ମହୀଶୂର ଯୋଗ କାର୍ଯ୍ୟକ୍ରମ ସହ ଦେଶର ୭୫ଟି ଐତିହ୍ୟ ସ୍ଥଳରେ ଗଣ ଯୋଗାଭ୍ୟାସ ପ୍ରଦର୍ଶନ
କୋଟି କୋଟି ଜନସାଧାରଣଙ୍କ ଅଂଶଗ୍ରହଣ ସହ ଦେଶ ବ୍ୟାପୀ ଅନେକ ସରକାରୀ ସଂଗଠନଗୁଡ଼ିକ ପକ୍ଷରୁ ଗଣ ଯୋଗାଭ୍ୟାସ ପ୍ରଦର୍ଶନ
“ଯୋଗ ଦିବସର ବ୍ୟାପକ ଗ୍ରହଣୀୟତା ହେଉଛି ଭାରତର ଅମୃତ ଉତ୍ସାହର ଗ୍ରହଣୀୟତା ଯାହା ଭାରତୀୟ ମୁକ୍ତି ସଂଗ୍ରାମକୁ ସଶକ୍ତ କରିଥିଲା”
“ଯୋଗ ବ୍ୟକ୍ତି କୈନ୍ଦ୍ରିକ ନୁହେଁ, ଏହା ସମଗ୍ର ମାନବ ଜାତି ନିମନ୍ତେ ଉଦ୍ଦିଷ୍ଟ”
ଯୋଗ କାହାର ବ୍ୟକ୍ତିଗତ ନୁହେଁ ବରଂ ଏହା ସମଗ୍ର ମାନବତାର । ସେଥିପାଇଁ ଚଳିତ ଆନ୍ତର୍ଜାତିକ ଯୋଗ ଦିବସର ବାର୍ତ୍ତା ‘ମାନବତା ପାଇଁ ଯୋଗ’ ରଖାଯାଇଛି ବୋଲି ସେ କହିଥିଲେ ।
“ଐତିହାସିକ ସ୍ଥଳୀରେ ସାମୁହିକ ଯୋଗର ଅଭିଜ୍ଞତା ଦେଶର ଅତୀତ, ବିବିଧତା ଓ ପରମ୍ପରାକୁ ବାନ୍ଧି ରଖିବା ସଦୃଶ”
ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହୀଶୂରର ରାଜପ୍ରାସାଦ ପଡ଼ିଆରେ ହଜାର ହଜାର ଅଂଶଗ୍ରହଣକାରୀଙ୍କ ସହ ସମୂହ ଯୋଗାଭ୍ୟାସରେ ଅଂଶଗ୍ରହଣ କରିଛନ୍ତି ।
କର୍ଣ୍ଣାଟକ ରାଜ୍ୟପାଳ ଶ୍ରୀ ଥୱରଚାନ୍ଦ ଗେହଲଟ, ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଯୋଗ ଦେଇଥିଲେ ।
“ଯୋଗାଭ୍ୟାସ ଶରୀର ଓ ମନର ସନ୍ତୁଳନରେ ସହାୟକ ହୋଇଥାଏ”
“ଯୋଗ ସହ ସଂଶ୍ଳିଷ୍ଟ ଅନନ୍ତ ସମ୍ଭାବନାକୁ ଆଜି ଅନୁଭବ କରିବାର ସମୟ ଆସିଛି”

ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହୀଶୂରର ରାଜପ୍ରାସାଦ ପଡ଼ିଆରେ ହଜାର ହଜାର ଅଂଶଗ୍ରହଣକାରୀଙ୍କ ସହ ସମୂହ ଯୋଗାଭ୍ୟାସରେ ଅଂଶଗ୍ରହଣ କରିଛନ୍ତି । କର୍ଣ୍ଣାଟକ ରାଜ୍ୟପାଳ ଶ୍ରୀ ଥୱରଚାନ୍ଦ ଗେହଲଟ, ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଯୋଗ ଦେଇଥିଲେ ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୋଗ ଶକ୍ତି ଯାହା ଶହ ଶହ ବର୍ଷ ଧରି ମହୀଶୂର ଭଳି ଆଧ୍ୟାତ୍ମିକ କେନ୍ଦ୍ରରୁ ବିକଶିତ ହୋଇ ଆଜି ବୈଶ୍ୱିକ ସ୍ୱାସ୍ଥ୍ୟକୁ ନୂତନ ଦିଗଦର୍ଶନ ଦେଉଛି । ଆଜି ଯୋଗ ବୈଶ୍ୱିକ ସହଯୋଗର ଏକ ଭିତ୍ତି ହେବା ସହ ମାନବ ସମାଜକୁ ଏକ ସୁସ୍ଥ ଜୀବନର ସଂଦେଶ ଦେଉଛି । ଆଜି ଯୋଗ ଘରର ଚାରିକାନ୍ଥ ମଧ୍ୟରେ ସୀମାବଦ୍ଧ ନ ରହି ସମଗ୍ର ବିଶ୍ୱରେ ପ୍ରବାହିତ ହୋଇଛି । ଏହା ହେଉଛି ଗତ ଦୁଇ ବର୍ଷରେ ଅଭୁତପୂର୍ବ ବୈଶ୍ୱିକ ମହାମାରୀ କାଳରେ ଆଧ୍ୟାତ୍ମିକ ଉପଲବ୍ଧି ଓ ମାନବ ଚେତନାର ଉନ୍ମେଷ ବୋଲି ସେ କହିଥିଲେ । “ଯୋଗ ଆଜି ଏକ ବୈଶ୍ୱିକ ପର୍ବରେ ପରିଣତ ହୋଇଛି । ଯୋଗ କାହାର ବ୍ୟକ୍ତିଗତ ନୁହେଁ ବରଂ ଏହା ସମଗ୍ର ମାନବତାର । ସେଥିପାଇଁ ଚଳିତ ଆନ୍ତର୍ଜାତିକ ଯୋଗ ଦିବସର ବାର୍ତ୍ତା ‘ମାନବତା ପାଇଁ ଯୋଗ’ ରଖାଯାଇଛି ବୋଲି ସେ କହିଥିଲେ । ବିଶ୍ୱବ୍ୟାପୀ ଏହି ବାର୍ତ୍ତାକୁ ଗ୍ରହଣ କରାଯାଇଥିବାରୁ ସେ ଜାତିସଂଘ ଓ ଅନ୍ୟାନ୍ୟ ଦେଶମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଭାରତୀୟ ମୁନିଋଷିମାନଙ୍କ ଉକ୍ତିକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ “ଯୋଗ ଆମ ପାଇଁ ଶାନ୍ତି ଆଣିଥାଏ । ଯୋଗରୁ ମିଳୁଥିବା ଶାନ୍ତି ବ୍ୟକ୍ତି କୈନ୍ଦ୍ରିକ ନୁହଁ । ଯୋଗ ଆମ ସମାଜରେ ଶାନ୍ତି ଆଣିଥାଏ । ଯୋଗ ଆମ ଦେଶ ଓ ବିଶ୍ୱ ପାଇଁ ଶାନ୍ତି ଆଣେ । ଏହାଛଡ଼ା ଯୋଗ ଆମର ଜଗତକୁ ଶାନ୍ତି ଦେଇଥାଏ ।” ସେ ଆହୁରି କହିଥିଲେ ଯେ “ଏହି ସମଗ୍ର ଜଗତ ଆମ ନିଜ ଶରୀର ଓ ଆତ୍ମାରୁ ଆରମ୍ଭ ହୋଇଛି । ଜଗତ ଆମ ଠାରୁ ଆରମ୍ଭ ହୋଇଛି ଏବଂ ଯୋଗ ଆମକୁ ସବୁ ବିଷୟରେ ସଚେତନ କରାଇବା ସହ ଆମ ମଧ୍ୟରେ ସଚେତନା ଭାବ ଉଦୟ କରାଇଥାଏ ।”

ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ଭାରତ ଏପରି ଏକ ସମୟରେ ଯୋଗ ଦିବସ ପାଳନ କରୁଛି, ଯେତେବେଳେ ଦେଶ ଏହାର ୭୫ତମ ସ୍ୱାଧୀନତା ବାର୍ଷିକୀ ଓ ଅମୃତ ମହୋତ୍ସବ ପାଳନ କରୁଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଯୋଗ ଦିବସର ବ୍ୟାପକ ଗ୍ରହଣୀୟତା ହେଉଛି ଭାରତର ଅମୃତ ଉତ୍ସାହର ଗ୍ରହଣୀୟତା ସହ ସମାନ, ଯାହା ଭାରତୀୟ ମୁକ୍ତି ସଂଗ୍ରାମକୁ ଶକ୍ତି ଯୋଗାଇଥିଲା । ସେଥିପାଇଁ ଦେଶର ୭୫ଟି ଐତିହ୍ୟ କୀର୍ତ୍ତିରାଜି ସ୍ଥଳରେ ଗଣ ଯୋଗାଭ୍ୟାସ ପ୍ରଦର୍ଶିତ ହେଉଛି ଯାହାକି ଭାରତର ଗୌରବଜ୍ୱଳ ଇତିହାସ ଓ ସାଂସ୍କୃତିକ ଶକ୍ତିର ପ୍ରାଣକେନ୍ଦ୍ର ହୋଇ ରହିଆସିଛି । ଭାରତୀୟ ଐତିହାସିକ ସ୍ଥଳୀରେ ସମୁହ ଯୋଗାଭ୍ୟାସ ହେଉଛି ଭାରତୀୟ ଅତୀତକୁ ବାନ୍ଧି ରଖିବା ତଥା ଏହାର ବିବିଧତା ଓ ସମ୍ପ୍ରସାରଣ” ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ ଯେ ‘ଗାର୍ଡିଆନ ଯୋଗ ରିଙ୍ଗ’ ନାମରେ ନାମିତ ୭୯ଟି ଦେଶ ଓ ଜାତିସଂଘ ସଂଗଠନ ମଧ୍ୟରେ ହେଉଥିବା ଅଭିନବ କାର୍ଯ୍ୟକ୍ରମ ଯେଉଁଥିରେ ବିଦେଶରେ ଭାରତୀୟ ଦୂତାବାସମାନେ ମଧ୍ୟ ଅଛନ୍ତି । ଏହା ଯୋଗର ଏକତ୍ରୀକରଣ ଶକ୍ତିର ପରୀକ୍ଷାମୂଳକ ପ୍ରଦର୍ଶନ ଓ ଏହାର କୌଣସି ସୀମା ସରହଦ ନାହିଁ । ସୂର୍ଯ୍ୟ ସ୍ୱଭାବତଃ ଯେପରି ପୂର୍ବରୁ ପଶ୍ଚିମ ଦିଗରେ ଗତି କରନ୍ତି ଅଂଶଗ୍ରହଣକାରୀ ଦେଶଗୁଡ଼ିକର ଗଣ ଯୋଗାଭ୍ୟାସ ଯଦି ପୃଥିବୀର ଗୋଟେ ପଟରୁ ଦେଖାଯାଏ ତାହା ଅନ୍ୟପଟରେ ମଧ୍ୟ ଆଗ ପଛ ହୋଇ ଚାଲିଥିବ, ଯାହା ଗୋଟିଏ ସୂର୍ଯ୍ୟ ଗୋଟିଏ ପୃଥିବୀର ପରିକଳ୍ପନାକୁ ସୂଚୀତ କରେ । “ଏହି ଯୋଗାଭ୍ୟାସ ସ୍ୱାସ୍ଥ୍ୟ, ସନ୍ତୁଳନ ଓ ସହଯୋଗ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଉତ୍ସାହ ଦେଇଥାଏ” ବୋଲି ସେ କହିଥିଲେ ।

ଶ୍ରୀ ମୋଦି କହିଥିଲେ ଯେ ଆଜି କେବଳ ଜୀବନର ଗୋଟିଏ ଅଂଶ ହୋଇ ରଖିନାହିଁ, ବରଂ ଏହା ଏକ ଜୀବନଧାରା ପାଲଟିଛି । ଯୋଗ ଏକ ନିର୍ଦ୍ଦିଷ୍ଟ ସମୟ ଓ ସ୍ଥାନ ମଧ୍ୟରେ ସୀମାବଦ୍ଧ ହୋଇ ରହିବା ଅନୁଚିତ । ସେ କହିଥିଲେ “ଆମେ ଯେତେ ଅବସାଦଗ୍ରସ୍ତ ହୋଇଥିଲେ ମଧ୍ୟ ଅଳ୍ପ କେଇ ମିନିଟର ଧ୍ୟାନ ଆମର ଶରୀରକୁ ହାଲୁକା କରିବା ସହ ଉତ୍ପାଦକତା ବଢ଼ାଇଥାଏ । ସେ ଦୃଷ୍ଟିରୁ ଯୋଗକୁ ଏକ ଅତିରିକ୍ତ କାର୍ଯ୍ୟ ଭାବେ ବିବେଚନା କରିବା ଅନୁଚିତ । ଆମକୁ ଯୋଗକୁ ଜାଣିବାକୁ ପଡ଼ିବ ଓ ଯୋଗ ପାଇଁ ବଞ୍ଚôବାକୁ ହେବ । ଆମକୁ ଯୋଗ ହାସଲ କରିବାକୁ ହେବ ଓ ଏହାକୁ ଗ୍ରହଣ କରିବାକୁ ହେବ । ଆମେ ଯେତେବେଳେ ଯୋଗ ସହ ବଞ୍ଚôବା, ସେତେବେଳେ ଯୋଗ ଦିବସ ଆମକୁ କେବଳ ଯୋଗ କରିବାର ମାଧ୍ୟମ ହୋଇ ରହିବ ନାହିଁ ବରଂ ଏହା ଆମର ସ୍ୱାସ୍ଥ୍ୟ, ସୁଖ ଓ ଶାନ୍ତିର ମାଧ୍ୟମ ହେବ ।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଯୋଗରେ ଥିବା ଅନନ୍ତ ସମ୍ଭାବନା ସମ୍ପର୍କରେ ଅନୁଭବ କରିବାର ସମୟ ଆସିଛି । ଯୋଗ ପାଇଁ ଆମର ଯୁବପିଢ଼ି ନୂଆ ନୂଆ ଚିନ୍ତାଧାରା ମାନ ନେଇ ଆସୁଛନ୍ତି । ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଯୋଗରେ ଷ୍ଟାର୍ଟଅପ ସମ୍ଭାବନା ନେଇ ପରୀକ୍ଷା ନିରୀକ୍ଷା ହେଉଥିବା ସେ ସୂଚନା ଦେଇଥିଲେ । ଯୋଗର ପ୍ରବର୍ତ୍ତନ ଓ ବିକାଶ ପାଇଁ ଅସାଧାରଣ ଅବଦାନ ନିମନ୍ତେ ୨ଠ୨୧ରେ ପ୍ରଧାନମନ୍ତ୍ରୀ ସମ୍ମାନ ପାଇଥିବା ବିଜେତାମାନଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ ।

