“ଆମମାନଙ୍କର ସମସ୍ତଙ୍କ ଭିନ୍ନ ଭିନ୍ନ ଭୂମିକା, ଭିନ୍ନ ଭିନ୍ନ ଦାୟିତ୍ୱ, ଭିନ୍ନ ଭିନ୍ନ କାର୍ଯ୍ୟଶୈଳୀ ରହିଛି, କିନ୍ତୁ ଆମ ଆସ୍ଥା, ପ୍ରେରଣା ଓ ଶକ୍ତିର ଉତ୍ସ ସମାନ- ତାହା ହେଉଛି ଆମର ସମ୍ବିଧାନ ।”
“ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ – ସବକା ପ୍ରୟାସ ହେଉଛି ସମ୍ବିଧାନର ଭାବନାକୁ ପରିପ୍ରକାଶ କରିବାର ସବୁଠାରୁ ବଡ଼ ପ୍ରୟାସ । ସରକାର ସମ୍ବିଧାନ ପ୍ରତି ନିଜକୁ ଉତ୍ସର୍ଗ କରିଛନ୍ତି, ବିକାଶରେ କୌଣସି ବାଛବିଚାର କରିନାହାନ୍ତି ।”
“ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ୟାରିସ୍‍ ରାଜିନାମାର ଲକ୍ଷ୍ୟକୁ ହାସଲ କରିବା ପଥରେ ଭାରତ ହେଉଛି ଏକମାତ୍ର ରାଷ୍ଟ୍ର । ତଥାପି, ପର୍ଯ୍ୟାବରଣ ନାମରେ, ଭାରତରେ ବିଭିନ୍ନ ପ୍ରକାର ଚାପ ପ୍ରୟୋଗ କରାଯାଉଛି । ଏହା ହେଉଛି ଉପନିବେଶବାଦୀ ମାନସିକତାର ପରିଣାମ ।”
“ କ୍ଷମତାର ପୃଥକୀକରଣର ସୁଦୃଢ଼ ଭିତ୍ତିଭୂମି ଉପରେ, ଆମେ ସାମୂହିକ ଦାୟିତ୍ୱବୋଧର ପଥକୁ ପରିଷ୍କାର କରିବାକୁ ପଡ଼ିବ, ଏଥିପାଇଁ ରୋଡ଼ମ୍ୟାପ୍‍ ସୃଷ୍ଟି କରିବାକୁହେବ, ଲକ୍ଷ୍ୟ ସ୍ଥିର କରିବାକୁ ହେବ ଏବଂ ଦେଶକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାକୁ ହେବ ।”

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୁପ୍ରିମ୍‍ କୋର୍ଟଙ୍କ ଦ୍ୱାରା ଆୟୋଜିତ ସମ୍ବିଧାନ ଦିବସ ପାଳନ କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଭାରତର ସୁପ୍ରିମ୍‍ କୋର୍ଟର ପ୍ରଧାନ ବିଚାରପତି ଶ୍ରୀ ଜଷ୍ଟିସ୍‍ ଏନ ଭି ରମନ୍ନା, କେନ୍ଦ୍ର ମନ୍ତ୍ରୀ ଶ୍ରୀ କିରଣ ରିଜ୍ଜିଜୁ, ସୁପ୍ରିମ୍‍ କୋର୍ଟର ବରିଷ୍ଠ ବିଚାରପତିବୃନ୍ଦ ଏବଂ ହାଇକୋର୍ଟର ବିଚାରପତିଗଣ, ଭାରତର ଆଟର୍ଣ୍ଣି ଜେନେରାଲ ଶ୍ରୀ କେ କେ ଭେନୁଗୋପାଲ, ସୁପ୍ରିମ୍‍ କୋର୍ଟ ବାର୍‍ ଆସୋସିଏସନର ଅଧ୍ୟକ୍ଷ ଶ୍ରୀ ବିକାଶ ସିଂହ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଆଜି ସକାଳେ ସେ ବିଧାନପାଳିକା ଏବଂ କାର୍ଯ୍ୟପାଳିକାର ସହକର୍ମୀମାନଙ୍କ ଗହଣରେ ଥିଲେ ଏବଂ ଏବେ ସେ ନ୍ୟାୟପାଳିକାର ବିଜ୍ଞ ସଦସ୍ୟମାନଙ୍କ ଗହଣରେ ଆସି ଉପସ୍ଥିତ ହୋଇଛନ୍ତି । “ଆମ ସମସ୍ତଙ୍କର ଭିନ୍ନ ଭିନ୍ନ ଭୂମିକା, ଭିନ୍ନ ଭିନ୍ନ ଦାୟିତ୍ୱ, କାର୍ଯ୍ୟ କରିବାର ଭିନ୍ନ ଭିନ୍ନ ଶୈଳୀ ଥାଇପାରେ; କିନ୍ତୁ ଆମର ଆସ୍ଥା, ଆମର ପ୍ରେରଣା ଏବଂ ଆମର ଶକ୍ତିର ଉତ୍ସ ଏକ- ତାହା ହେଉଛି ଆମର ସମ୍ବିଧାନ” ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆମର ସମ୍ବିଧାନ ପ୍ରଣେତାମାନେ ଆମକୁ ଏଭଳି ଏକ ଅଭିନବ ସମ୍ବିଧାନ ପ୍ରଦାନ କରିଛନ୍ତି ଯାହା ଭାରତର ହଜାର ହଜାର ବର୍ଷର ପରମ୍ପରା ଉପରେ ଆଧାରିତ ଏବଂ ଦେଶର ନାଗରିକ, ଯେଉଁମାନେ ଦେଶର ସ୍ୱାଧୀନତା ପାଇଁ ଜୀବିତ ରହିଥିଲେ ଏବଂ ପ୍ରାଣବଳି ଦେଇଥିଲେ, ସେମାନଙ୍କ ସ୍ୱପ୍ନର ଆଲୋକରେ ଉଦ୍ଭାସିତ ।
ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ଗୁରୁତ୍ୱ ଆରୋପ କରି କହିଲେ ଯେ ସ୍ୱାଧୀନତା ପ୍ରାପ୍ତିର ଏତେ ବର୍ଷ ପରେ ସୁଦ୍ଧା, ଦେଶର ଅନେକ ନାଗରିକଙ୍କୁ ଅନେକ ସ୍ଥାନରେ ପାନୀୟ ଜଳ, ଶୌଚାଳୟ, ବିଜୁଳି ଆଦି ଭଳି ମୌଳିକ ଆବଶ୍ୟକତାରୁ ବଞ୍ଚିତ ହୋଇ ରହିଛନ୍ତି । ସେମାନଙ୍କର ଜୀବନଧାରଣକୁ ସହଜସାଧ୍ୟ କରିବା ହିଁ ସମ୍ବିଧାନ ପ୍ରତି ସମ୍ମାନ ପ୍ରଦର୍ଶନର ସର୍ବୋତ୍କୃଷ୍ଟ ଉପାୟ ।  ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ଏବେ ଏହି ବିପୁଳ ସଂଖ୍ୟକ ଲୋକଙ୍କ ଅସଂପୃକ୍ତିକୁ ସଂପୃକ୍ତିରେ ପରିବର୍ତ୍ତନ କରିବା ନିମନ୍ତେ ଦେଶରେ ପ୍ରୟାସ ଜାରି ରହିଛି।

କରୋନା ମହାମାରୀ ସମୟରେ, ପ୍ରଧାନମନ୍ତ୍ରୀ କହିଲେ ଯେ ବିଗତ ଅନେକ ମାସ ଧରି ଦେଶର ପ୍ରାୟ ୮୦ କୋଟିରୁ ଅଧିକ ଲୋକଙ୍କୁ ମାଗଣାରେ ଖାଦ୍ୟାନ୍ନ ଯୋଗାଇ ଦିଆଯାଉଛି । ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ୨ ଲକ୍ଷ ୬୦ ହଜାର କୋଟି ଟଙ୍କାରୁ ଅଧିକ ରାଶି ବ୍ୟୟ କରି ଗରିବ ଲୋକମାନଙ୍କୁ ମାଗଣାରେ ଏହି ଖାଦ୍ୟାନ୍ନ ବଣ୍ଟନ କରୁଛନ୍ତି । ସେ ଆହୁରି କହିଲେ ଯେ ଏହି ଯୋଜନାକୁ ଗତକାଲି ଆସନ୍ତା ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ସେ କହିଲେ ଯେ ଯେତେବେଳେ ଗରିବ, ମହିଳା, ଟ୍ରାନ୍ସଜେଣ୍ଡର, ରାସ୍ତାର ବୁଲାବିକାଳି, ଦିବ୍ୟାଙ୍ଗ ଏବଂ ସେହିଭଳି ଅନ୍ୟ ବର୍ଗର ଲୋକମାନଙ୍କ ଆବଶ୍ୟକତା ଓ ଉଦ୍‍ବେଗ କଥା ଉଠେ, ସେମାନଙ୍କୁ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ସାମିଲ କରାଯାଇଛି ଏବଂ ସେମାନଙ୍କର ସମ୍ବିଧାନ ଉପରେ ଥିବା ଆସ୍ଥା ଅଧିକ ସୁଦୃଢ଼ ହୋଇପାରୁଛି । 

ପ୍ରଧାନମନ୍ତ୍ରୀ କହିଲେ ଯେ ସବକା ସାଥ୍‍- ସବକା ବିକାଶ, ସବକା ବିଶ୍ୱାସ- ସବକା ପ୍ରୟାସ ହେଉଛି ସମ୍ବିଧାନରେ ଥିବା ଆଭିମୁଖ୍ୟର ସବୁଠାରୁ ଶକ୍ତିଶାଳୀ ପ୍ରଦର୍ଶନ । ସରକାର ଦେଶର ସମ୍ବିଧାନ ପ୍ରତି ସଂପୂର୍ଣ୍ଣ ଭାବେ ଉତ୍ସର୍ଗୀକୃତ, ବିକାଶ କ୍ଷେତ୍ରରେ ସରକାର କୌଣସି ପ୍ରକାର ପାତର ଅନ୍ତର କରୁନାହାନ୍ତି ଏବଂ ଏହା ଆମେ ପ୍ରମାଣିତ କରି ଦେଖାଇଛୁ । ଆଜି ଦେଶର ଦରିଦ୍ରରୁ ଦରିଦ୍ରତମ ଲୋକ ସମାନ ପ୍ରକାର ଗୁଣାତ୍ମକ ସଂସାଧନ ପ୍ରାପ୍ତ ହୋଇପାରୁଛନ୍ତି ଯାହାକି ଏକଦା କେବଳ ବିତ୍ତଶାଳୀ ଲୋକମାନଙ୍କ ସକାଶେ ଉଦ୍ଦିଷ୍ଟ ଥିଲା । ଆଜି ଦେଶ ଲଦାଖ, ଆଣ୍ଡାମାନ ଓ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ନିମନ୍ତେ ଯେତିକି ଧ୍ୟାନ ଦେଉଛନ୍ତି ଦିଲ୍ଲୀ ଓ ମୁମ୍ବାଇ ଭଳି ମହାନଗରୀ ପ୍ରତି ସେତିକି ଧ୍ୟାନ ଦିଆଯାଉଛି ବୋଲି ସେ ସୂଚାଇଥିଲେ ।

ନିକଟରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେର ଯେଉଁ ରିପୋର୍ଟ ଜାରି କରାଯାଇଛି ସେ ସଂପର୍କରେ ଅବତାରଣା କରି ପ୍ରଧାନମନ୍ତ୍ରୀ କହିଲେ ଯେ ଲିଙ୍ଗଗତ ସମାନତା ପ୍ରସଙ୍ଗରେ ଏବେ ପୁରୁଷଙ୍କ ତୁଳନାରେ ଏବେ କନ୍ୟାସନ୍ତାନମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗର୍ଭବତୀ ମହିଳାମାନଙ୍କ ପାଇଁ ହସପିଟାଲମାନଙ୍କରେ ପ୍ରସବ ନିମନ୍ତେ ଅଧିକ ସୁଯୋଗର ବ୍ୟବସ୍ଥା କରାଯାଇଛି । ଏଥିଯୋଗୁ ମାତୃ ମୃତ୍ୟୁହାର, ଶିଶୁ ମୃତ୍ୟୁହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି ।

