ତାମିଲନାଡୁର ପ୍ରତ୍ୟେକ ଘରୁ ପୋଙ୍ଗଲ ସ୍ରୋତ ପ୍ରବାହିତ ହେଉଥିବାରୁ ମୁଁ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି କାମନା କରୁଛି
"ଆଜିର ଅନୁଭବ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଉତ୍ସବ ପାଳନ କରିବା ପରି"
"ଅଧିକାଂଶ ପର୍ବପର୍ବାଣୀର କେନ୍ଦ୍ରରେ ଫସଲ, କୃଷକ ଏବଂ ଗାଁ ରହିଛି"
"ମୋଟା ଶସ୍ୟର ପ୍ରୋତ୍ସାହନ କ୍ଷୁଦ୍ର କୃଷକ ଏବଂ ଯୁବ ଉଦ୍ୟୋଗୀଙ୍କୁ ଉପକୃତ କରୁଛି"
"ପୋଙ୍ଗଲ ପର୍ବ ଏକ ଭାରତ ଶ୍ରେଷ୍ଠ ଭାରତର ଜାତୀୟ ଭାବନାକୁ ପ୍ରତିଫଳିତ କରେ"
୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଏହି ଏକତା ଭାବନା ହିଁ ସବୁଠାରୁ ବଡ଼ ଶକ୍ତି

ଓ୍ବଣକ୍କମ, ଆପଣ ସମସ୍ତଙ୍କୁ ପୋଙ୍ଗଲ ପର୍ବର ଅନେକ ଅନେକ ଶୁଭେଚ୍ଛା ! ଇନିଆ ପୋଙ୍ଗଲ ନାଲଭାଲଟୁକ୍କଲ !

 

ପୋଙ୍ଗଲର ପବିତ୍ର ଦିନରେ ତାମିଲନାଡୁର ପ୍ରତ୍ୟେକ ଘରୁ ପୋଙ୍ଗଲ ଧାରା ପ୍ରବାହିତ ହୋଇଥାଏ । ମୁଁ କାମନା କରୁଛି ଯେ ସେହିଭଳି ଆପଣଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ସନ୍ତୋଷର ଧାରା ନିରନ୍ତର ପ୍ରବାହିତ ହେଉ । ଗତକାଲି ଦେଶରେ ଲୋହରୀ ପର୍ବ ଧୁମଧାମରେ ପାଳିତ ହୋଇଥିଲା । ଆଜି କିଛି ଲୋକ ମକର ସଂକ୍ରାନ୍ତି-ଉତ୍ତରାୟଣ ପାଳନ କରୁଛନ୍ତି, କିଛି ଲୋକ ଆସନ୍ତାକାଲି ପାଳନ କରିବେ। ମାଘ ବିହୁ ପାଖେଇ ଆସୁଛି । ଏହି ପର୍ବ ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଶୁଭେଚ୍ଛା ଜଣାଉଛି ।

 

ସାଥୀମାନେ

ମୁଁ ଏଠାରେ ମୋର ଅନେକ ପରିଚିତ ଚେହେରା ଦେଖୁଛି । ଗତବର୍ଷ ମଧ୍ୟ ଆମେ ଏଠାରେ ତାମିଲ ପୁଥାଣ୍ଡୁ ଅବସରରେ ଭେଟିଥିଲୁ । ମୋତେ ଏହି ଚମତ୍କାର ଇଭେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ଦେଇଥିବାରୁ ମୁଁ ମୁରୁଗାନ୍ ଜୀଙ୍କୁ ଧନ୍ୟବାଦ ଜଣାଉଛି । ଯେମିତି ମୁଁ ମୋ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଏକ ଉତ୍ସବ ପାଳନ କରୁଛି |

