ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ୭୪ତମ ଗଣତନ୍ତ୍ର ଦିବସ ଅବସରରେ ଶୁଭେଚ୍ଛା ଜଣାଇଥିବା ବିଶ୍ୱ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଧନ୍ୟବାଦ ପ୍ରଧାନମନ୍ତ୍ରୀ @AlboMP । ଆପଣଙ୍କୁ ଓ ବନ୍ଧୁତ୍ୱ ପ୍ରିୟ ଅଷ୍ଟ୍ରେଲିଆବାସୀଙ୍କୁ ଅଷ୍ଟ୍ରେଲିଆ ଦିବସର ଶୁଭେଚ୍ଛା ।”   

ନେପାଳ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆପଣଙ୍କ ଆନ୍ତରିକ ଶୁଭେଚ୍ଛା ପାଇଁ ଧନ୍ୟବାଦ @cmprachanda ଜୀ !”

ଭୁଟାନ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଶୁଭେଚ୍ଛା ବାର୍ତ୍ତା ପାଇଁ ଧନ୍ୟବାଦ @PMBhutan ଡଃ ଲୋଟେ ସେରିଂ ! ଦୁଇ ଦେଶର ପ୍ରଗତି ଓ ସମୃଦ୍ଧି ପାଇଁ ଭୁଟାନ ସହିତ ନିଆରା ଭାଗିଦାରୀ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ ।”

ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆପଣଙ୍କ ଆନ୍ତରିକ ଶୁଭେଚ୍ଛା ପାଇଁ ଧନ୍ୟବାଦ ରାଷ୍ଟ୍ରପତି @ibusolih । ମିଳିତ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଆଧାରିତ ଭାରତ- ମାଳଦ୍ୱୀପ ଭାଗିଦାରୀ ଦ୍ୱାରା ମିଳିଥିବା ନିରନ୍ତର ପ୍ରଗତି ବେଶ ସନ୍ତୋଷଜନକ ।”

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଭାରତର ଗଣତନ୍ତ୍ର ଦିବସ ଅବସରେ ଆପଣଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ପ୍ରଧାନମନ୍ତ୍ରୀ @netanyahu । ଆମ ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ପାଇଁ ଆଗ୍ରହୀ ।” 

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଭାରତର ଗଣତନ୍ତ୍ର ଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ପାଇଁ କୃତଜ୍ଞ ମୋର ପ୍ରିୟ ବନ୍ଧୁ @EmmanuelMacron । ଭାରତର ଜି-୨୦ ଅଧ୍ୟକ୍ଷତା ଓ ଭାରତ- ଫ୍ରାନ୍ସ ରଣନୈତିକ ଭାଗିଦାରୀର ୨୫ ବର୍ଷ ପୂର୍ତ୍ତି ସଫଳତା ପାଇଁ ଏକାଠି ମିଶି କାମ କରିବାର ଆପଣଙ୍କ ପ୍ରତିବନ୍ଧତାକୁ ଦୋହରାଉଛି । ବିଶ୍ୱ କଲ୍ୟାଣ ଦିଗରେ ଭାରତ ଓ ଫ୍ରାନ୍ସ ଏକ ମିଳିତ ଶକ୍ତି ।”   

ମରିସସ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଧନ୍ୟବାଦ ପ୍ରଧାନମନ୍ତ୍ରୀ @KumarJugnauth । ଆଧୁନିକ ଗଣରାଜ୍ୟ ଭାବରେ ଆମର ମିଳିତ ଯାତ୍ରାରେ ଦୁଇ ଦେଶ ଜନକୈନ୍ଦ୍ରିକ ବିକାଶ ପାଇଁ ମିଳିତ ଉଦ୍ୟମ କରୁଛନ୍ତି ।

ମରିସସ ସହ ଆମର ଗୌରବାବହ ଭାଗିଦାରୀକୁ ଆହୁରି ଆଗେଇ ନେବା ପାଇଁ ଆଗ୍ରହୀ ।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s AI moment: Sarvam turns unicorn at $1.5 billion valuation

Media Coverage

India’s AI moment: Sarvam turns unicorn at $1.5 billion valuation
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 16, 2026
June 16, 2026

Viksit Bharat in Action: 12 Years of Roads, AI Unicorns, Export Booms & Unmatched Global Camaraderie"