ପ୍ରଧାନମନ୍ତ୍ରୀ କହିଲେଯେ ଆଜି ସାରା ବିଶ୍ୱରେ ଏଭଳି କୌଣସି ଗୋଟିଏ ଦେଶ ନାହିଁ ଯାହା ଅନ୍ୟ ଗୋଟିଏ ରାଷ୍ଟ୍ରର ଉପନିବେଶ ଭାବେ ତିଷ୍ଠି ରହିଛି । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଉପନିବେଶବାଦୀ ମାନସିକତାର ବିଲୋପ ଘଟିଛି । “ଆମେ ତଥାପି ଦେଖୁଛୁ ଯେ ଏଭଳି ମାନସିକତା ଅନେକ ବିକୃତିକୁ ଜନ୍ମ ଦେଉଛି । ଏହାର ସବୁଠାରୁ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବିକାଶଶୀଳ ରାଷ୍ଟ୍ରମାନଙ୍କ ବିକାଶ ଯାତ୍ରାରେ ସେମାନେ ସମ୍ମୁଖୀନ ହେଉଥିବା ଅନ୍ତରାୟ । ବିକାଶଶୀଳ ରାଷ୍ଟ୍ରମାନଙ୍କ ଏଭଳି ସାଧନକୁ, ଏଭଳି ପଥକୁ ବନ୍ଦ୍‍ କରିଦେବା ଲାଗିପ୍ରୟାସ କରାଯାଉଛି । ପୁଣି ତାହା ଏଭଳି ଉପାୟରେ କରାଯାଉଛି ଯେଉଁ ମାଗ ଆପଣାଇ ବିକଶିତ ବିଶ୍ୱ ଆଜି ଏଭଳି ପର୍ଯ୍ୟାୟରେ ପହଞ୍ଚିପାରିଛନ୍ତି ।” ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ବିଶ୍ୱର ଏକମାତ୍ର ରାଷ୍ଟ୍ର ଯିଏ ପ୍ୟାରିସ ରାଜିନାମାରେ ଧାର୍ଯ୍ୟ ଲକ୍ଷ୍ୟକୁ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ହାସଲ କରିବାକୁ ଯାଉଛି । ତଥାପି, ପର୍ଯ୍ୟାବରଣ ନାମରେ, ଭାରତ ପାଇଁ ବିଭିନ୍ନ ପ୍ରକାର ଚାପ ସୃଷ୍ଟି କରାଯାଉଛି।ଏସବୁ ହେଉଛି ଉପନିବେଶବାଦୀ ମାନସିକତା । ସେ କହିଲେ, “ଦୁର୍ଭାଗ୍ୟର କଥା ଯେ ଏଭଳି ମାନସିକତା ଯୋଗୁ ଆମ ନିଜ ଦେଶର ବିକାଶ କ୍ଷେତ୍ରରେ ନାନା ପ୍ରକାର ଅନ୍ତରାୟ ସୃଷ୍ଟି ହେଉଛି । କେତେବେଳ ଏହା ମତ ବ୍ୟକ୍ତ କରିବାର ସ୍ୱାଧୀନତା ନାମରେ  ଓ ଆଉ କେତେବେଳେ ଅନ୍ୟ କିଛି ଉପାୟର ଆଶ୍ରାକରି ।” ବୋଲି ସେ ଗୁରୁତ୍ୱର ସହ ମତ ପୋଷଣ କରିଥିଲେ । ସେ କହିଲେ ଯେ ଏଭଳି ଉପନିବେଶବାଦୀ ମାନସିକତା ଅଧିକ ସୁଦୃଢ଼ ହେବା ପଥରେ ସବୁଠାରୁ ବଡ଼ ପ୍ରତିବନ୍ଧକ । ସ୍ୱାଧୀନତା ଆନ୍ଦୋଳନ ବେଳେ ମଧ୍ୟ ଏଭଳି ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା । “ଆମେ ଏହାକୁ ଦୂର କରିବାକୁ ପଡ଼ିବ । ଏବଂ ଏଥିପାଇଁ, ଆମର ସବୁଠାରୁ ବଡ଼ ସାମର୍ଥ୍ୟଟି ହେଲା, ଆମର ସବୁଠାରୁ ବଡ଼ ପ୍ରେରଣାଟି ହେଲା, ଆମର ସମ୍ବିଧାନ” ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ମତ ପୋଷଣ କରି କହିଲେ ଯେ ଉଭୟ ସରକାର ଏବଂ ନ୍ୟାୟପାଳିକା ସମ୍ବିଧାନର ଜଠରରୁ ହିଁ ଜନ୍ମ ନେଇଛନ୍ତି । ତେଣୁ ଉଭୟେ ହେଲେ ଜମଜ ସନ୍ତାନ । ସମ୍ବିଧାନ ଯୋଗୁ ହିଁ ଏହି ଦୁଇଟିଯାକ ଅନୁଷ୍ଠାନ ସେମାନଙ୍କର ସ୍ଥିତି ଲାଭ କରିଛନ୍ତି । ତେଣୁ ବୃହତ୍ତର ଦୃଷ୍ଟିକୋଣରୁ ଉଭୟେ ଉଭୟଙ୍କର ପରିପୂରକ ଯଦ୍ୟପି ପରସ୍ପର ଠାରୁ ପୃଥକ୍‍ । ଏହି ଅବସରରେ ସେ କ୍ଷମତା ପୃଥକୀକରଣର ଗୁରୁତ୍ୱ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନର ଅମୃତ କାଳରେ ଆମକୁ ସମ୍ବିଧାନର ଭାବଧାରା ଅନୁସାରେ ସମୂହ ପ୍ରତିବଦ୍ଧତା ପ୍ରଦର୍ଶନ କରିବାକୁ ପଡ଼ିବ । କାରଣ ସାଧାରଣ ନାଗରିକମାନଙ୍କ ନିକଟରେ ଏବେ ଯାହା ରହିଛି ତା’ଠାରୁ ସେମାନେ ଅଧିକ କିଛି ଆଶା କରନ୍ତି । “କ୍ଷମତା ବିଭକ୍ତିକରଣର ସୁଦୃଢ଼ ଆଧାରଶିଳା ଉପରେ ଆମକୁ ସାମୂହିତ ଦାୟିତ୍ୱବୋଧର ମାର୍ଗକୁ ପରିଷ୍କାର କରିବାକୁ ହେବ । ଆମକୁ ଏକ ରୋଡମ୍ୟାପ୍‍ ପ୍ରସ୍ତୁତ କରିବାକୁ ପଡ଼ିବ, ଲକ୍ଷ୍ୟ ନିର୍ଦ୍ଧାରଣ କରିବାକୁ ପଡ଼ିବ ଏବଂ ଦେଶକୁ ଲକ୍ଷ୍ୟ ପଥରେ ଆଗେଇ ନେଇ ଯିବାକୁ ହେବ” ବୋଲି ସେ କହିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
GIFT City scales new heights as India's 1st international finance and IT hub

Media Coverage

GIFT City scales new heights as India's 1st international finance and IT hub
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 30, 2026
March 30, 2026

Mann Ki Baat to Mission Mode: How PM Modi's Initiatives Spark Hope in Health, Innovation, Security & Nature