ଏହି ଶିଖର ସମ୍ମିଳନୀରେ ପ୍ରାକୃତିକ ପ୍ରଣାଳୀରେ ଚାଷବାସ ଏବଂ ଏହାର ଲାଭ ସମ୍ପର୍କରେ କୃଷକଙ୍କୁ ସୂଚନା ପ୍ରଦାନ ଉପରେ ଗୁରୁତ୍ୱ
କୃଷକଙ୍କ କଲ୍ୟାଣ ଏବଂ ସେମାନଙ୍କ ଆୟବୃଦ୍ଧି ଘେନି ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟକୁ ପୂରଣ କରିବାକୁ ଏହି ସମ୍ମିଳନୀର ଆୟୋଜନ କରାଯାଇଛି

ଗୁଜରାଟର ଆନନ୍ଦଠାରେ ଆଜିଠାରୁ ଆରମ୍ଭ ହୋଇଥିବା କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଜାତୀୟ ଶିଖର ସମ୍ମିଳନୀର ଅନ୍ତିମ ଅଧିବେଶନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୬ତାରିଖ ପୂର୍ବାହ୍ନ ୧୧ଟାରେ କୃଷକମାନଙ୍କୁ ଉଦ୍‌ବୋଧନ ଦେବେ । ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ଦେଶର କୃଷକମାନଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ଏହି ସମ୍ମିଳନୀରେ ପ୍ରାକୃତିକ ପ୍ରଣାଳୀରେ ଚାଷବାସ କରିବା ଉପରେ ଗୁରୁତ୍ୱ ଦିଆଯିବ ଏବଂ ସେ ବିଷୟରେ ଏଥିରେ ଆଲୋଚନା ହେବ । ଏହାଛଡା ପ୍ରାକୃତିକ ପ୍ରଣାଳୀରେ ଚାଷବାସ କଲେ କି ପ୍ରକାର ଲାଭ ହେବ ସେ ସମ୍ପର୍କରେ ମଧ୍ୟ ଚାଷୀଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରାଯିବ ।

କୃଷକଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ ପୂରଣ କରିବା ନିମନ୍ତେ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଉତ୍ପାଦନ ବୃଦ୍ଧିକୁ ନିଶ୍ଚିତ କରି ଚାଷୀଙ୍କ ଚାଷ ଦକ୍ଷତାକୁ ବଢାଇ ସେମାନଙ୍କୁ ଲାଭବାନ କରିବାକୁ ଉଦ୍ୟବ ଅବ୍ୟାହତ ରହିଛି । ଏହାଛଡା ଚାଷୀଙ୍କ ଆୟ ବଢାଇବାକୁ ମଧ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଲାଭଦାୟକ କୃଷି ପଦ୍ଧତିର ନିରନ୍ତରତା ରକ୍ଷା, କୃଷି କାର୍ଯ୍ୟରେ ବିନିଯୋଗ ଜନିତ ଖର୍ଚ୍ଚ ହ୍ରାସ, ଉତ୍ପାଦିତ ସାମଗ୍ରୀ ପାଇଁ ଉତ୍ତମ ବଜାର ସୁବିଧା ଯୋଗାଣ ଓ ସର୍ବୋପରି ଚାଷୀଙ୍କୁ ଅଧିକ ଆୟ ଦେବା ନିମନ୍ତେ ସରକାର ନାନା ପ୍ରକାର ପଦକ୍ଷେପ ତଥା ସହାୟକ ବ୍ୟବସ୍ଥା ଗ୍ରହଣ କରିଛନ୍ତି ।

ଶୂନ୍ୟ ବଜେଟ ପ୍ରାକୃତିକ ଚାଷ, କୃଷି କାର୍ଯ୍ୟରେ ଖର୍ଚ୍ଚ ହ୍ରାସ ପାଇଁ ଏକ ଭଲ ପନ୍ଥା । ଏହା ଫଳରେ ସାର, କୀଟନାଶକ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବାକୁ ଚାଷୀଙ୍କୁ ବଜାର ଉପରେ ଅଧି ନିର୍ଭର କରିବାକୁ ପଡିବ ନାହିଁ । ଏହା ଦ୍ୱାରା ସେମାନଙ୍କ ଚାଷବାସ ଖର୍ଚ୍ଚ କମିବ ଏବଂ ଆୟ ବଢିବ ।

