ଜାତୀୟ ଶିକ୍ଷାନୀତି ୨୦୨୦ର ବାର୍ଷିକ ସମ୍ବତ୍ସରରେ ପ୍ରଧାନମନ୍ତ୍ରୀ ଘୋଷଣା କରିବେ କେତେକ ପ୍ରମୁଖ ପଦକ୍ଷେପ
ଏନଇପି ୨୦୨୦ର ଲକ୍ଷ୍ୟ ହାସଲ ଦିଗରେ ଏହି ପଦକ୍ଷେପମାନ ହେବ ଖୁବ୍ ଗୁରୁତ୍ୱପୂର୍ଣ୍ଣ

ଜାତୀୟ ଶିକ୍ଷାନୀତି ୨୦୨୦ ଘୋଷଣାର ଏକ ବର୍ଷ ପୂରଣ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (Date: 29-07-2021) ଶିକ୍ଷା ଓ କୌଶଳ ବିକାଶର ନୀତିନିର୍ଦ୍ଧାରକ, ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରିବେ । ଶିକ୍ଷା କ୍ଷେତ୍ରରେ ସେ କେତେକ ପଦକ୍ଷେପ ସମ୍ପର୍କରେ ମଧ୍ୟ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀ ଶୈଖିକ ବ୍ୟାଙ୍କ ଅଫ କ୍ରେଡିଟ୍‌ର ଶୁଭାରମ୍ଭ କରିବେ, ଯାହା ଉଚ୍ଚଶିକ୍ଷା କ୍ଷେତ୍ରରେ ଏକାଧିକ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଛାତ୍ରଛାତ୍ରୀଙ୍କ ନିମନ୍ତେ ସହାୟକ ହେବ । ଆଞ୍ଚଳିକ ଭାଷାରେ ପ୍ରଥମ ବର୍ଷ ଯାନ୍ତ୍ରିକ ଶିକ୍ଷା କାର୍ଯ୍ୟକ୍ରମ ଏବଂ ଉଚ୍ଚଶିକ୍ଷାର ବୈଶ୍ୱୀକରଣ ନିମନ୍ତେ ମାର୍ଗଦର୍ଶିକା ମଧ୍ୟ ପ୍ରକାଶ କରିବେ ।

ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରେ ଗ୍ରେଡ-ୱାନ ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଦ୍ୟା ପ୍ରବେଶ ଏକ ତ୍ରୈମାସିକ ଖେଳଭିତ୍ତିକ ଶିକ୍ଷା ମୋଡୁଲ, ମାଧ୍ୟମିକ ସ୍ତରରେ ଭାରତୀୟ ସାଇନ ଲାଙ୍ଗୁଏଜ୍‌ର ଏକ ବିଷୟ । ଏନସିଇଆରଟି ଦ୍ୱାରା ପ୍ରସ୍ତୁତ ଶିକ୍ଷକମାନଙ୍କ ତାଲିମ ନେଇ ଏକ ସମନ୍ୱିତ କାର୍ଯ୍ୟକ୍ରମ (NISHTHA 2.0) ସଫଳ (Structured Assessment For Analyzing Learning Levels) ଗ୍ରେଡ, ୩,୫,ଓ ୮ CBSE  ସ୍କୁଲ ପାଇଁ ଏକ ଦକ୍ଷତାଯୁକ୍ତ ଆକଳନ ପଦ୍ଧତି ଓ କୃତିମ ମେଧା ପାଇଁ ଏକ ଉତ୍ସର୍ଗୀକୃତ ଏକ ୱେବସାଇଟ୍ ।

ଏହାଛଡା ଜାତୀୟ ସାଂକ୍ଷିକ ଶିକ୍ଷା ସ୍ଥପତି (NDEAR) ଓ ଜାତୀୟ ଶିକ୍ଷା ବୈଷୟିକ ମଞ୍ଚ(NEDF)ର ମଧ୍ୟ ଶୁଭାରମ୍ଭ କରାଯିବ ।

ଏହି କାର୍ଯ୍ୟକ୍ରମଗୁଡିକ ଯୋଗୁଁ ଜାତୀୟ ଶିକ୍ଷାନୀତି ୨୦୨୦ର ମୂଳଲକ୍ଷ୍ୟ ସାଧିତ ହେବା ସହ ଶିକ୍ଷା କ୍ଷେତ୍ର ଅଧିକ ଜୀବନ୍ତ ଓ ସମସ୍ତଙ୍କ ପାଇଁ ସହଜ ଲଭ୍ୟ ହୋଇପାରିବ ।

ଜ୍ଞାନ ଆହରଣ ଦୃଶ୍ୟପଟରେ ନୂତନ ଶିକ୍ଷାନୀତି ୨୦୨୦ ଏକ ମହାନ ଦିଗ୍‌ଦର୍ଶନ ଦେବ । ଏକ ଆତ୍ମନିର୍ଭର ଭାରତ ପାଇଁ ମଜବୁତ ଭିତ୍ତିଭୂମି ସ୍ଥାପନ ପାଇଁ  ଶିକ୍ଷା ସ୍ୱୟଂ ସମ୍ପୂର୍ଣ୍ଣ ହେବ ।

ଏକବିଂଶ ଶତାବ୍ଦୀରେ ଏହା ପ୍ରଥମ ଶିକ୍ଷାନୀତି ଓ ୧୯୮୬ମସିହାର ପ୍ରଣୀତ ୩୪ବର୍ଷର ପୁରୁଣା ଶିକ୍ଷାନୀତିକୁ ଏହା ପ୍ରତ୍ୟାଖ୍ୟାନ କରିଛି । ଗୁଣାବତା, ସମାନତା, ସହଜ ପ୍ରବେଶ ଓ କମ୍ ଖର୍ଚ୍ଚ ଭଳି ଚାରିଟି ମଜବୁତ ସ୍ତମ୍ଭକୁ ନେଇ ଏକ ଶିକ୍ଷାନୀତିର ମୂଳଦୁଆ ଗଠିତ । ଦେଶର ୨୦୩୦ ଲକ୍ଷ୍ୟ ସ୍ଥାୟୀ ଓ ନିରନ୍ତର ବିକାଶ ଓ ଭାରତକୁ  ଏକ ଜ୍ଞାନର ମହାଶକ୍ତି ଭାବେ ଛିଡା କରାଇବା ପାଇଁ ଏହିଭଳି ନୀତି ଏକବିଂଶ ଶତାବ୍ଦୀ ନିମନ୍ତେ ଜରୁରୀ ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Two-wheeler exports seen rising up to 20% as Africa demand recovers: Ind-Ra

Media Coverage

Two-wheeler exports seen rising up to 20% as Africa demand recovers: Ind-Ra
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to former Prime Minister Shri Rajiv Gandhi
August 20, 2026

The Prime Minister, Shri Narendra Modi has paid homage to former Prime Minister, Shri Rajiv Gandhi, on the occasion of his birth anniversary.

In a post on X, Shri Modi said;

“On the occasion of his birth anniversary, paying homage to former Prime Minister of India, Shri Rajiv Gandhi.”