ସାଥୀମାନେ

ସନ୍ଥ ଥିରୁଭାଲ୍ଲୁଭର କହିଛନ୍ତି, "ତଟତା ଭଠେୟୁଠୁମ୍ ତକ୍କାରୁମ୍ ତଠିଲା ଚିବ୍ବେରୁମସେର୍ବଦୁ ନାଡ୍ଡୁର ଅର୍ଥ ହେଉଛି ଭଲ ଫସଲ, ଶିକ୍ଷିତ ଲୋକ ଏବଂ ସଚ୍ଚୋଟ ବ୍ୟବସାୟୀ, ଏହି ତିନି ଜଣ ମିଶି ଦେଶ ଗଠନ କରନ୍ତି। ଥିରୁଭାଲ୍ଲୁବର ଜୀ ରାଜନେତାଙ୍କ ବିଷୟରେ ଉଲ୍ଲେଖ କରିନାହାଁନ୍ତି, ଏହା ଆମ ସମସ୍ତଙ୍କ ପାଇଁ ଏକ ବାର୍ତ୍ତା । ପୋଙ୍ଗଲ ପର୍ବରେ ଭଗବାନଙ୍କ ଚରଣରେ ତାଜା ଫସଲ ଉତ୍ସର୍ଗ କରିବାର ପରମ୍ପରା ରହିଛି। ଏହି ସମଗ୍ର ପର୍ବ ପରମ୍ପରାର କେନ୍ଦ୍ରରେ ଅଛନ୍ତି ଆମର ଖାଦ୍ୟ ପ୍ରଦାନକାରୀ, ଆମର କୃଷକ । ଯାହା ହେଉ ନା କାହିଁକି, ଭାରତର ପ୍ରତ୍ୟେକ ପର୍ବ ଗାଁ, ଚାଷ ଓ ଫସଲ ସହ କୌଣସି ନା କୌଣସି ଉପାୟରେ ଜଡ଼ିତ ।

 

ମୋର ମନେ ଅଛି, ଗତଥର ଆମେ ତାମିଲ ସଂସ୍କୃତି ସହିତ ଆମର ମିଲେଟ୍ ବା ଶ୍ରୀ ଅନ୍ନ କିପରି ଜଡ଼ିତ ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲୁ । ମୁଁ ଖୁସି ଯେ ଏହି ସୁପରଫୁଡ୍ କୁ ନେଇ ଦେଶ ଓ ବିଶ୍ୱରେ ଏକ ନୂତନ ଜାଗରଣ ସୃଷ୍ଟି ହୋଇଛି । ଆମର ଅନେକ ଯୁବକ ବାଜରା ଏବଂ ଖାଦ୍ୟ ସହିତ ନୂତନ ଷ୍ଟାର୍ଟଅପ୍ ଆରମ୍ଭ କରୁଛନ୍ତି ଏବଂ ଏହି ଷ୍ଟାର୍ଟଅପ୍ ଗୁଡିକ ଆଜି ବହୁତ ଲୋକପ୍ରିୟ ହେଉଛି | ଆମ ଦେଶର ୩ କୋଟିରୁ ଅଧିକ କ୍ଷୁଦ୍ର କୃଷକ ଶ୍ରୀ ଅନ୍ନର ଉତ୍ପାଦନ ସହ ଜଡ଼ିତ। ଯଦି ଆମେ ଶ୍ରୀ ଅନ୍ନକୁ ପ୍ରୋତ୍ସାହିତ କରୁଛୁ, ତେବେ ଏହି ତିନି କୋଟି କୃଷକ ସିଧାସଳଖ ଉପକୃତ ହେବେ।

ସାଥୀମାନେ

ପୋଙ୍ଗଲ ଅବସରରେ ତାମିଲ ମହିଳାମାନେ ନିଜ ଘର ବାହାରେ କୋଲାମ ତିଆରି କରିଥାନ୍ତି । ପ୍ରଥମେ ସେ ଅଟା ବ୍ୟବହାର କରି ମାଟିରେ ଅନେକ ବିନ୍ଦୁ ତିଆରି କରନ୍ତି । ଆଉ ସବୁ ବିନ୍ଦୁ ତିଆରି ହେବା ପରେ ପ୍ରତ୍ୟେକର ଅଲଗା ଅଲଗା ମହତ୍ତ୍ୱ ରହିଛି । ଏହି ଚିତ୍ରଟି ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ । କିନ୍ତୁ ଏହି ସବୁ ବିନ୍ଦୁକୁ ମିଶାଇ ଏକ ବଡ଼ କଳାକୃତି ତିଆରି ଓ ରଙ୍ଗ କରାଗଲେ କୋଲାମର ମୂଳ ରୂପ ଅଧିକ ସୁନ୍ଦର ହୋଇ ଯାଇଥାଏ ।

 

ଆମ ଦେଶ ଏବଂ ଏହାର ବିବିଧତା ମଧ୍ୟ କୋଲାମ ପରି । ଯେତେବେଳେ ଦେଶର କୋଣ ଅନୁକୋଣ ପରସ୍ପର ସହ ଭାବପ୍ରବଣ ଭାବରେ ଯୋଡ଼ି ହୋଇଯାଇଥାନ୍ତି, ସେତେବେଳେ ଆମର ଶକ୍ତି ଏକ ଭିନ୍ନ ରୂପ ଦେଖାଇଥାଏ । ପୋଙ୍ଗଲ ପର୍ବ ମଧ୍ୟ ଏପରି ଏକ ପର୍ବ, ଯାହା ଏକ ଭାରତ-ଶ୍ରେଷ୍ଠ ଭାରତର ଜାତୀୟ ଭାବନାକୁ ପ୍ରତିଫଳିତ କରେ । ଅତୀତରେ କାଶୀ-ତାମିଲ ସଙ୍ଗମମ୍ ଏବଂ ସୌରାଷ୍ଟ୍ର ତାମିଲ ସଙ୍ଗମମ୍ ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପରମ୍ପରା ଆରମ୍ଭ ହୋଇଛି ଏବଂ ଏହି ଅନୁଭବ ସେଥିରେ ମଧ୍ୟ ପ୍ରତିଫଳିତ ହେଉଛି । ଏହି ସବୁ କାର୍ଯ୍ୟକ୍ରମରେ ଆମର ବହୁ ସଂଖ୍ୟକ ତାମିଲ ଭାଇ ଭଉଣୀ ଉତ୍ସାହର ସହ ଅଂଶଗ୍ରହଣ କରିଥାନ୍ତି ।

 

ସାଥୀମାନେ

୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଏହି ଏକତା ଭାବନା ହେଉଛି ସବୁଠାରୁ ବଡ଼ ଶକ୍ତି ଏବଂ ସବୁଠାରୁ ବଡ଼ ସମ୍ପତ୍ତି। ଆପଣଙ୍କୁ ମନେ ଥିବ ଯେ ଲାଲକିଲ୍ଲାରୁ ମୁଁ ଯେଉଁ ପଞ୍ଚ ପ୍ରାଣର ଆହ୍ୱାନ କରିଛି ତାହାର ମୁଖ୍ୟ ଉପାଦାନ ହେଉଛି ଦେଶର ଏକତାକୁ ଶକ୍ତିଶାଳୀ କରିବା, ଦେଶର ଏକତାକୁ ସୁଦୃଢ଼ କରିବା । ପୋଙ୍ଗଲର ଏହି ପବିତ୍ର ପର୍ବରେ ଆମକୁ ଦେଶର ଏକତାକୁ ସୁଦୃଢ଼ କରିବାର ସଂକଳ୍ପ ଦୋହରାଇବାକୁ ପଡ଼ିବ।

ସାଥୀମାନେ

ଆଜି ଅନେକ କଳାକାର ଏବଂ ଜଣାଶୁଣା କଳାକାର, ବିଶିଷ୍ଟ କଳାକାର ସେମାନଙ୍କ ଅଭିନୟ ପାଇଁ ପ୍ରସ୍ତୁତ ଅଛନ୍ତି, ଆପଣମାନେ ମଧ୍ୟ ଅପେକ୍ଷା କରିବେ, ମୁଁ ମଧ୍ୟ ଅପେକ୍ଷା କରିବି । ଏହି ସମସ୍ତ କଳାକାର ରାଜଧାନୀ ଦିଲ୍ଲୀରେ ତାମିଲନାଡୁକୁ ଜୀବନ୍ତ କରିବାକୁ ଯାଉଛନ୍ତି। ଆମେ କିଛି ମୁହୂର୍ତ୍ତ ପାଇଁ ତାମିଲରେ ବଞ୍ଚିବାର ସୁଯୋଗ ମିଳିବ, ଏହା ମଧ୍ୟ ଏକ ସୌଭାଗ୍ୟ । ଏହି ସମସ୍ତ କଳାକାରଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା । ମୁଁ ପୁଣି ଥରେ ମୁରୁଗନଜୀଙ୍କୁ ଧନ୍ୟବାଦ ଜଣାଉଛି ।

ମୁଣକ୍କମ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s maternal mortality drops nearly 80% since 1990: Global study

Media Coverage

India’s maternal mortality drops nearly 80% since 1990: Global study
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 29, 2026
March 29, 2026

Citizens Praise PM Modi for The Visionary Shift: Empowering Every Citizen in an Uncertain World