ସେମାନଙ୍କୁ ପାରମ୍ପରିକ କ୍ଷେତ୍ରଭିତ୍ତିକ ପ୍ରଯୁକ୍ତି ବ୍ୟବହାର କରି ମାଟିର ଉର୍ବରତା ଓ ଉତ୍ପାଦକତା ଶକ୍ତି ବୃଦ୍ଧି ପାଇଁ ଉପାୟ ଯୋଗାଇ ଦେବାକୁ ପ୍ରୟାସ ଚାଲିଛି । ଦେଶୀ ଗାଈ ଗୋବର ଓ ଗୋମୁତ୍ରକୁ ସହଜରେ ବିନା ଖର୍ଚ୍ଚରେ ନିଜର ଜମିରେ ବ୍ୟବହାର କରି ଏହାର ଉତ୍ପାଦକ ଶକ୍ତିକୁ ବଢାଇ ପାରିବେ । ଜମିର ଆର୍ଦ୍ରତା ରକ୍ଷା ପାଇଁ ଘାସପତ୍ର ଆଦି ଜୈବିକ ପଦାର୍ଥମାନ ବ୍ୟବହାର କରି ତାହାକୁ ଘୋଡାଇ ରଖିବାର ପାରମ୍ପରିକ ପଦ୍ଧତିର ଉପଯୋଗ ଉପରେ ଗୁରୁତ୍ୱ ଦିଆଯାଉଛି । ଏହା ଫଳରେ ଜମିର ଆର୍ଦ୍ରତା ବର୍ଷତମାମ ରହିବ ଏବଂ ଜଳାଭାବ ସମୟରେ ମଧ୍ୟ ଏହି ପଦ୍ଧତିରେ ଜମିରୁ ଫସଲ ଉତ୍ପାଦନ କମିବ ନାହିଁ, କିମ୍ବା ମରୁଡି ଭୟ ରହିବ ନାହିଁ । ଏହାଫଳରେ ଜମିରୁ ନିରନ୍ତର ଭଲ ଫସଲ ଉତ୍ପାଦିତ ହୋଇପାରିବ । ଏହି ପଦ୍ଧତି ଅବଲମ୍ବନ କିରବାର ପ୍ରଥମ ବର୍ଷଠାରୁ ଚାଷୀଙ୍କୁ ଭଲ ଉତ୍ପାଦନ ମିଳିପାରିବ ।

ଏସବୁ କୌଶଳ ଉପରେ ଗୁରୁତ୍ୱ ଦେବା ସହିତ ସମଗ୍ର ଦେଶର ଚାଷୀମାନଙ୍କୁ ଏ ସଂକ୍ରାନ୍ତ ତଥ୍ୟ ଓ ବାର୍ତ୍ତା ଯୋଗାଇବାକୁ ଗୁଜରାଟ ସରକାର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଉପରେ ଏକ ତିନିଦିନିଆ ଜାତୀୟ ଶିଖର ସମ୍ମିଳନୀ ଆଜିଠାରୁ ଆୟୋଜନ କରିଛନ୍ତି । ଏହି ତିନିଦିନିଆ ସମ୍ମିଳନୀ ଚଳିତ ମାସ ୧୬ତାରିଖ ଯାଏ ଚାଲିବ। ଏଥିରେ ପ୍ରାକୃତିକ କୃଷି ପଦ୍ଧତିକୁ ଗୁରୁତ୍ୱ ଦିଆଯାଇଛି । ଏହି ସମ୍ମିଳନୀରେ ୫୦୦୦ରୁ ଅଧିକ କୃଷକ ଯୋଗ ଦେବେ । ଏହାଛଡା ଦେଶର ବିଭିନ୍ନ ଭାଗର ଚାଷୀମାନଙ୍କୁ ଆଇସିଆରର କେନ୍ଦ୍ରୀୟ ପ୍ରତିଷ୍ଠାନ ସମୂହ , କୃଷି ବିଜ୍ଞାନ କେନ୍ଦ୍ର ଓ କୃଷି ପ୍ରଯୁକ୍ତି ପରିଚାଳନା ସଂସ୍ଥା (ଆତ୍ମା) ନେଟୱାର୍କ ମାଧ୍ୟମରେ ଆଭାସୀ ବ୍ୟବସ୍ଥାରେ ଏହି ସମ୍ମିଳନୀରେ ପ୍ରତ୍ୟକ୍ଷଭାବେ ଉପସ୍ଥିତ ନ ହୋଇ ମଧ୍ୟ ସମ୍ମିଳନୀ କାର୍ଯ୍ୟକ୍ରମ ଦେଖିପାରିବେ ଓ ସେଠାକାରା ଆଲୋଚନା ବିଷୟରେ ଅବଗତ ହୋଇପାରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Microsoft opens its largest India data centre hub as AI race heats up

Media Coverage

Microsoft opens its largest India data centre hub as AI race heats up
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasizing on spirit of selfless service
August 07, 2026

The Prime Minister, Shri Narendra Modi, shared a Sanskrit Subhashitam highlighting the virtue of selfless service and the noble ideal of working for the welfare of others without expecting anything in return:

"किं चन्द्रमाः प्रत्युपकारलिप्सया करोति गोभिः कुमुदावबोधनम्।

स्वभाव एवोन्नतचेतसां सतां परोपकारव्यसनं हि जीवितम्॥"

The Prime Minister posted on X:

किं चन्द्रमाः प्रत्युपकारलिप्सया करोति गोभिः कुमुदावबोधनम्।

स्वभाव एवोन्नतचेतसां सतां परोपकारव्यसनं हि जीवितम्॥