ତାମିଲନାଡୁର ପ୍ରତ୍ୟେକ ଘରୁ ପୋଙ୍ଗଲ ସ୍ରୋତ ପ୍ରବାହିତ ହେଉଥିବାରୁ ମୁଁ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି କାମନା କରୁଛି
"ଆଜିର ଅନୁଭବ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଉତ୍ସବ ପାଳନ କରିବା ପରି"
"ଅଧିକାଂଶ ପର୍ବପର୍ବାଣୀର କେନ୍ଦ୍ରରେ ଫସଲ, କୃଷକ ଏବଂ ଗାଁ ରହିଛି"
"ମୋଟା ଶସ୍ୟର ପ୍ରୋତ୍ସାହନ କ୍ଷୁଦ୍ର କୃଷକ ଏବଂ ଯୁବ ଉଦ୍ୟୋଗୀଙ୍କୁ ଉପକୃତ କରୁଛି"
"ପୋଙ୍ଗଲ ପର୍ବ ଏକ ଭାରତ ଶ୍ରେଷ୍ଠ ଭାରତର ଜାତୀୟ ଭାବନାକୁ ପ୍ରତିଫଳିତ କରେ"
୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଏହି ଏକତା ଭାବନା ହିଁ ସବୁଠାରୁ ବଡ଼ ଶକ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଏଲ୍ ମୁରୁଗାନଙ୍କ ବାସଭବନରେ ପୋଙ୍ଗଲ ଉତ୍ସବରେ ଅଂଶଗ୍ରହଣ କରିଥିଲେ ।

 

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ପୋଙ୍ଗଲ ଅବସରରେ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ତାମିଲନାଡୁର ପ୍ରତ୍ୟେକ ଘରୁ ଉତ୍ସବର ଉତ୍ସାହ ଦେଖିବାକୁ ମିଳୁଛି। ସମସ୍ତ ନାଗରିକଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ସନ୍ତୋଷର ଧାରାର ନିରନ୍ତର ପ୍ରବାହ ପାଇଁ ଶ୍ରୀ ମୋଦୀ କାମନା କରିଛନ୍ତି। ସେହିପରି ଗତକାଲି ହେଉଥିବା ଲୋହରୀ ଉତ୍ସବ, ଆଜି ମକର ଉତ୍ତରାୟଣର ପର୍ବ, ଆସନ୍ତାକାଲି ମକର ସଂକ୍ରାନ୍ତି ଏବଂ ଖୁବ୍ ଶୀଘ୍ର ମାଘ ବିହୁ ର ଶୁଭାରମ୍ଭ ହେବ ବୋଲି ସେ ଉଲ୍ଲେଖ କରିଥିଲେ। ଦେଶରେ ଚାଲିଥିବା ପର୍ବପର୍ବାଣୀ ପାଇଁ ଶ୍ରୀ ମୋଦୀ ସମସ୍ତ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 

ଗତବର୍ଷ ତାମିଲ ପୁଥାଣ୍ଡୁ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ ପରିଚିତ ବ୍ୟକ୍ତିଙ୍କୁ ଦେଖି ଆନନ୍ଦ ପ୍ରକାଶ କରିଥିଲେ ଏବଂ ସେମାନଙ୍କୁ ଭେଟିଥିବା କଥା ମନେ ପକାଇଥିଲେ । ଆଜିର ଅବସରରେ ନିମନ୍ତ୍ରଣ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଏଲ୍ ମୁରୁଗାନଙ୍କୁ ଧନ୍ୟବାଦ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଅନୁଭବ ପରିବାର ଏବଂ ବନ୍ଧୁମାନଙ୍କ ସହିତ ଉତ୍ସବ ପାଳନ କରିବା ସହିତ ସମାନ ।

 

ମହାନ ସନ୍ଥ ଥିରୁଭାଲ୍ଲୁଭରଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଦେଶ ନିର୍ମାଣରେ ଶିକ୍ଷିତ ନାଗରିକ, ସଚ୍ଚୋଟ ବ୍ୟବସାୟୀ ଏବଂ ଉତ୍ତମ ଫସଲର ଭୂମିକା ଉପରେ ଆଲୋକପାତ କରି କହିଥିଲେ ଯେ ପୋଙ୍ଗଲ ସମୟରେ ଭଗବାନଙ୍କୁ ନୂତନ ଫସଲ ଅର୍ପଣ କରାଯାଏ ଯାହା 'ଅନ୍ନଦାତା କିଷାନ'ମାନଙ୍କୁ ଏହି ପର୍ବ ପରମ୍ପରାର କେନ୍ଦ୍ରବିନ୍ଦୁରେ ରଖିଥାଏ। ସେ ଭାରତର ପ୍ରତ୍ୟେକ ପର୍ବପର୍ବାଣୀର ଗ୍ରାମୀଣ, ଫସଲ ଏବଂ କୃଷକ ସଂଯୋଗ ଉପରେ ଆଲୋକପାତ କରିଥିଲେ। ସେ ମନେ ପକାଇଥିଲେ ଯେ କିପରି ଗତଥର ସେ ମୋଟା ଶସ୍ୟ ଏବଂ ତାମିଲ ପରମ୍ପରା ମଧ୍ୟରେ ସମ୍ପର୍କ ବିଷୟରେ କହିଥିଲେ। ସୁପରଫୁଡ୍ ଶ୍ରୀ ଅନ୍ନ ବିଷୟରେ ଏକ ନୂତନ ସଚେତନତା ସୃଷ୍ଟି ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ ଏବଂ ଅନେକ ଯୁବକ ମୋଟା ଶସ୍ୟ –ଶ୍ରୀ ଅନ୍ନ ଉପରେ ଷ୍ଟାର୍ଟଅପ୍ ଉଦ୍ୟୋଗ ହାତକୁ ନେଇଛନ୍ତି। ମୋଟା ଶସ୍ୟ ଚାଷ କରୁଥିବା ୩ କୋଟିରୁ ଅଧିକ କୃଷକ ମୋଟା ଶସ୍ୟ ପ୍ରୋତ୍ସାହନ ଦ୍ୱାରା ସିଧାସଳଖ ଉପକୃତ ହେଉଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

