ବିଷୟ – ‘ଅମୃତ କାଳ: ଏକ ବିକଶିତ ଭାରତ ପାଇଁ ସମବାୟ ମାଧ୍ୟମରେ ସମୃଦ୍ଧତା’

ଆନ୍ତର୍ଜାତୀୟ ସମବାୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ୧୭ ତମ ଭାରତୀୟ ସମବାୟ କଂଗ୍ରେସକୁ ସମ୍ବୋଧିତ କରିବେ ।

“ସହକାର ସେ ସମୃଦ୍ଧି” ର ଦୃଷ୍ଟିକୋଣରେ ପ୍ରଧାନମନ୍ତ୍ରୀଙ୍କ ଦୃଢ ବିଶ୍ୱାସ ଦ୍ୱାରା ସରକାର ଦେଶରେ ସମବାୟ ଆନ୍ଦୋଳନକୁ ବୃଦ୍ଧି କରିବା ପାଇଁ ନିରନ୍ତର ପଦକ୍ଷେପ ନେଉଛନ୍ତି । ଏହି ପ୍ରୟାସକୁ ବଳ ଦେବା ପାଇଁ ସରକାର ଏକ ପୃଥକ ସମବାୟ ମନ୍ତ୍ରଣାଳୟ ଗଠନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ ହେଉଛି ଏହି ଦିଗରେ ଆଉ ଏକ ପଦକ୍ଷେପ ।

ଜୁଲାଇ ୧-୨, ୨୦୨୩ ରେ ୧୭ ତମ ଭାରତୀୟ ସମବାୟ କଂଗ୍ରେସ ଆୟୋଜନ କରାଯାଉଛି । ଏହାର ଉଦ୍ଦେଶ୍ୟ ହେଉଛି ସମବାୟ ଆନ୍ଦୋଳନର ବିଭିନ୍ନ ଧାରା ଉପରେ ଆଲୋଚନା କରିବା, ସର୍ବୋତ୍ତମ ଅଭ୍ୟାସ ଗ୍ରହଣ କରାଯିବା, ସୁଚିନ୍ତିତ ଆହ୍ୱାନର ସମ୍ମୁଖୀନ ହେବା ଏବଂ ଭାରତର ସମବାୟ ଆନ୍ଦୋଳନର ଅଭିବୃଦ୍ଧି ପାଇଁ ଭବିଷ୍ୟତର ନୀତି ର୍ନିଦ୍ଧାରଣ କରିବା । “ଅମୃତ କାଳ : ଏକ ବିକଶିତ ଭାରତ ପାଇଁ ସମବାୟ ମାଧ୍ୟମରେ ସମୃଦ୍ଧତା” ର ମୁଖ୍ୟ ବିଷୟବସ୍ତୁ ଉପରେ ସାତୋଟି ବୈଷୟିକ ଅଧିବେଶନ ହେବ । ଏଥିରେ ୩୬୦୦ରୁ ଅଧିକ ହିତାଧିକାରୀଙ୍କ ଅଂଶଗ୍ରହଣ ସମେତ ପ୍ରାଥମିକ ସ୍ତରରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ସମବାୟ ସମିତି, ଆନ୍ତର୍ଜାତୀୟ ସମବାୟ ସଂଗଠନର ପ୍ରତିନିଧୀ, ଆନ୍ତର୍ଜାତୀୟ ସମବାୟ ମଞ୍ଚର ପ୍ରତିନିଧୀ, ମନ୍ତ୍ରଣାଳୟ, ବିଶ୍ୱବିଦ୍ୟାଳୟ, ପ୍ରତିଷ୍ଠିତ ଅନୁଷ୍ଠାନର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's electric car sales set to cross 3 lakh units for first time in 2026: Report

Media Coverage

India's electric car sales set to cross 3 lakh units for first time in 2026: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 29, 2026
June 29, 2026

PM Modi Advancing National Strength Through Unity, Innovation and Janbhagidari