ପ୍ରଧାନମନ୍ତ୍ରୀ 5G ଟେଷ୍ଟ ବେଡ ଶୁଭାରମ୍ଭ କରିବେ। ଏହା ଭାରତୀୟ ଶିଳ୍ପ ଓ ଷ୍ଟାର୍ଟ ଅପ୍‌ସଙ୍କୁ ସେମାନଙ୍କ ସାମଗ୍ରୀକୁ ବୈଧ କରିବା, ପ୍ରୋଟୋ ଟାଇପ୍ରସ, 5G ର ସମାଧାନ ଓ ଆଲଗୋରୋଥିମ୍ ଓ ପରବର୍ତ୍ତୀ ପିଢି ପ୍ରଯୁକ୍ତି ବିଦ୍ୟା ନିମନ୍ତେ ସାହାଯ୍ୟ କରିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (୧୭.୦୫.୨୦୨୨) ଦିନ ଭାରତୀୟ ଦୂରସଞ୍ଚାର ନିୟନ୍ତ୍ରକ କର୍ତ୍ତୃପକ୍ଷ(ଟ୍ରାଇ)ର ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମରେ ପୂର୍ବାହ୍ନ ଏଗାରଟାବେଳେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ନିଜର ଅଭିଭାଷଣ ରଖିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଡାକଟିକଟ ମଧ୍ୟ ଉନ୍ମୋଚନ କରିବେ ।

 କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ  ଆଇଆଇଟି ମାନ୍ଦ୍ରାଜ ନେତୃତ୍ୱରେ ଆଠଟି ପ୍ରତିଷ୍ଠାନ ଦ୍ୱାରା ମିଳିତ ପ୍ରକଳ୍ପ ଜରିଆରେ ବିକଶିତ 5G ଟେଷ୍ଟ ବେଚର ମଧ୍ୟ ଶୁଭାରମ୍ଭ କରିବେ । ଏଥିରେ ସହଯୋଗ କରିଥିବା ଅନ୍ୟାନ୍ୟ ପ୍ରତିଷ୍ଠାନଗୁଡିକ ହେଲେ ଆଇଆଇଟି ଦିଲ୍ଲୀ୍‌, ଆଇଆଇଟି ହାଇଦ୍ରାବାଦ, ଆଇଆଇଟି ବମ୍ବେ, ଆଇଆଇଟି କାନପୁର, ଆଇଆଇଏସସି ବାଙ୍ଗୋଲୋର, ପ୍ରୟୋଗାତ୍ମକ ଅନୁତରଙ୍ଗ ଇଲେକ୍‌ଟ୍ରୋନିକ୍ସ ଇଞ୍ଜିନିୟରିଂ ଓ ଗବେଷଣା ସମାଜ (ଏସଏଏମ୍‌ଇଇଆର) ଏବଂ ଓୟାରଲେସ୍ ଟେକ୍ନୋଲୋଜି, ଉତ୍କର୍ଷ କେନ୍ଦ୍ର(ଇଡବ୍ଲୁଆଇଟି) । ଏହି ପ୍ରକଳ୍ପ ବାବଦ ୨୨୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି । ଭାରତୀୟ ଶିଳ୍ପ ଓ ଷ୍ଟାର୍ଟଅପମାନଙ୍କୁ  ଏହି ଟେଷ୍ଟ ବେଡ ବିଭିନ୍ନ ଦିଗରେ ସାହାଯ୍ୟ କରିବା ସହ ପରବର୍ତ୍ତୀ ପିଢି ପ୍ରଯୁକ୍ତିବିଦ୍ୟା ନିମନ୍ତେ ମଧ୍ୟ ସହାୟକ ହେବେ ।

ଭାରତୀୟ ଦୂରସଞ୍ଚାର ନିୟନ୍ତ୍ରକ କର୍ତ୍ତୃପକ୍ଷ ଆଇନ, ୧୯୯୭ ଅଧୀନରେ ୧୯୯୭ରେ ହିଁ ଟ୍ରାଇ ପ୍ରତିଷ୍ଠା ହୋଇଥିଲା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From conflict to progress: Remote Irpanar village in Chhattisgarh gets electricity

Media Coverage

From conflict to progress: Remote Irpanar village in Chhattisgarh gets electricity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 27, 2026
April 27, 2026

Sabka Saath, Sabka Vikas 2.0: PM Modi Delivers Self-Reliance, Global Trade & National Pride