Theme of rally: ‘Rashtra Pratham - Kartavya Nishtha Yuva’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୮ ଜାନୁଆରୀ ୨୦୨୬ ଅପରାହ୍ନ ପ୍ରାୟ ୩:୩୦ ସମୟରେ ଦିଲ୍ଲୀର କରିଅପ୍ପା ପରେଡ ଗ୍ରାଉଣ୍ଡରେ ବାର୍ଷିକ ଏନସିସି ପିଏମ୍ ରାଲିକୁ ସମ୍ବୋଧିତ କରିବେ ।

ଚଳିତ ବର୍ଷ ରାଲିର ବିଷୟବସ୍ତୁ ହେଉଛି ‘ରାଷ୍ଟ୍ର ପ୍ରଥମ-କର୍ତ୍ତବ୍ୟନିଷ୍ଠ ଯୁବପିଢ଼ି’, ଯାହା ଭାରତର ଯୁବପିଢ଼ିଙ୍କ ମଧ୍ୟରେ କର୍ତ୍ତବ୍ୟ, ଶୃଙ୍ଖଳା ଏବଂ ଜାତୀୟ ପ୍ରତିବଦ୍ଧତାର ଭାବନାକୁ ପ୍ରତିଫଳିତ କରେ ।

ଏନ୍‌ସିସି ପିଏମ୍ ରାଲି ସହ ଏକ ମାସ ବ୍ୟାପୀ ଚାଲିଥିବା ଏନ୍‌ସିସି ଗଣତନ୍ତ୍ର ଦିବସ ଶିବିର ୨୦୨୬ର ଭବ୍ୟ ପରିସମାପ୍ତି ହେବ । ଯେଉଁଥିରେ ସମଗ୍ର ଦେଶରୁ ୨,୪୦୬ ଏନ୍‌ସିସି କ୍ୟାଡେଟ୍ ଅଂଶଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରେ ୮୯୮ ଜଣ ବାଳିକା କ୍ୟାଡେଟ୍ ମଧ୍ୟ ସାମିଲ ଥିଲେ । ଏହି ରାଲିରେ ୨୧ଟି ଦେଶର ୨୦୭ ଜଣ ଯୁବକ ଏବଂ ଅଧିକାରୀ ମଧ୍ୟ ଅଂଶଗ୍ରହଣ କରିବେ ।

ଏହି ଅବସରରେ, ରାଷ୍ଟ୍ରୀୟ ରଙ୍ଗଶାଳା ଏବଂ ଜାତୀୟ ସେବା ଯୋଜନାର ସଦସ୍ୟ ତଥା ଏନ୍‌ସିସି କ୍ୟାଡେଟମାନଙ୍କ ଦ୍ୱାରା ଏକ ସ୍ପନ୍ଦନଶୀଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ, ଯେଉଁଥିରେ ଦେଶ ନିର୍ମାଣ, ସମାଜ ସେବା ଏବଂ ଚରିତ୍ର ବିକାଶରେ ସେମାନଙ୍କର ଭୂମିକା ପ୍ରଦର୍ଶନ କରାଯିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Modi Govt’s 12 years are transformational for industry’

Media Coverage

‘Modi Govt’s 12 years are transformational for industry’
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 12, 2026
June 12, 2026

Breaking Barriers, Building Bharat: PM Modi’s Historic Push for Gender Equality and Inclusive Growth