ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି, ଅର୍ଥାତ 28 ଜାନୁଆରୀ 2020ରେ ରିମୋଟ ଭିଡିଓ କନଫରେନ୍ସ ଜରିଆରେ ଗୁଜରାଟର ଗାନ୍ଧୀନଗରରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଆଳୁ ସମ୍ମିଳନୀକୁ ସମ୍ବୋଧିତ କରିବେ ।

ଆଳୁ ଗବେଷଣା, ବାଣିଜ୍ୟ ଓ ଉଦ୍ୟୋଗ ତଥା ମୂଲ୍ୟ ଶୃଙ୍ଖଳା ପରିଚାଳନା କ୍ଷେତ୍ରରେ ସମ୍ପୂର୍ଣ୍ଣ ଉପଲବ୍ଧି ଓ ଅବସର ସମ୍ପର୍କରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିବେ ବୋଲି ଆଶା କରାଯାଉଛି । ସେ ଆଗାମୀ ଦଶନ୍ଧି ପାଇଁ କାର୍ଯ୍ୟଖସଡ଼ା ମଧ୍ୟ ପ୍ରସ୍ତୁତ କରିପାରନ୍ତି ।

ଚଳିତ ସମ୍ମିଳନୀ ହେଉଛି ଏହି ଶୃଙ୍ଖଳାର ତୃତୀୟ ସମ୍ମିଳନୀ । ପ୍ରତି 10 ବର୍ଷ ବ୍ୟବଧାନରେ  ଆଳୁ ଉତ୍ପାଦନ କ୍ଷେତ୍ରରେ ଉପଲବ୍ଧି ସମ୍ପର୍କରେ ସୂଚନା ସଂଗ୍ରହ କରିବା ଏବଂ ଆଗାମୀ ଦଶନ୍ଧି ପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା  ଆବଶ୍ୟକ ହୋଇଥାଏ । ବିଗତ ଦୁଇ ଦଶକରେ 1999 ଏବଂ 2008ରେ ଦୁଇଟି ବିଶ୍ୱ ଆଳୁ ସମ୍ମିଳନୀ ଆୟୋଜନ କରାଯାଇଥିଲା ।

ଏହି ସମ୍ମିଳନୀ ସମସ୍ତ ଅଂଶୀଦାରମାନଙ୍କୁ ଏକ ସହଭାଗୀ ମଂଚ ପ୍ରଦାନ କରିବା ଲାଗି ସୁଯୋଗ ଦେଇଥାଏ, ଫଳରେ ଆଳୁ କ୍ଷେତ୍ର ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସାମିଲ କରି ସମସ୍ତ ପ୍ରସଙ୍ଗରେ ବିଚାର ବିମର୍ଶ କରାଯାଇଥାଏ । ଏଥିସହିତ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରାଯାଏ । ଆଳୁ ଗବେଷଣାରେ ଅଗ୍ରୀମ ସୂଚନା ରଖୁଥିବା ଏବଂ ନବୋନ୍ମେଷ କରୁଥିବା ଦେଶର ବିଭିନ୍ନ ଅଂଶୀଦାରମାନଙ୍କୁ ଆଗକୁ ଆଣିବା ଲାଗି ଏହା ଏକ ଅଭିନବ ଅବସର ।

ଗୁଜରାଟ ଦେଶର ଏକ ପ୍ରମୁଖ ଆଳୁ ଉତ୍ପାଦକ ରାଜ୍ୟ । ଗତ 11 ବର୍ଷ ମଧ୍ୟରେ ଭାରତରେ ଆଳୁ ଉତ୍ପାଦନ କ୍ଷେତ୍ର 19 ପ୍ରତିଶତ ବୃଦ୍ଧି ପାଇଛି । କେବଳ ଗୁଜରାଟରେ ଏହି କ୍ଷେତ୍ରରେ 170 ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି । 2006-07ରେ 49.7 ହଜାର ହେକ୍ଟର ଜମିରେ ଆଳୁ ଚାଷ ହେଉଥିବା ବେଳେ ଏହା 2017-18ରେ ବୃଦ୍ଧି ପାଇ 133 ହଜାର ହେକ୍ଟରରେ ପହଁଚିଛି । 30 ଟନ/ହେକ୍ଟରରୁ ଅଧିକ ଉତ୍ପାଦକତା ସହିତ ଗୁଜରାଟ ବିଗତ ଦଶନ୍ଧିରେ ଶୀର୍ଷ ସ୍ଥାନ ହାସଲ କରିଛି । ଏହି ରାଜ୍ୟ ଚାଷ କାମରେ ଆଧୁନିକ ଜ୍ଞାନକୌଶଳ ଯେପରିକି ପାଣି ସିଂଚନ ଓ ଡ୍ରିପ ସିଂଚନ ଯନ୍ତ୍ର ବ୍ୟବହାର କରିଥାଏ ।

ରାଜ୍ୟରେ ସର୍ବଶ୍ରେଷ୍ଠ ଶୀତଳ ଭଣ୍ଡାର ସୁବିଧା ଓ ବଜାର ସହ ଯୋଗାଯୋଗ ବ୍ୟବସ୍ଥା ରହିଛି । ଏହା ମଧ୍ୟ ଦେଶରେ ଆଳୁ ପ୍ରକ୍ରିୟାକରଣ ଉଦ୍ୟୋଗର ଏକ ପ୍ରମୁଖ କେନ୍ଦ୍ର ।

ଏହାବ୍ୟତୀତ ଆଳୁର ସର୍ବାଧିକ ରପ୍ତାନୀ ଗୁଜରାଟରୁ ହିଁ ହୋଇଥାଏ । ଫଳରେ ଏହି ରାଜ୍ୟ ଦେଶର ପ୍ରମୁଖ ଆଳୁ କେନ୍ଦ୍ର ଭାବେ ଉଭା ହୋଇଛି । ଏହାକୁ ଦେଖି ତୃତୀୟ ବିଶ୍ୱ ଆଳୁ ସମ୍ମିଳନୀର ଆୟୋଜନ ଗୁଜରାଟରେ ହେଉଛି ।

ଭାରତୀୟ ଆଳୁ ସଂଘ (ଆଇପିଏ) ପକ୍ଷରୁ ଭାରତୀୟ କୃଷି ଗବେଷଣା ପରିଷଦ, ନୂଆଦିଲ୍ଲୀ ଓ ଆଇସିଏଆର-କେନ୍ଦ୍ର ଆଳୁ ଗବେଷଣା ସଂସ୍ଥାନ, ଶିମଲା ଏବଂ ଅନ୍ତର୍ଜାତୀୟ ଆଳୁ କେନ୍ଦ୍ର (ସିଆଇପି), ଲୀମା, ପେରୁ ସହଯୋଗରେ ଏହି ସମ୍ମିଳନୀର ଆୟୋଜନ କରାଯାଉଛି ।

ଏହି କାର୍ଯ୍ୟକ୍ରମର ତିନୋଟି ପ୍ରମୁଖ ଅଂଶ ରହିଛି- (1) ଆଳୁ ସମ୍ମିଳନୀ (2) କୃଷି ରପ୍ତାନି ଏବଂ (3)ଆଳୁ କୃଷିର ଦିନ ।

ଆଳୁ ସମ୍ମିଳନୀ ତିନି ଦିନ ପର୍ଯ୍ୟନ୍ତ ଚାଲିବ । ଏହାର 10ଟି ବିଷୟବସ୍ତୁ ରହିବ । 10ଟି ମଧ୍ୟରୁ 8ଟି ବିଷୟବସ୍ତୁ ବ୍ୟବହାରିକ ଏବଂ ପ୍ରୟୋଗାତ୍ମକ ଗବେଷଣା ଉପରେ ଆଧାରିତ ହେବ । ଅବଶିଷ୍ଟ ଦୁଇଟି ବିଷୟବସ୍ତୁ ମଧ୍ୟରେ ଆଳୁ ବ୍ୟବସାୟ, ମୂଲ୍ୟ ଶୃଙ୍ଖଳା ପରିଚାଳନା ଓ ନୀତିଗତ ବସ୍ତୁ ଉପରେ ବିଶେଷ ଗୁରୁତ୍ୱାରୋପ କରାଯିବ ।

ଏହି ଏଗ୍ରି-ଏକ୍ସପୋର ଆୟୋଜନ 28ରୁ 30 ଜାନୁଆରୀ, 2020 ସମୟରେ କରାଯିବ । ଏଥିରେ ଆଳୁ ଆଧାରିତ ଉଦ୍ୟୋଗ ଏବଂ ବ୍ୟବସାୟର ସ୍ଥିତି, ପ୍ରକ୍ରିୟାକରଣ, ଆଳୁ ବିହନ ଉତ୍ପାଦନ, ଜୈବ ପ୍ରଯୁକ୍ତି, ପ୍ରଯୁକ୍ତି ହସ୍ତାନ୍ତରରେ ସରକାରୀ-ଘରୋଇ ଭାଗିଦାରୀ ତଥା କୃଷକଙ୍କ ସମ୍ବନ୍ଧୀୟ ଉତ୍ପାଦକୁ ପ୍ରଦର୍ଶିତ କରାଯିବ ।

ଆଳୁ କୃଷି ଦିନର ଆୟୋଜନ 31 ଜାନୁଆରୀ, 2020ରେ ଆୟୋଜନ କରାଯିବ । ଏଥିରେ ଆଳୁଚାଷରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ, ଆଳୁ କିସମ ଓ ନବୀନତମ ଜ୍ଞାନକୌଶଳ ପ୍ରଦର୍ଶନ ସାମିଲ ରହିଛି ।

ଆଳୁ ଚାରାରୋପଣ ସାମଗ୍ରୀ, ଯୋଗାଣ ଶୃଙ୍ଖଳାରେ ଅଭାବ, ଫସଲ ଅମଳଜନିତ କ୍ଷତି, ପ୍ରକ୍ରିୟାକରଣକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା, ରପ୍ତାନି ଓ ବିବିଧ ଉପଯୋଗ ତଥା ଆବଶ୍ୟକ ନୀତିଗତ ସହାୟତା-ଅର୍ଥାତ ଦୂରସ୍ଥାନକୁ ପରିବହନ ଏବଂ ରପ୍ତାନି ପ୍ରୋତ୍ସାହନ ଲାଗି ଉତ୍ପାଦନ ଓ ପ୍ରମାଣିକ ବିହନର ପ୍ରୟୋଗ ଆଦି ପ୍ରମୁଖ ପ୍ରସଙ୍ଗରେ ଆଲୋଚନା କରାଯିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Fresh data centre capacity sees 59% annual growth in Jan-Jun: Report

Media Coverage

Fresh data centre capacity sees 59% annual growth in Jan-Jun: Report
NM on the go

Nm on the go

Always be the first to hear from the PM. Get the App Now!
...
Chief Minister of Andhra Pradesh meets the Prime Minister
July 22, 2026

The Chief Minister of Andhra Pradesh, Shri N. Chandrababu Naidu, today met Prime Minister Shri Narendra Modi.

In a post on X, the Prime Minister shared:

"Chief Minister of Andhra Pradesh, Shri @ncbn met Prime Minister @narendramodi.

@AndhraPradeshCM"