 

ପୋଙ୍ଗଲ ଉତ୍ସବ ସମୟରେ ତାମିଲ ସମ୍ପ୍ରଦାୟର ମହିଳାମାନଙ୍କ ଦ୍ୱାରା ଘର ବାହାରେ କୋଲାମ ଆଙ୍କିବାର ପରମ୍ପରାକୁ ଅନୁସରଣ କରି ପ୍ରଧାନମନ୍ତ୍ରୀ ଏହି ପ୍ରକ୍ରିୟା ଉପରେ ଆଲୋକପାତ କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ଅଟା ବ୍ୟବହାର କରି ଭୂମିରେ ଏକାଧିକ ବିନ୍ଦୁ ତିଆରି କରି ଡିଜାଇନ୍ ପ୍ରସ୍ତୁତ କରାଯାଏ, ପ୍ରତ୍ୟେକର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି, କିନ୍ତୁ କୋଲାମର ପ୍ରକୃତ ରୂପ ସେତେବେଳେ ଅଧିକ ଚମତ୍କାର ହୋଇଯାଏ ଯେତେବେଳେ ଏହି ସମସ୍ତ ବିନ୍ଦୁକୁ ମିଶାଇ ଏକ ବଡ଼ କଳାକୃତି ତିଆରି କରାଯାଏ । କୋଲାମ୍ ସହିତ ଭାରତର ବିବିଧତା ସହ ସମାନତା ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଦେଶର କୋଣ ଅନୁକୋଣ ପରସ୍ପର ସହିତ ଭାବପ୍ରବଣ ଭାବରେ ଯୋଡ଼ି ହୁଏ, ସେତେବେଳେ ଦେଶର ଶକ୍ତି ଏକ ନୂତନ ରୂପରେ ଦେଖାଯାଏ । ପୋଙ୍ଗଲ ପର୍ବ ଏକ ଭାରତ ଶ୍ରେଷ୍ଠ ଭାରତର ଜାତୀୟ ଭାବନାକୁ ପ୍ରତିଫଳିତ କରୁଛି ବୋଲି ଶ୍ରୀ ମୋଦୀ କହିଥିଲେ। କାଶୀ-ତାମିଲ ସଙ୍ଗମମ୍ ଏବଂ ସୌରାଷ୍ଟ୍ର-ତାମିଲ ସଙ୍ଗମମ୍ ଦ୍ୱାରା ଆରମ୍ଭ ହୋଇଥିବା ପରମ୍ପରାରେ ମଧ୍ୟ ସମାନ ଭାବନା ଦେଖିବାକୁ ମିଳେ ଯେଉଁଥିରେ ବହୁ ସଂଖ୍ୟାରେ ତାମିଲ ସମ୍ପ୍ରଦାୟର ଲୋକମାନେ ଉତ୍ସାହଜନକ ଅଂଶଗ୍ରହଣ କରନ୍ତି ବୋଲି ସେ ଉଲ୍ଲେଖ କରିଥିଲେ।

 

ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୪୭ ସୁଦ୍ଧା ଏକତାର ଏହି ଭାବନା ହିଁ ବିକଶିତ ଭାରତ ଗଠନ ପାଇଁ ସବୁଠାରୁ ବଡ଼ ଶକ୍ତି। ଲାଲକିଲ୍ଲାରୁ ମୁଁ ଯେଉଁ ପଞ୍ଚ ପ୍ରଣର ଆହ୍ୱାନ କରିଛି ତାହାର ମୁଖ୍ୟ ଉପାଦାନ ହେଉଛି ଦେଶର ଏକତାକୁ ଶକ୍ତିଶାଳୀ କରିବା ଏବଂ ଏକତାକୁ ସୁଦୃଢ଼ କରିବା । ପୋଙ୍ଗଲର ଏହି ପବିତ୍ର ଅବସରରେ ଦେଶର ଏକତାକୁ ସୁଦୃଢ଼ କରିବା ସଂକଳ୍ପରେ ନିଜକୁ ପୁନର୍ବାର ସମର୍ପିତ କରିବାକୁ ସେ ଆହ୍ୱାନ ଦେଇ ଶେଷ କରିଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership