ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 22 ଡିସେମ୍ବର, 2020 ଦିନ 11ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର (ଏଏମୟୁ) ଶତବାର୍ଷିକୀ ସମାରୋହକୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏକ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିବେ । ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ମହାମହିମ ସୟଦନା ମୁଫାଦଲ ସଇଫୁଦ୍ଦିନ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ ମଧ୍ୟ ଉପସ୍ଥିତ ରହିବେ ।

ଏଏମୟୁ ବିଷୟରେ

ମହମ୍ମଦାନ ଆଙ୍ଗ୍ଲୋ ଓରିଏଣ୍ଟାଲ (ଏମଏଓ) କଲେଜକୁ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଇ ଭାରତୀୟ ବିଧାନ ପରିଷଦର ଏକ ଅଧିନିୟମ ମାଧ୍ୟମରେ 1920ରେ ଏଏମୟୁ  ବିଶ୍ୱବିଦ୍ୟାଳୟ ରୂପେ ପ୍ରତିଷ୍ଠା ହେଲା । 1877 ମସିହାରେ ସାର ସୟଦ ଅହମ୍ମଦ ଖାନଙ୍କ ଦ୍ୱାରା ଏମଏଓ କଲେଜ ପ୍ରତିଷ୍ଠା କରାଯାଇଥିଲା । ଉତ୍ତରପ୍ରଦେଶର ଆଲିଗଡ଼ ସହରରେ 467.6 ହେକ୍ଟର ଜମିରେ ବିଶ୍ୱବିଦ୍ୟାଳୟର ଏକ କ୍ୟାମ୍ପସ ପ୍ରତିଷ୍ଠା କରାଯାଇଛି । ମାଲାପୁରମ (କେରଳ), ମୁର୍ସିଦାବାଦ-ଜାଙ୍ଗିପୁର (ପଶ୍ଚିମବଙ୍ଗ) ଏବଂ କିଶନଗଞ୍ଜ (ବିହାର)ରେ ଏହାର ତିନୋଟି ଅଫ କ୍ୟାମ୍ପସ କେନ୍ଦ୍ର ରହିଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Give mothers, sisters their due rights’: PM Modi pushes for women's reservation from the ramparts of Red Fort

Media Coverage

‘Give mothers, sisters their due rights’: PM Modi pushes for women's reservation from the ramparts of Red Fort
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 16, 2026
August 16, 2026

Aatmanirbhar Ambitions Meet Global Alliances: The Modi Doctrine in Action