ଆଜାଦୀର ଅମୃତ ମହୋତ୍ସବକୁ ଅଷ୍ଟମ ଆନ୍ତର୍ଜାତି ଯୋଗ ଦିବସ ସହ ସମନ୍ୱିତ କରି ୭୫ଟି ଐତିହ୍ୟ କୀର୍ତ୍ତିରାଜି ସ୍ଥଳରେ ୭୫ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ନେତୃତ୍ୱରେ ଗଣ ଯୋଗାଭ୍ୟାସ ଅନୁଷ୍ଠିତ ହେଉଛି ଓ ପ୍ରଧାନମନ୍ତ୍ରୀ ମହୀଶୂର ଠାରେ ଏହାର ନେତୃତ୍ୱ ନେଉଛନ୍ତି । ଯୋଗ ପ୍ରଦର୍ଶନ ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ, ରାଜନୀତିକ, ସାଂସ୍କୃତିକ, ଧାର୍ମିକ, ବାଣିଜ୍ୟିକ ଓ ଅନ୍ୟାନ୍ୟ ବେସାମରିକ ସଂଗଠନଗୁଡ଼ିକ ଦ୍ୱାରା ମଧ୍ୟ ଦେଶବ୍ୟାପୀ କରାଯାଉଥିବା ବେଳେ ଏଥିରେ କୋଟି କୋଟି ଦେଶବାସୀ ଅଂଶଗ୍ରହଣ କରୁଛନ୍ତି ।

ମହୀଶୂରରେ ପ୍ରଧାନମନ୍ତ୍ରୀଙ୍କ ଯୋଗ କାର୍ଯ୍ୟକ୍ରମ ‘ଗାର୍ଡିଆନ ଯୋଗ ରିଙ୍ଗ’ ଅଭିନବ କାର୍ଯ୍ୟକ୍ରମର ଏକ ଅଂଶବିଶେଷ। ଏହା ୭୯ଟି ଦେଶ ଓ ଜାତିସଂଘ ସଂଗଠନ ଓ ବିଦେଶରେ ଥିବା ଭାରତୀୟ ଦୂତାବାସଙ୍କ ଏକ ମିଳିତ ପ୍ରୟାସ । ଏହା ସୀମା ସରହଦ ବିନା ଯୋଗର ଏକତ୍ୱ ଶକ୍ତିକୁ ଦର୍ଶାଇଥାଏ ।

ପ୍ରତିବର୍ଷ ଜୁନ ୨୧ ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ୨ଠ୧୫ ମସିହା ଠାରୁ ପାଳନ କରାଯାଇ ଆସୁଛି । ଚଳିତ ଯୋଗ ଦିବସର ବାର୍ତ୍ତା ‘ମାନବତା ପାଇଁ ଯୋଗ’ ରଖାଯାଇଛି । ଏହି ବାର୍ତ୍ତା ଯୋଗ କିପରି ବୈଶ୍ୱିକ ମହାମାରୀ କାଳରେ ମାନବ ଜାତିର କଷ୍ଟ ଉନ୍ମେଳନ କରିଥିଲା ତାହା ଦର୍ଶାଇଥାଏ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’

Media Coverage

PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives in factory explosion in Nagpur, Maharashtra
March 01, 2026
Prime Minister announces ex-gratia from PMNRF

The Prime Minister has expressed deep distress over the explosion at a factory in Nagpur, Maharashtra.

Extending his condolences to the families of the deceased, the Prime Minister also prayed for the speedy recovery of the injured. The Prime Minister further affirmed that the local administration is assisting those affected.

The Prime Minister has announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased. The injured would be given Rs. 50,000.

The Prime Minister Shared on X;

"The explosion at a factory in Nagpur, Maharashtra, is deeply distressing. My condolences to the families of the deceased. I pray for the speedy recovery of the injured. The local administration is assisting those affected.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000"