Maharashtra.

The Prime Minister conveyed his thoughts to the bereaved families in this hour of grief and prayed for the speedy recovery of the injured.

Shri Modi announced that an ex-gratia of Rs. 2 lakh from the Prime Minister’s National Relief Fund (PMNRF) would be given to the next of kin of each deceased. The injured would be given Rs. 50,000.

In a post on X, the Prime Minister’s Office said;

“Saddened by the loss of lives due to a mishap in Nanded, Maharashtra. My thoughts are with the bereaved families in this hour of grief. Praying for the speedy recovery of the injured.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi”