ଭାରତର ୭୬ତମ ଗଣତନ୍ତ୍ର ଦିବସରେ ଶୁଭେଚ୍ଛା ଜଣାଇଥିବାରୁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଓ ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ ମାଇକେଲ ମାର୍ଟିନଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଜଣାଇଛନ୍ତି ।

ଫ୍ରାନ୍ସର ରାଷ୍ଟ୍ରପତି ଏକ୍ସ ରେ କରିଥିବା ଏକ ପୋଷ୍ଟର ଉତ୍ତରରେ ଶ୍ରୀ ମୋଦୀ କହିଛନ୍ତି:

“ମୋର ପ୍ରିୟ ରାଷ୍ଟ୍ରପତି @EmmanuelMacron ଭାରତର ୭୬ତମ ଗଣତନ୍ତ୍ର ଦିବସରେ ଆପଣଙ୍କ ଶୁଭକାମନା ବେଶ୍ ପ୍ରଶଂସନୀୟ । ଗତବର୍ଷ ଏହି ଅବସରରେ ଆପଣଙ୍କ ଉପସ୍ଥିତି ବାସ୍ତବରେ ଆମର ରଣନୀତିକ ସହଭାଗିତା ଏବଂ ସ୍ଥାନୀୟ ମିତ୍ରତା ପାଇଁ ଏକ ମହତ୍ୱପୂର୍ଣ୍ଣ ମୁହୂର୍ତ୍ତ ଥିଲା । ମାନବତାର ଉତ୍ତମ ଭବିଷ୍ୟତ ପାଇଁ ଆମେ ଶୀଘ୍ର ଏଆଇ କାର୍ଯ୍ୟାନ୍ୱୟନ ସମ୍ମିଳନୀରେ ମିଳିତ ହେବା ।”

 

ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ ଏକ୍ସ ରେ କରିଥିବା ଏକ ପୋଷ୍ଟ ର ଉତ୍ତରରେ ଶ୍ରୀ ମୋଦୀ କହିଛନ୍ତି:

“ଶୁଭକାମନା ପାଇଁ ପ୍ରଧାନମନ୍ତ୍ରୀ @MichealMartinTD ଆପଣଙ୍କୁ ଧନ୍ୟବାଦ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି କି ଗଣତନ୍ତ୍ରରେ ଥିବା ବିଶ୍ୱାସ ଓ ଆସ୍ଥା ଉପରେ ଆଧାରିତ ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ବନ୍ଧୁତ୍ୱର ସ୍ଥାୟୀ ବନ୍ଧନ ଆଗାମୀ ଦିନରେ ଅଧିକ ସୁଦୃଢ଼ ହେବ ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's banking sector resilient; 11-13% credit growth for January-June likely: Survey

Media Coverage

India's banking sector resilient; 11-13% credit growth for January-June likely: Survey
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 20, 2026
April 20, 2026

Honouring Saints, Powering Futures: PM Modi’s Leadership That Blends Heritage, Highways and High Growth