ଏନଇଆଇଜିଆରଆଇଏଚଏମଏସ, ଶିଲଂରେ ୭୫୦୦ତମ ଜନୌଷଧି କେନ୍ଦ୍ରକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

ମାର୍ଚ୍ଚ ୭, ୨୦୨୧ରେ ଜନୌଷଧି ଦିବସ ଅବସରରେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସକାଳ ୧୦ଟା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦବୋଧନ ଦେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏନଇଆଇଜିଆରଆଇଏଚଏମଏସ, ଶିଲଂର ୭୫୦୦ତମ ଜନୌଷଧି କେନ୍ଦ୍ରକୁ ଜାତି ଉଦେ୍ଦଶ୍ୟରେ ଉତ୍ସର୍ଗ କରିବେ । ଭାରତୀୟ ଜନୌଷଧି ପରିଯୋଜନାର ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ସହ ଶ୍ରେଷ୍ଠ ପ୍ରଦର୍ଶନକୁ ସ୍ୱୀକୃତି ସ୍ୱରୂପ ଅଂଶୀଦାରମାନଙ୍କୁ ପୁରସ୍କାର ପ୍ରଦାନ କରିବେ । କାର୍ଯ୍ୟକ୍ରମରେ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଉପସ୍ଥିତ ରହିବେ ।

 

ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନା

ସୁଲଭ ମୂଲ୍ୟରେ ଗୁଣବତା ସମ୍ପନ୍ନ ଔଷଧ ଯୋଗାଇବା ପାଇଁ ଏହି ଉପକ୍ରମ ମାଧ୍ୟମରେ ଉଦ୍ୟମ ଜାରି ରହିଛି । ଏହି ଯୋଜନାରେ ଦେଶର ସମସ୍ତ ଜିଲ୍ଲାରେ ୭୪୯୯ଟି ଦୋକାନ ରହିଛି । ୨୦୨୦-୨୧ ଆର୍ଥିକ ବର୍ଷ (ମାର୍ଚ୍ଚ ୪, ୨୦୨୧ ପର୍ଯ୍ୟନ୍ତ) ହୋଇଥିବା ବିକ୍ରି ଯୋଗୁଁ ସାଧାରଣ ଜନତାଙ୍କର ପ୍ରାୟ ୩ହଜାର ୬ ଶହ କୋଟି ଟଙ୍କା ସଂଚୟ ହୋଇଛି । କାରଣ ଏଠାରେ ଔଷଧଗୁଡିକ ବଜାର ଦର ତୁଳନାରେ ୫୦ରୁ ୯୦ ପ୍ରତିଶତ ଶସ୍ତାରେ ଉପଲବ୍ଧ ହୁଏ ।

ଜନୌଷଧି ଦିବସ ସମ୍ପର୍କରେ

ଜନୌଷଧି ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ପାଇଁ ମାର୍ଚ୍ଚ ୧ରୁ ୭ ପର୍ଯ୍ୟନ୍ତ ଜନ ଔଷଧି- ସେବା ଭି, ରୋଜଗାର ଭି ଥିମ୍କୁ ନେଇ ସାରା ଦେଶରେ ଜନୌଷଧି ସପ୍ତାହ ପାଳିତ ହୁଏ । ଏହି ସପ୍ତାହର ଶେଷ ଦିନ (ମାର୍ଚ୍ଚ ୭)କୁ ଜନୌଷଧି ଦିବସ ଭାବେ ପାଳନ କରାଯାଏ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In a first, NCERT adds Emergency to Class 9 textbooks; chapter details rights suspension and press censorship

Media Coverage

In a first, NCERT adds Emergency to Class 9 textbooks; chapter details rights suspension and press censorship
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 25, 2026
June 25, 2026

Viksit Bharat in Action: PM Modi's Reforms Powering Inclusive Growth, Tech Innovation & Global Competitiveness